Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 3:32 - ପବିତ୍ର ବାଇବଲ

32 ଯାଜକ ହାରୋଣର ପୁତ୍ର ଇଲିୟାସର ସମସ୍ତଙ୍କ ମଧ୍ୟରେ ପ୍ରଧାନ ଲେବୀୟମାନଙ୍କର ଅଧିପତି। ସେ ଯେଉଁମାନେ ପବିତ୍ର ବିଷୟର କାର୍ଯ୍ୟ କରନ୍ତି ସେମାନଙ୍କର ତତ୍ତ୍ୱାବଧାନ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ପୁଣି ହାରୋଣ ଯାଜକଙ୍କର ପୁତ୍ର ଇଲୀୟାସର ଲେବୀୟ ଅଧିପତିମାନଙ୍କର ଅଧିପତି ହେବ ଓ ପବିତ୍ର ସ୍ଥାନର ରକ୍ଷକମାନଙ୍କ ଉପରେ ତତ୍ତ୍ଵାବଧାନ କରିବ।

Gade chapit la Kopi

ଓଡିଆ ବାଇବେଲ

32 ପୁଣି, ହାରୋଣ ଯାଜକଙ୍କର ପୁତ୍ର ଇଲୀୟାସର ଲେବୀୟ ଅଧିପତିମାନଙ୍କର ଅଧିପତି ହେବ ଓ ପବିତ୍ର ସ୍ଥାନର ରକ୍ଷକମାନଙ୍କ ଉପରେ ତତ୍ତ୍ୱାବଧାନ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ପୁଣି, ହାରୋଣ ଯାଜକଙ୍କର ପୁତ୍ର ଇଲୀୟାସର ଲେବୀୟ ଅଧିପତିମାନଙ୍କର ଅଧିପତି ହେବ ଓ ପବିତ୍ର ସ୍ଥାନର ରକ୍ଷକମାନଙ୍କ ଉପରେ ତତ୍ତ୍ୱାବଧାନ କରିବ।

Gade chapit la Kopi




ଗଣନା ପୁସ୍ତକ 3:32
12 Referans Kwoze  

ପୁଣି ନବୂସ‌ର୍‌ଦ‌‌ନ୍‌ ପ୍ରଧାନ ଯାଜକ ସରାୟ ଦ୍ୱିତୀୟ ଯାଜକ ସିଫନିୟ ଓ ତିନି ଜଣ ଦ୍ୱାରପାଳଙ୍କୁ ନେଇ ଗଲା।


ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ନିର୍ଦ୍ଦେଶ ଅନୁସାରେ ଗେର୍ଶୋନର ଲୋକମାନେ ନିଜ ନିଜର କାର୍ଯ୍ୟ ଓ ସେବା ସମ୍ବନ୍ଧୀୟ ସମସ୍ତ କର୍ମ କରିବା ଉଚିତ୍। ତୁମ୍ଭେ ସେମାନଙ୍କୁ, ଯାହାସବୁ ଦାୟୀତ୍ୱ ବହନ କରନ୍ତି ସେହି କାର୍ଯ୍ୟ ଭାର ଦେବା ଉଚିତ୍।


“ଆଉ ସମସ୍ତ ଆବାସର, ତତ୍ତ୍ୱାବଧାନ ସେହି ପବିତ୍ର ତମ୍ବୁ ଏବଂ ତନ୍ମଧ୍ୟସ୍ଥିତ ସମସ୍ତ ପବିତ୍ର ସ୍ଥାନ ଏବଂ ସମସ୍ତ ଦ୍ରବ୍ୟ ଅର୍ଥାତ୍ ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ, ନିତ୍ୟଭକ୍ଷ୍ୟ ନୈବେଦ୍ୟ ଓ ଅଭିଷେକାର୍ଥକ ତୈଳ, ଏହିସବୁର ତତ୍ତ୍ୱାବଧାନ କାର୍ଯ୍ୟ ହାରୋଣର ପୁତ୍ର ଇଲିୟାସର ଯାଜକର ହେବ।”


ପବିତ୍ର ସିନ୍ଦୂକ, ମେଜ, ଦୀପରୁଖା, ଯଜ୍ଞବେଦି, ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳପାତ୍ର, ଏବଂ ପରଦା ସେମାନଙ୍କର ଦାୟିତ୍ୱରେ ରହିବ।


ମହଲୀୟ ପରିବାରବର୍ଗ ଏବଂ ମୂଶୀୟ ପରିବାରବର୍ଗ ମରାରୀୟଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀୟ ପରିବାର ଅନ୍ତର୍ଭୁକ୍ତ।


ଗେର୍ଶୋନ ବଂଶରେ ପିତୃଗୃହ ଅନୁସାରେ ଗଣନା କରାଯିବାରୁ ସେମାନଙ୍କ ସଂଖ୍ୟା 2,630 ହେଲା।


ତଥାପି ସେମାନେ ପଗ୍ଭଶ୍ ବର୍ଷ ବୟସରେ ମଧ୍ୟ ସମାଗମ-ତମ୍ବୁରେ ଆପଣା ଭ୍ରାତାମାନଙ୍କୁ ସେବାକାର୍ଯ୍ୟରେ ସାହାଯ୍ୟ କରିବେ। କିନ୍ତୁ ସେମାନେ ନିଜ ମତାମତ ଅନୁସାରେ କାର୍ଯ୍ୟ କରିବା ଉଚିତ୍ ନୁହେଁ। ଏହିରୂପେ ତୁମ୍ଭେ ଲେବୀୟମାନଙ୍କ ରକ୍ଷଣୀୟ ବିଷୟରେ ସେମାନଙ୍କ ପ୍ରତି ଉଚିତ୍ କରିବ।”


ବୁ‌କ୍‌କି ଅବୀଶୂୟର ପୁତ୍ର ଥିଲା। ଅବୀଶୂୟ ପୀନହ‌ସ୍‌ର ପୁତ୍ର ଥିଲା। ପୀନହ‌ସ୍‌ ଇଲିୟାସର ପୁତ୍ର ଥିଲା। ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲରୁ ଯିରୁଶାଲମକୁ ଆସିଲେ। ଏଜ୍ରା ଜଣେ ଶିକ୍ଷକ ଥିଲେ। ସେ ମୋଶାଙ୍କର ବ୍ୟବସ୍ଥା ଖୁବ୍ ଭଲ ରୂପେ ଜାଣିଥିଲେ। ମୋଶାଙ୍କର ବ୍ୟବସ୍ଥା ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ ଦେଲେ ଯାହା ସେ ମାଗିଲେ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିଲେ।


ପୁଣି ସେ ମୋତେ କହିଲେ, “ଏହି ଦକ୍ଷିଣାଭିମୁଖୀ କୋଠରୀଟି ସଦାପ୍ରଭୁଙ୍କ ମନ୍ଦିରର ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି।


Swiv nou:

Piblisite


Piblisite