ଗଣନା ପୁସ୍ତକ 3:25 - ପବିତ୍ର ବାଇବଲ25 ସମାଗମ-ତମ୍ବୁରେ ଗେର୍ଶୋନର ପରିବାରର କର୍ତ୍ତବ୍ୟ ଥିଲା, ପବିତ୍ର ତମ୍ବୁର ଛାତ ଏବଂ ସମାଗମ-ତମ୍ବୁର ଫାଟକର ଆଚ୍ଛାଦନ କନାର ଯତ୍ନ ନେବା। Gade chapit laପବିତ୍ର ବାଇବଲ (Re-edited) - (BSI)25 ପୁଣି ସମାଗମ-ତମ୍ଵୁର ଏହି ସମସ୍ତ ଦ୍ରବ୍ୟ ଗେର୍ଶୋନୀୟ ସନ୍ତାନମାନଙ୍କର ରକ୍ଷଣୀୟ ହେବ, ଯଥା, ଆବାସ ଓ ତମ୍ଵୁ, ତହିଁର ଛାତ, ଓ ସମାଗମ-ତମ୍ଵୁ ଦ୍ଵାରର ଆଚ୍ଛାଦନବସ୍ତ୍ର Gade chapit laଓଡିଆ ବାଇବେଲ25 ପୁଣି, ସମାଗମ-ତମ୍ବୁର ଏହି ସମସ୍ତ ଦ୍ରବ୍ୟ ଗେର୍ଶୋନୀୟ ସନ୍ତାନମାନଙ୍କର ରକ୍ଷଣୀୟ ହେବ, ଯଥା, ଆବାସ ଓ ତମ୍ବୁ, ତହିଁର ଛାତ ଓ ସମାଗମ-ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର, Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT25 ପୁଣି, ସମାଗମ-ତମ୍ବୁର ଏହି ସମସ୍ତ ଦ୍ରବ୍ୟ ଗେର୍ଶୋନୀୟ ସନ୍ତାନମାନଙ୍କର ରକ୍ଷଣୀୟ ହେବ, ଯଥା, ଆବାସ ଓ ତମ୍ବୁ, ତହିଁର ଛାତ ଓ ସମାଗମ-ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର, Gade chapit la |
ରାଜା ହିଜକିୟ ଯାଜକ ଓ ଲେବୀୟମାନଙ୍କୁ ସେମାନଙ୍କର ଭିନ୍ନ ଭିନ୍ନ ଦଳ ଅନୁସାରେ ସଂଗଠିତ କଲେ। ପ୍ରତ୍ୟେକ ଦଳର ନିଜସ୍ୱ ବିଶେଷ କାର୍ଯ୍ୟ ରହିଥିଲା। ତେଣୁ ଯାଜକମାନେ ଓ ଲେବୀୟମାନେ ପୁନର୍ବାର ହୋମବଳି ଉପହାର ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବାର କାର୍ଯ୍ୟ କଲେ। ଆଉ ମଧ୍ୟ ପରମେଶ୍ୱର ମନ୍ଦିରରେ ସେବାକାର୍ଯ୍ୟ ଏବଂ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରଗୁଡ଼ିକ ନିକଟରେ ପ୍ରଶଂସା ଗାନ କରିବା କାର୍ଯ୍ୟ ସେମାନଙ୍କର ଥିଲା।
ତେଣୁ ଲେବୀୟମାନେ ଯେଉଁ କାର୍ଯ୍ୟ କରିବା ଉଚିତ୍, ସେମାନେ ସେହିସବୁ କାର୍ଯ୍ୟ କରୁଥିଲେ। ସେମାନେ ପବିତ୍ର ତମ୍ବୁର ଯତ୍ନ ନେଉଥିଲେ। ସେମାନେ ପବିତ୍ର ସ୍ଥାନର ଯତ୍ନ ନେଉଥିଲେ। ଆଉ, ସେମାନେ ସେମାନଙ୍କର ଆତ୍ମୀୟ (ଯାଜକମାନେ) ହାରୋଣଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରୁଥିଲେ। ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟ କରିବା ସହିତ ଲେବୀୟମାନେ ଯାଜକମାନଙ୍କୁ ସାହାଯ୍ୟ କରୁଥିଲେ।