Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 29:40 - ପବିତ୍ର ବାଇବଲ

40 ସଦାପ୍ରଭୁ ମୋଶାଙ୍କୁ ଯେଉଁସବୁ ଆଜ୍ଞା ଦେଇଥିଲେ, ମୋଶା ସେ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ କହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

40 ସଦାପ୍ରଭୁ ମୋଶାଙ୍କୁ ଯେ ଯେ ଆଜ୍ଞା ଦେଲେ, ମୋଶା ସେସମସ୍ତ ଇସ୍ରାଏଲ-ସନ୍ତାନଗଣକୁ କହିଲେ।

Gade chapit la Kopi

ଓଡିଆ ବାଇବେଲ

40 ସଦାପ୍ରଭୁ ମୋଶାଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଲେ, ମୋଶା ସେହି ସମସ୍ତ ଇସ୍ରାଏଲ-ସନ୍ତାନଗଣଙ୍କୁ କହିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 ସଦାପ୍ରଭୁ ମୋଶାଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଲେ, ମୋଶା ସେହି ସମସ୍ତ ଇସ୍ରାଏଲ-ସନ୍ତାନଗଣଙ୍କୁ କହିଲେ।

Gade chapit la Kopi




ଗଣନା ପୁସ୍ତକ 29:40
9 Referans Kwoze  

କିନ୍ତୁ ପରମେଶ୍ୱର ସମସ୍ତ ବିଷୟ ନିର୍ମାଣ କରିଛନ୍ତି। ପରମେଶ୍ୱରଙ୍କ ଗୃହରେ ମୋଶା ଜଣେ ସେବକ ରୂପେ ବିଶ୍ୱସ୍ତ ଥିଲେ। ପରମେଶ୍ୱର ଭବିଷ୍ୟତରେ ଯାହାକିଛି କହିବେ, ସେ ଲୋକମାନଙ୍କୁ ସେହି କଥା କହିଥିଲେ।


ପରମେଶ୍ୱର ଯୀଶୁଙ୍କୁ ମହାଯାଜକ ସ୍ୱରୂପେ ଆମ୍ଭ ପାଖକୁ ପଠାଇଛନ୍ତି। ମୋଶାଙ୍କ ପରି ଯୀଶୁ ମଧ୍ୟ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ। ଈଶ୍ୱରଙ୍କ ଗୃହରେ ଈଶ୍ୱର ଇଚ୍ଛା କରୁଥିବା ସମସ୍ତ କାର୍ଯ୍ୟ ସେ କଲେ।


ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ।


କାରଣ ମୁଁ ତୁମ୍ଭମାନଙ୍କୁ ଆଗରେ ପରମେଶ୍ୱରଙ୍କର ସମସ୍ତ ଇଚ୍ଛା ବିନା ସଙ୍କୋଚରେ ଜଣାଇ ସାରିଛି।


ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”


“ହଁ ଦେଖ, ସଦାପ୍ରଭୁ ମୋର ପରମେଶ୍ୱର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ସେହି ବ୍ୟବସ୍ଥାସବୁ ଶିକ୍ଷା ଦେଲି। ମୁଁ ତୁମ୍ଭମାନଙ୍କୁ ସେହିପରି ବ୍ୟବସ୍ଥା ଓ ବିଧି ଶିକ୍ଷା ଦେଇଅଛି, ଯେପରି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ତୁମ୍ଭେମାନେ ସେମାନଙ୍କ ଅନୁସାରେ ବାସ କରିବ।


ମୋଶା ସଦାପ୍ରଭୁଙ୍କ ସମସ୍ତ ନିୟମ ମାନି ତାଙ୍କର ଆଜ୍ଞା ଅନୁଯାୟୀ କାର୍ଯ୍ୟମାନ କଲେ।


“ତୁମ୍ଭେମାନେ ତୁମ୍ଭମାନଙ୍କର ପର୍ବଦିନରେ ସଦାପ୍ରଭୁଙ୍କୁ ଏହିସବୁ ବଳିଦାନ ଦିଅ। ତୁମ୍ଭମାନଙ୍କ ହୋମବଳି ତୁମ୍ଭମାନଙ୍କ ଶସ୍ୟ ନୈବେଦ୍ୟ, ତୁମ୍ଭମାନଙ୍କ ପେୟନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି। ତୁମ୍ଭମାନଙ୍କ ସଂଯୋଗ ବିଶେଷ ପ୍ରତିଜ୍ଞା ନୈବେଦ୍ୟ ଓ ସ୍ୱେଚ୍ଛାମୂଳକ ନୈବେଦ୍ୟ ଉତ୍ସର୍ଗ କର।”


ଅନନ୍ତର ମୋଶା ଇସ୍ରାଏଲ ପରିବାର ବର୍ଗଗୁଡ଼ିକରେ ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।


Swiv nou:

Piblisite


Piblisite