ଗଣନା ପୁସ୍ତକ 28:6 - ପବିତ୍ର ବାଇବଲ6 ଏହା ନିତ୍ୟ ହୋମବଳି, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବାସିତ ନୈବେଦ୍ୟ ସୀନୟ ପର୍ବତରେ ନିରୂପିତ ହୋଇଥିଲା। Gade chapit laପବିତ୍ର ବାଇବଲ (Re-edited) - (BSI)6 ଏହା ନିତ୍ୟ ହୋମବଳି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଏହା ସୀନୟ ପର୍ବତରେ ନିରୂପିତ ହୋଇଥିଲା। Gade chapit laଓଡିଆ ବାଇବେଲ6 ଏହା ନିତ୍ୟ ହୋମବଳି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଏହା ସୀନୟ ପର୍ବତରେ ନିରୂପିତ ହୋଇଥିଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ଏହା ନିତ୍ୟ ହୋମବଳି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଏହା ସୀନୟ ପର୍ବତରେ ନିରୂପିତ ହୋଇଥିଲା। Gade chapit la |
ହିଜକିୟ ତାଙ୍କର ନିଜର ପଶୁପଲ ମଧ୍ୟରୁ କେତୋଟିକୁ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରିବାକୁ ଦେଲେ। ଏହିସବୁ ପଶୁଗୁଡ଼ିକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ହୋମବଳି ଉପହାର ସ୍ୱରୂପେ ବ୍ୟବହାର କରାଯାଉଥିଲା। ଏହି ପଶୁଗୁଡ଼ିକୁ ବିଶ୍ରାମର ବିଶେଷ ଦିନ, ଅମାବାସ୍ୟା ଉତ୍ସବ ଓ ଅନ୍ୟାନ୍ୟ ବିଶେଷ ସଭାମାନଙ୍କରେ ଉତ୍ସର୍ଗ କରାଯାଉଥିଲା। ସଦାପ୍ରଭୁଙ୍କ ବ୍ୟବସ୍ଥା ନିୟମରେ ଯେଉଁପରି ଲେଖାଯାଉଥିଲା, ଏହା ସେହିପରି କରାଯାଉଥିଲା।
ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନାମକୁ ସମ୍ମାନ ଦେବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିରରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜଳାଇବୁ ଏବଂ ବିଶେଷ ମେଜ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭେମାନେ ପ୍ରତ୍ୟେକ ସକାଳ ଏବଂ ସନ୍ଧ୍ୟାରେ, ପ୍ରତ୍ୟେକ ବିଶ୍ରାମ ଦିନରେ, ପ୍ରତ୍ୟେକ ଅମାବାସ୍ୟା ଦିନରେ ଏବଂ ଅନ୍ୟାନ୍ୟ ପର୍ବ ଦିନରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କୁ ହୋମବଳି ଦେବୁ। ଇସ୍ରାଏଲ ଚିରଦିନ ଏହା କରିବ।