Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 28:26 - ପବିତ୍ର ବାଇବଲ

26 “ପୁଣି ପ୍ରଥମ ଫଳର ଦିନରେ ଅର୍ଥାତ୍ ଯେତେବେଳେ ତୁମ୍ଭେମାନେ ସାପ୍ତାହିକ ପର୍ବରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବା ଉଚିତ୍। ତୁମ୍ଭେମାନେ ସେଦିନ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଆହୁରି ପ୍ରଥମ-ପକ୍ଵ ଫଳର ଦିନରେ, ଅର୍ଥାତ୍, ଯେତେବେଳେ ତୁମ୍ଭେମାନେ ଆପଣାମାନଙ୍କ ଉତ୍ସବ-ସପ୍ତାହମାନଙ୍କରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ-ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

26 ଆହୁରି ପ୍ରଥମ-ପକ୍ୱ ଫଳର ଦିନରେ, ଅର୍ଥାତ୍‍, ଯେଉଁ ସମୟରେ ତୁମ୍ଭେମାନେ ଆପଣାମାନଙ୍କ ଉତ୍ସବ-ସପ୍ତାହମାନଙ୍କରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ-ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଆହୁରି ପ୍ରଥମ ପକ୍ୱ ଫଳର ଦିନରେ, ଅର୍ଥାତ୍‍, ଯେଉଁ ସମୟରେ ତୁମ୍ଭେମାନେ ଆପଣାମାନଙ୍କ ଉତ୍ସବ-ସପ୍ତାହମାନଙ୍କରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।

Gade chapit la Kopi




ଗଣନା ପୁସ୍ତକ 28:26
13 Referans Kwoze  

“ତୁମ୍ଭେମାନେ ସପ୍ତାହର ପର୍ବ ପ୍ରଥମ ଗହମ କଟା ପର୍ବ ଓ ବର୍ଷର ଶେଷ ଭାଗରେ ଶସ୍ୟଅମଳର ପର୍ବ ପାଳନ କରିବା ଉଚିତ୍।


“ପ୍ରଥମ ଫସଲର ଫଳ ସଂଗ୍ରହ ଉତ୍ସବ ହେଉଛି ଦ୍ୱିତୀୟ ଉତ୍ସବ। ତୁମ୍ଭେମାନେ ଏହାକୁ ଗ୍ରୀଷ୍ମ ସମୟର ଆରମ୍ଭରେ ପାଳନ କରିବ। “ଏବଂ ତୃତୀୟ ଉତ୍ସବଟି ହେଉଛି ସଂଗ୍ରହର ଉତ୍ସବ। ଏହି ଉତ୍ସବଟି ବର୍ଷ ଶେଷରେ ଫଳ ସଂଗ୍ରହ କଲାବେଳେ ପାଳନ କରିବ।


“ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବୁ ତୁମ୍ଭେମାନେ ସେ ଦେଶରେ ପ୍ରବେଶ କରିବ। ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ପ୍ରଥମ କଟା ଶସ୍ୟରୁ ଏକ ବିଡ଼ା ଯାଜକ ନିକଟକୁ ଆଣିବ।


କିନ୍ତୁ ବାସ୍ତବ କଥା ଏହି ଯେ, ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉ‌ତ୍‌‌ଥିତ କରାଯାଇଛି। ସେ ହେଉଛନ୍ତି ମୃତ ବିଶ୍ୱାସୀମାନଙ୍କ ମଧ୍ୟରୁ ଉ‌ତ୍‌‌ଥିତ ପ୍ରଥମ ଫଳ ସ୍ୱରୂପ।


ସତ୍ୟ ବାକ୍ୟ ଦ୍ୱାରା ସେ ଆମ୍ଭକୁ ଜୀବନ ଦାନ ଦେବା ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ୟରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।


ପ୍ରଥମ ଦିନରେ ଏକ ପବିତ୍ର ସଭା ହେବା ଉଚିତ୍। ସେଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ।


ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଦୁଇଟି ଷଣ୍ଢ, ଗୋଟିଏ ଅଣ୍ତିରା ମେଷ ଓ ସାତୋଟି ମେଷଶାବକକୁ ହୋମବଳି ରୂପେ ଉତ୍ସର୍ଗ କରିବା ଉଚିତ୍।


“ଆଉ ସପ୍ତମ ମାସର ପ୍ରଥମ ଦିନରେ, ତୁମ୍ଭମାନଙ୍କର ଗୋଟିଏ ପବିତ୍ରସଭା ହେବା ଉଚିତ୍। ସେହି ଦିନରେ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। ସେହି ଦିନଟି ତୁମ୍ଭମାନଙ୍କ ପାଇଁ ତୂରୀଧ୍ୱନି କରିବାର ଦିନ।


ଏହି ପର୍ବର ପ୍ରଥମ ଦିନ ଓ ଶେଷ ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ତୁମ୍ଭେମାନେ ସେହି ଦିନ କିଛି କରିବା ଉଚିତ୍ ନୁହେଁ। କେବଳ ତୁମ୍ଭେମାନେ ତୁମ୍ଭମାନଙ୍କର ଖାଦ୍ୟ ପ୍ରସ୍ତୁତ କରିବ।


ମାତ୍ର ତୁମ୍ଭେମାନେ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ଉଚିତ୍। ସପ୍ତମ ଦିନରେ ବିଶେଷ ସଭା ହେବ। ତୁମ୍ଭେମାନେ ସେଦିନ କୌଣସି ବ୍ୟବସାୟ କିମ୍ବା କୌଣସି ଚିରାଚରିତ କର୍ମ କରିବା ଉଚିତ୍ ନୁହେଁ।”


Swiv nou:

Piblisite


Piblisite