Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 28:25 - ପବିତ୍ର ବାଇବଲ

25 “ତା'ପରେ ସପ୍ତମ ଦିନରେ ତୁମ୍ଭମାନଙ୍କର ପୁଣି ଏକ ପବିତ୍ର ସଭା ହେବ ଓ ସେଦିନ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ପୁଣି ସପ୍ତମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

25 ପୁଣି, ସପ୍ତମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ପୁଣି, ସପ୍ତମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।

Gade chapit la Kopi




ଗଣନା ପୁସ୍ତକ 28:25
14 Referans Kwoze  

ମାତ୍ର ତୁମ୍ଭେମାନେ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ଉଚିତ୍। ସପ୍ତମ ଦିନରେ ବିଶେଷ ସଭା ହେବ। ତୁମ୍ଭେମାନେ ସେଦିନ କୌଣସି ବ୍ୟବସାୟ କିମ୍ବା କୌଣସି ଚିରାଚରିତ କର୍ମ କରିବା ଉଚିତ୍ ନୁହେଁ।”


ପ୍ରଥମ ଦିନରେ ଏକ ପବିତ୍ର ସଭା ହେବା ଉଚିତ୍। ସେଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ।


“ସାତ ଦିନ ଯାଏ ତାଡ଼ିଶୂନ୍ୟ ରୋଟୀ ଖାଇବ। ଏବଂ ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କର ସମ୍ମାନାର୍ଥେ ଏକ ବଡ଼ ଭୋଜିର ଆୟୋଜନ କରିବ।


ଏହି ପର୍ବର ପ୍ରଥମ ଦିନ ଓ ଶେଷ ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ତୁମ୍ଭେମାନେ ସେହି ଦିନ କିଛି କରିବା ଉଚିତ୍ ନୁହେଁ। କେବଳ ତୁମ୍ଭେମାନେ ତୁମ୍ଭମାନଙ୍କର ଖାଦ୍ୟ ପ୍ରସ୍ତୁତ କରିବ।


“ଆଉ ଅଷ୍ଟମ ଦିନରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ। ସେହି ଦିନ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ।


“ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବା ଉଚିତ୍। ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ। ପୁଣି ସାତ ଦିନ ଯାଏ ଉତ୍ସବ ପାଳନ କରିବା ଉଚିତ୍।


“ଆଉ ସପ୍ତମ ମାସର ପ୍ରଥମ ଦିନରେ, ତୁମ୍ଭମାନଙ୍କର ଗୋଟିଏ ପବିତ୍ରସଭା ହେବା ଉଚିତ୍। ସେହି ଦିନରେ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। ସେହି ଦିନଟି ତୁମ୍ଭମାନଙ୍କ ପାଇଁ ତୂରୀଧ୍ୱନି କରିବାର ଦିନ।


“ପୁଣି ପ୍ରଥମ ଫଳର ଦିନରେ ଅର୍ଥାତ୍ ଯେତେବେଳେ ତୁମ୍ଭେମାନେ ସାପ୍ତାହିକ ପର୍ବରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବା ଉଚିତ୍। ତୁମ୍ଭେମାନେ ସେଦିନ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ।


ତୁମ୍ଭେମାନେ ସେହି ଦିନ କୌଣସି ବ୍ୟବସାୟିକ କିମ୍ବା କୌଣସି କର୍ମ କରିବା ଉଚିତ୍ ନୁହେଁ। ମାତ୍ର ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବ।”


ଠିକ୍ ସେହି ଦିନ ତୁମ୍ଭେମାନେ ଏକ ପବିତ୍ର ସଭା ପାଇଁ ଘୋଷଣା କରିବ। ସେହି ଦିନ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ଏହା ତୁମ୍ଭମାନଙ୍କ ସମସ୍ତ ଗୃହରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।


“ଛଅ ଦିନ କାମ କରାଯିବ, ମାତ୍ର ସପ୍ତମ ଦିନ, ବିଶ୍ରାମ ଦିନ। ଅର୍ଥାତ୍ ପବିତ୍ର ସଭା ହେବ। ତୁମ୍ଭେମାନେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ଦିନ ହେବ।


ପର୍ବର ପ୍ରଥମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ସେଦିନ ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।


ତୁମ୍ଭେମାନେ ଛଅ ଦିନ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ, ପୁଣି ସପ୍ତମ ଦିନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମହାସଭା ହେବ। ତହିଁରେ ତୁମ୍ଭେ କୌଣସି କାର୍ଯ୍ୟ କରିବ ନାହିଁ।


Swiv nou:

Piblisite


Piblisite