Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 28:19 - ପବିତ୍ର ବାଇବଲ

19 ମାତ୍ର ସଦାପ୍ରଭୁଙ୍କୁ ଉପହାର ଓ ହୋମବଳି ରୂପେ ଦୁଇଟି ଷଣ୍ଢ ଗୋଟିଏ ଅଣ୍ତିରା ମେଷ ଓ ସାତୋଟି ଏକ ବର୍ଷିୟ ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହିସବୁ ପଶୁଗୁଡ଼ିକ ଖୁଣ ନ ଥିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ସାତ ମେଷବତ୍ସ, ଏହିସବୁ ନିଖୁନ୍ତ ପଶୁ;

Gade chapit la Kopi

ଓଡିଆ ବାଇବେଲ

19 ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ, ଏକ ମେଷ ଓ ଏକବର୍ଷୀୟ ସାତ ମେଷବତ୍ସ, ଏହିସବୁ ନିଖୁନ୍ତ ପଶୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ, ଏହିସବୁ ନିଖୁନ୍ତ ପଶୁ;

Gade chapit la Kopi




ଗଣନା ପୁସ୍ତକ 28:19
11 Referans Kwoze  

“ଯଦି ସେହି ପଶୁଠାରେ କୌଣସି ଖୁଣ ଥାଏ, ଯଥା ସେ ଯଦି ଛୋଟା, କଣା କିମ୍ବା କୌଣସି ମନ୍ଦ ଖୁଣ ଯୁକ୍ତ ଥାଏ ତେବେ ତୁମ୍ଭେ ତାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରି ପାରିବ ନାହିଁ।


ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଏକ ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ଉତ୍ସର୍ଗ କରିବ। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବ।


ତୁମ୍ଭେମାନେ ପ୍ରତିଦିନର ହୋମବଳି, ତହିଁର ଭକ୍ଷ୍ୟ ନୈବେଦ୍ୟ ସେମାନଙ୍କର ସମସ୍ତ ଓ ତହିଁର ପେୟନୈବେଦ୍ୟ ଉତ୍ସର୍ଗ କରିବ। ଏହି ପଶୁଗୁଡ଼ିକ ନିଖୁଣ ହେବା ଉଚିତ୍।


ବରଂ ନିର୍ଦ୍ଦୋଷ ପବିତ୍ର ମେଷଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ତୁମ୍ଭେ କିଣା ହୋଇଅଛ।


ଗୋଟିଏ ଗୋବତ୍ସ ପାଇଁ ଦେଢ଼ ହିନ ପ୍ରତ୍ୟେକ ଅଣ୍ତିରା ମେଷ ପାଇଁ ଏକ ହିନ ଏବଂ ପ୍ରତ୍ୟେକ ମେଷଶାବକ ପାଇଁ ଅର୍ଦ୍ଧହିନ ହିସାବରେ ତୈଳାକ୍ତ ସରୁ ମଇଦା ଶସ୍ୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବା ଉଚିତ୍।


“ସେ ଯଦି ନିଜ ଗୋଠରୁ ଗାଈ ହୋମବଳି ରୂପେ ଉତ୍ସର୍ଗ କରେ, ତେବେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରି ହୋଇଥିବ ଓ ସେ ତାକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ୱାରା ଗୃହୀତ ହେବ।


ତୁମ୍ଭେ ନିସ୍ତାରପର୍ବୀୟ ନୈବେଦ୍ୟ ପାଇଁ ଗୋମେଷାଦି ପଲରୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଦେବ, ଯେଉଁଠାରେ ସେ ତାଙ୍କର ନାମ ସ୍ଥାପନ ପାଇଁ ପସନ୍ଦ କରିଛନ୍ତି।


ଏହା ପରେ ସେମାନେ ବିଭିନ୍ନ ବଂଶକୁ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରିବାକୁ ପଶୁଗୁଡ଼ିକୁ ଦେଲେ। ମୋଶାଙ୍କ ବ୍ୟବସ୍ଥା ନିୟମ ଯେପ୍ରକାର ଶିକ୍ଷା ଦେଇଥିଲା, ସେ ପ୍ରକାରେ ହୋମବଳି ଉପହାରଗୁଡ଼ିକୁ ଉତ୍ସର୍ଗ କରିବା ନିମନ୍ତେ ଏହିପରି କରାଗଲା।


Swiv nou:

Piblisite


Piblisite