Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 28:10 - ପବିତ୍ର ବାଇବଲ

10 ଏହି ହୋମବଳି, ନିତ୍ୟ ହୋମବଳି, ପେୟନୈବେଦ୍ୟ ସହିତ ପ୍ରତି ବିଶ୍ରାମବାରରେ ଉତ୍ସର୍ଗ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ଛଡ଼ା ପ୍ରତି ବିଶ୍ରାମବାରର ଏହି ହୋମବଳି ହେବ।

Gade chapit la Kopi

ଓଡିଆ ବାଇବେଲ

10 ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ପ୍ରତି ବିଶ୍ରାମବାରର ଏହି ହୋମବଳି ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ପ୍ରତି ବିଶ୍ରାମବାରର ଏହି ହୋମବଳି ହେବ।

Gade chapit la Kopi




ଗଣନା ପୁସ୍ତକ 28:10
16 Referans Kwoze  

ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଓ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ତୁମ୍ଭେମାନେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।


ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।


ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଓ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।


ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ସେହିସବୁ ତୁମ୍ଭେମାନେ ଉତ୍ସର୍ଗ କରିବ।


ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତିତ ତୁମ୍ଭେମାନେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।


ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ସେମାନଙ୍କର ଶସ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍।


ପୁଣି ପାପାର୍ଥକ ବଳିରୂପେ ଏକ ଛାଗ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ପ୍ରାୟଶ୍ଚିତାର୍ଥକ ନୈବେଦ୍ୟ, ନିତ୍ୟ ହୋମବଳି ଓ ସେମାନଙ୍କର ନୈବେଦ୍ୟ ଓ ପେୟନୈବେଦ୍ୟ ଛଡ଼ା ଏହିସବୁ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍।


ଅମାବାସ୍ୟାରେ ନିତ୍ୟ ହୋମବଳି ସହିତ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହେବ।


ତୁମ୍ଭେମାନେ ପ୍ରତ୍ୟହ ପ୍ରାତଃକାଳୀନ ହୋମବଳି ଛଡ଼ା ଏ ସମସ୍ତ ଉତ୍ସର୍ଗ କରିବ।


ସେମାନଙ୍କୁ କୁହ, ସେମାନେ ନିମ୍ନରେ ଦର୍ଶାଯାଇଥିବା ଉପହାରଗୁଡ଼ିକ ସଦାପ୍ରଭୁଙ୍କ ନିକଟକୁ ଆଣିବେ। ନିତ୍ୟ ହୋମ ନିମନ୍ତେ ଏକ ବର୍ଷୀୟ ନିଖୁଣ ଦୁଇଟି ମେଷବତ୍ସ ଉତ୍ସର୍ଗ କରିବେ।


“ଆଉ ବିଶ୍ରାମ ଦିନରେ, ଏକ ବର୍ଷୀୟ ଦୁଇଟି ନିଖୁଣ ମେଷବତ୍ସ ଓ ତୈଳମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଶସ୍ୟ ନୈବେଦ୍ୟ ଓ ତହିଁର ପେୟନୈବେଦ୍ୟ ଉତ୍ସର୍ଗ କରିବ।


ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନାମକୁ ସମ୍ମାନ ଦେବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିରରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜଳାଇବୁ ଏବଂ ବିଶେଷ ମେଜ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭେମାନେ ପ୍ରତ୍ୟେକ ସକାଳ ଏବଂ ସନ୍ଧ୍ୟାରେ, ପ୍ରତ୍ୟେକ ବିଶ୍ରାମ ଦିନରେ, ପ୍ରତ୍ୟେକ ଅମାବାସ୍ୟା ଦିନରେ ଏବଂ ଅନ୍ୟାନ୍ୟ ପର୍ବ ଦିନରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କୁ ହୋମବଳି ଦେବୁ। ଇସ୍ରାଏଲ ଚିରଦିନ ଏହା କରିବ।


ମୋଶା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ଶଲୋମନ ସେହି ପ୍ରକାରେ ପ୍ରତ୍ୟେକ ଦିନ ବଳି ଉତ୍ସର୍ଗ କଲେ। ବିଶ୍ରାମବାର, ଅମାବାସ୍ୟା ଉତ୍ସବ ଓ ତ୍ରୟବାର୍ଷିକ ଛୁଟିଦିବସ ଗୁଡ଼ିକରେ ବଳି ଉତ୍ସର୍ଗ କରାଯାଉ ଥିଲା। ଏହି ତ୍ରୟବାର୍ଷିକ ଛୁଟିଦିବସଗୁଡ଼ିକ ଥିଲା ବିନା ଖମୀରର ତାଡ଼ିଶୂନ୍ୟ ରୋଟୀର ପର୍ବ, ସପ୍ତାହବ୍ୟାପି ପର୍ବ ଓ ଆଶ୍ରୟଦାୟକ ପର୍ବ।


“ତୁମ୍ଭେମାନେ ମୋତେ ଆଉ ଏହି ଅର୍ଥହୀନ ବଳିଦାନ ଉତ୍ସର୍ଗ ଆଣ ନାହିଁ। ତୁମ୍ଭର ଧୂପକୁ ମୁଁ ଘୃଣା କରେ। ତୁମ୍ଭର ଅମାବାସ୍ୟା, ସ୍ୱତନ୍ତ୍ର ପର୍ବ ଓ ବିଶ୍ରାମ ଦିନ ଉତ୍ସବକୁ ମୁଁ ସହି ପାରୁ ନାହିଁ। ତୁମ୍ଭେମାନେ ପବିତ୍ର ମହାସଭାରେ ଯେଉଁ ଅଧର୍ମ କରିଛ ମୁଁ ତାହା ସହିପାରୁ ନାହିଁ।


Swiv nou:

Piblisite


Piblisite