Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 27:11 - ପବିତ୍ର ବାଇବଲ

11 ଆଉ ଯେବେ ତା'ର ପିତାର ଭାଇମାନେ ନ ଥା’ନ୍ତି, ତେବେ ତାହାର ପରିବାର ମଧ୍ୟରୁ ଏବଂ ନିକଟ ସମ୍ପର୍କୀୟ ଜ୍ଞାତିକୁ ତାହାର ଅଧିକାର ଦେବ। ଏହା ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବିଗ୍ଭରବିଧି ହେବ। ଆଉ ସଦାପ୍ରଭୁ ମୋଶାଙ୍କୁ ଏହି ଆଜ୍ଞା ଦେଲେ।‌’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆଉ ଯେବେ ତାହାର ପିତୃବ୍ୟ ନ ଥାଏ, ତେବେ ତାହାର ବଂଶ ମଧ୍ୟରୁ ନିକଟସ୍ଥ ଜ୍ଞାତିକି ତାହା ଅଧିକାର ଦେବ ଓ ସେ ତାହା ଅଧିକାର କରିବ; ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା ଇସ୍ରାଏଲ-ସନ୍ତାନଗଣର ବିଚାର-ବିଧି ହେବ।

Gade chapit la Kopi

ଓଡିଆ ବାଇବେଲ

11 ଆଉ ଯଦି ତାହାର ପିତୃବ୍ୟ ନ ଥାଏ, ତେବେ ତାହାର ବଂଶ ମଧ୍ୟରୁ ନିକଟସ୍ଥ ଜ୍ଞାତିକୁ ତାହା ଅଧିକାର ଦେବ ଓ ସେ ତାହା ଅଧିକାର କରିବ; ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା ଇସ୍ରାଏଲ-ସନ୍ତାନଗଣଙ୍କର ବିଚାର-ବିଧି ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆଉ ଯଦି ତାହାର ପିତୃବ୍ୟ ନ ଥାଏ, ତେବେ ତାହାର ବଂଶ ମଧ୍ୟରୁ ନିକଟସ୍ଥ ଜ୍ଞାତିକୁ ତାହା ଅଧିକାର ଦେବ ଓ ସେ ତାହା ଅଧିକାର କରିବ; ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା ଇସ୍ରାଏଲ-ସନ୍ତାନଗଣଙ୍କର ବିଚାର-ବିଧି ହେବ।’”

Gade chapit la Kopi




ଗଣନା ପୁସ୍ତକ 27:11
7 Referans Kwoze  

ଆଉ ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ଏହିସବୁ ବିଗ୍ଭର ବିଧି ଚିରସ୍ଥାୟୀ ହେବ।


“ତତ୍ପରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ମୋର ପିତୃବ୍ୟର ପୁତ୍ର ହନନେଲ ପ୍ରହରୀ ପ୍ରାଙ୍ଗଣରେ ମୋ’ ନିକଟକୁ ଆସି କହିଲା, ‘ମୁଁ ଅନୁରୋଧ କରୁଛି, ଅନାଥୋ‌‌‌ତ୍‌‌‌ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରୟ କର, ଯାହା ବିନ୍ୟାମୀନଙ୍କର ଗୋଷ୍ଠୀୟରେ ଅଛି। କାରଣ ତାହାକୁ କ୍ରୟ କରିବାର ଅଧିକାର କେବଳ ତୁମ୍ଭର ଅଛି।’” “ତେଣୁ ଏହା ସଦାପ୍ରଭୁଙ୍କର ବାର୍ତ୍ତା ଥିଲା ବୋଲି ମୁଁ ଜାଣିଲି।”


ଦାଉଦ ସେହି ଦିନଠାରୁ ଏହି ନିୟମ ପ୍ରଚଳନ କଲେ। ଯାହା ଆଜି ପର୍ଯ୍ୟନ୍ତ ଇସ୍ରାଏଲରେ ଚଳୁଅଛି।


ତାହାର କକା କିମ୍ବା କକାର ପୁତ୍ର ତାକୁ ମୁକ୍ତ କରି ପାରିବ। ଆଉ ତା'ର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାକୁ ମୁକ୍ତ କରି ପାରିବ କିମ୍ବା ତାହାର ସ୍ୱହସ୍ତରେ ଅଧିକ ଧନ ହେଲେ ସେ ନିଜକୁ ମଧ୍ୟ ମୁକ୍ତ କରି ପାରିବ।


ଯଦି ତୁମ୍ଭର ଭ୍ରାତା ଅତି ଦରିଦ୍ର ହୋଇ ନିଜର ଭୂମି ବିକ୍ରୟ କରେ ତେବେ ତାହାର ମୁକ୍ତିକର୍ତ୍ତା ନିକଟ ସମ୍ପର୍କୀୟ ଆସି ନିଜର ଭ୍ରାତାର ବିକ୍ରୀତ ଭୂମି ମୁକ୍ତ କରି ନେବ।


ପୁଣି ଯଦି ତାହାର ଭାଇ ନ ଥାଏ ତେବେ ତାହାର ଅଧିକାର ତା'ର ପିତାର ଭାଇମାନଙ୍କୁ ଦେବ।


Swiv nou:

Piblisite


Piblisite