Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 26:65 - ପବିତ୍ର ବାଇବଲ

65 କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, ସେମାନେ ଅବଶ୍ୟ ଏହି ମରୁଭୂମିରେ ମରିବେ। କେବଳ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହୋଶୂୟ ବଞ୍ଚି ରହିଲେ, ବାକି ସମସ୍ତେ ମଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

65 କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ; ଏହେତୁ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ଛଡ଼ା ଏକ ଜଣ ହିଁ ଅବଶିଷ୍ଟ ରହିଲା ନାହିଁ।

Gade chapit la Kopi

ଓଡିଆ ବାଇବେଲ

65 କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, “ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ; ଏହେତୁ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ବ୍ୟତୀତ ଏକ ଜଣ ହିଁ ଅବଶିଷ୍ଟ ରହିଲା ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

65 କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, “ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ; ଏହେତୁ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ବ୍ୟତୀତ ଏକ ଜଣ ହିଁ ଅବଶିଷ୍ଟ ରହିଲା ନାହିଁ।”

Gade chapit la Kopi




ଗଣନା ପୁସ୍ତକ 26:65
20 Referans Kwoze  

ମାତ୍ର ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ କେବଳ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ୍ ଜୀବିତ ରହିଲେ।


ଅତଏବ ବୁଝିବା ଦରକାର ଯେ, ପରମେଶ୍ୱର ଅତି ଦୟାଳୁ, କିନ୍ତୁ ସେ ଅତି କଠୋର ମଧ୍ୟ ହୋଇପାରିବେ। ପରମେଶ୍ୱରତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେମାନେ ତାହାଙ୍କ ଅନୁଗ୍ରହରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଅନ୍ୟ ପକ୍ଷରେ ଯଦି ତୁମ୍ଭେମାନେ ତାହାଙ୍କୁ ଅନୁସରଣ ନ କର ତା'ହେଲେ ତୁମ୍ଭେମାନେ ମଧ୍ୟ କଟାଯାଇ ଫିଙ୍ଗି ଦିଆଯିବ।


“ମୁଁ ସଦାପ୍ରଭୁ ଅନନ୍ତର ଏହା କହିଲି, ମୋ’ ବିଷୟରେ ଯେଉଁ ଦୁଷ୍ଟ ମଣ୍ତଳୀ ଏକତ୍ରିତ ହୋଇଅଛନ୍ତି, ତାହା ପ୍ରତି ମୁଁ ନିଶ୍ଚୟ ପ୍ରତିଫଳ କରିବି। ସେମାନେ ଏଠାରେ ନଷ୍ଟ ହେବେ ଓ ଏହି ସ୍ଥାନରେ ସେମାନେ ମରିବେ।‌”


ତୁମ୍ଭେ ଆଗରୁ ଜାଣିଥିବା କେତେକ କଥା ସ୍ମରଣ କରାଇବା ପାଇଁ ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହେଁ। ମନେରଖ, ପ୍ରଭୁ ତାହାଙ୍କର ଲୋକଙ୍କୁ ମିଶର ଦେଶରୁ ଉଦ୍ଧାର କଲେ। କିନ୍ତୁ ପରେ ପ୍ରଭୁ ସମସ୍ତ ଅବିଶ୍ୱାସୀ ଲୋକମାନଙ୍କୁ ଧ୍ୱଂସ କରିଦେଲେ।


ଇସ୍ରାଏଲୀୟ ଲୋକମାନେ ରାମିଷେ‌ଷ୍‌ଠାରୁ ସୁ‌କ୍‌କୋତକୁ ଯାତ୍ରା କଲେ। ସେମାନେ ପିଲାମାନଙ୍କୁ ଛାଡ଼ି ମୋଟରେ 600,000 ଲୋକ ଥିଲେ।


ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,


ମାତ୍ର ତୁମ୍ଭେମାନେ ଏହି ମରୁଭୂମିରେ ମୃତ୍ୟୁବରଣ କରିବ।


“ଆମ୍ଭମାନଙ୍କ ପିତା ମରୁଭୂମିରେ ମୃତ୍ୟୁବରଣ କଲେ। ତାଙ୍କର ନିଜ ପାପ ନିମନ୍ତେ ସେ ମୃତ୍ୟୁବରଣ କଲେ। ସେହିମାନଙ୍କ ମଧ୍ୟରୁ ଜଣେ ନ ଥିଲେ, ଯେଉଁମାନେ କୋରହ ଦଳରେ ସଦାପ୍ରଭୁଙ୍କ ବିରୁଦ୍ଧରେ ନେତୃତ୍ୱ ନେଇଥିଲେ। ତାଙ୍କର ପୁତ୍ର ନ ଥିଲା।


ସେହି ଅଧିପତିଗଣଙ୍କର ନାମ ଏହି: ଯିହୁଦା ଗୋଷ୍ଠୀବର୍ଗରୁ ଯିଫୁନ୍ନିର ପୁତ୍ର କାଲେବ୍।


କେବଳ ଯିଫୁନ୍ନିର ପୁତ୍ର କାଲେବ୍ ସେହି ଦେଶକୁ ଦେଖିବ। ମୁଁ କାଲେ‌ବ୍‌କୁ ସେହି ଦେଶ ଦେବି, ଯେଉଁ ଦେଶ ଦେଇ ସେ ଗଲା। ତାଙ୍କର ଭବିଷ୍ୟଦ୍ ବଂଶଧରମାନେ ମଧ୍ୟ ତାହା ପାଇବେ। କାରଣ କାଲେ‌ବ୍‌ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣଭାବରେ ଅନୁସରଣ କରୁଛନ୍ତି।’


ଯିହୋଶୂୟ ସୁନ୍ନତ କରାଇବାର କାରଣ ଏହି, ମିଶରରୁ ବାହାରି ଆସିବା ପରେ ଇସ୍ରାଏଲର ସମସ୍ତ ଲୋକ ଯାତ୍ରା କରୁଥିବା ବେଳେ ମରୁଭୂମିରେ ମୃତ୍ୟୁବରଣ କଲେ। ସେମାନେ ସମସ୍ତେ ଯୋଦ୍ଧା ଥିଲେ ଓ ସୁନ୍ନତ ହୋଇଥିଲେ। କିନ୍ତୁ ମିଶର ଛାଡ଼ିବା ପରେ ମରୁଭୂମିରେ ଜନ୍ମ ହୋଇଥିବା ଇସ୍ରାଏଲୀୟମାନେ ସୁନ୍ନତ ହୋଇ ନ ଥିଲେ। ଯେହେତୁ ଲୋକମାନେ ସଦାପ୍ରଭୁଙ୍କ କଥା ମାନିଲେ ନାହିଁ। ତେଣୁ ସେମାନଙ୍କୁ ପ୍ରତିଜ୍ଞା କରାଯାଇଥିବା ଦେଶ ସେମାନେ ଦେଖି ପାରିଲେ ନାହିଁ ଏବଂ ଦୀର୍ଘ ଗ୍ଭଳିଶ୍ ବର୍ଷ ଯାଏ ସମସ୍ତ ଯୋଦ୍ଧା ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ମରୁଭୂମିରେ ଘୁରି ବୁଲିଲେ। ସଦାପ୍ରଭୁ ସେମାନଙ୍କୁ “ଉର୍ବର ଓ ଦୁ‌ଗ୍‌ଧମଧୁପ୍ରବାହୀତ ଦେଶ” ନ ଦେଖାଇବା ପାଇଁ ପ୍ରତିଜ୍ଞା କଲେ, ଯାହା ସେ ସେମାନଙ୍କର ପୂର୍ବପୁରୁଷଗଣଙ୍କଠାରେ ଆମ୍ଭକୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ତେଣୁ ସେମାନଙ୍କର ପୁତ୍ରଗଣ ସେମାନଙ୍କର ମୃତ୍ୟୁପରେ ସେମାନଙ୍କର ଜାଗାଗୁଡ଼ିକ ନେଇଗଲେ। ସେମାନେ ବାଟରେ ସୁନ୍ନତ ହୋଇ ନ ଥିଲେ, ତେଣୁ ସେମାନେ ରାସ୍ତାରେ ଯିହୋଶୂୟଙ୍କ ଦ୍ୱାରା ସୁନ୍ନତ ହେଲେ।


କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି, ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ। ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।


Swiv nou:

Piblisite


Piblisite