Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 26:62 - ପବିତ୍ର ବାଇବଲ

62 ଲେବୀୟମାନଙ୍କର ସମୁଦାୟ ଏକ ମାସର ପୁରୁଷ ଓ ବୟଜ୍ୟେଷ୍ଠ ସଂଖ୍ୟା 23,000 ହେଲା। କିନ୍ତୁ ସେମାନଙ୍କୁ ଇସ୍ରାଏଲର ଲୋକ ବୋଲି ଗଣନା କରାଗଲା ନାହିଁ, କାରଣ ଇସ୍ରାଏଲର ଲୋକମାନଙ୍କର ପରି ସେମାନଙ୍କୁ ଭୂମି ଦିଆଗଲା ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

62 ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଲୋକ ଗଣାଯାʼନ୍ତେ, ତେଇଶ ହଜାର ଜଣ ହେଲେ; କାରଣ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦତ୍ତ ନୋହିବାରୁ ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

62 ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଲୋକ ଗଣାଯା’ନ୍ତେ, ତେଇଶ ହଜାର ଜଣ ହେଲେ; କାରଣ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦତ୍ତ ନୋହିବାରୁ ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

62 ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଲୋକ ଗଣାଯାʼନ୍ତେ, ତେଇଶ ହଜାର ଜଣ ହେଲେ; କାରଣ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦତ୍ତ ନୋହିବାରୁ ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।

Gade chapit la Kopi




ଗଣନା ପୁସ୍ତକ 26:62
14 Referans Kwoze  

ଏଥିପାଇଁ ଲେବୀର ଆପଣା ପରିବାରବର୍ଗ ମଧ୍ୟରେ କୌଣସି ଅଂଶ କି ଅଧିକାର ନାହିଁ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତାହାକୁ ଯାହା କହିଅଛନ୍ତି, ତଦନୁସାରେ ସଦାପ୍ରଭୁ ହିଁ ତାହାର ଅଧିକାର।


ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାରେ ଲେବୀୟମାନଙ୍କୁ ଗଣନା କଲେ। ଲେବୀୟମାନଙ୍କ ବଂଶ ଅନୁସାରେ ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷମାନଙ୍କ ସଂଖ୍ୟା 22,000 ହେଲେ।


“ଲେବୀୟମାନଙ୍କୁ ଇସ୍ରାଏଲର ଲୋକମାନଙ୍କ ସନ୍ତାନଗଣଙ୍କ ସହିତ ଗଣନା ବେଳେ ମିଶାଇବ ନାହିଁ।


ମୋଶା ଯର୍ଦ୍ଦନର ପୂର୍ବ ପାରିରେ ଦୁଇଟି ବଂଶ ଓ ଅର୍ଦ୍ଧବଂଶକୁ ସେମାନଙ୍କର ଭୂମିର ଅଧିକାର ଦେଇଥିଲେ। କିନ୍ତୁ ସେ ଲେବୀୟମାନଙ୍କୁ କୌଣସି ଦେଶ ଦେଇ ନ ଥିଲେ, ଯେପରି ଅନ୍ୟ ପରିବାରବର୍ଗ ପାଇଥିଲେ।


ମୋଶା ଲେବୀ ବଂଶଧରମାନଙ୍କୁ ଆଦୌ ଭୂମି ଦେଇ ନ ଥିଲେ। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପ୍ରତିଜ୍ଞା କରିଥିଲେ, ଯେ ସେ ନିଜେ ସେମାନଙ୍କର ଉତ୍ତରାଧିକାରୀ।


କେବଳ ଲେବୀ ଏକ ବଂଶଧର ଯେ କି ଜମା ଭୂମି ପାଇ ନ ଥିଲେ। ଲେବୀୟମାନେ ଶସ୍ୟ ନୈବେଦ୍ୟ ଓ ହୋମବଳି ପାଇଲେ, ଯାହାକି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଉଥିଲା। ଏହା ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ଥିଲା।


ସେମାନଙ୍କ ସଂଖ୍ୟା 8,580 ହେଲା।


ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ନିର୍ଦ୍ଦେଶ ଅନୁସାରେ ଗେର୍ଶୋନର ଲୋକମାନେ ନିଜ ନିଜର କାର୍ଯ୍ୟ ଓ ସେବା ସମ୍ବନ୍ଧୀୟ ସମସ୍ତ କର୍ମ କରିବା ଉଚିତ୍। ତୁମ୍ଭେ ସେମାନଙ୍କୁ, ଯାହାସବୁ ଦାୟୀତ୍ୱ ବହନ କରନ୍ତି ସେହି କାର୍ଯ୍ୟ ଭାର ଦେବା ଉଚିତ୍।


ମାତ୍ର ଲେବୀୟମାନେ ସେମାନଙ୍କର ପରିବାରବର୍ଗ ଅନ୍ୟମାନଙ୍କ ସହିତ ଗଣାଯାଇ ନ ଥିଲେ।


ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସୀମାର ମୋୟାବ ପଦାରେ ଇସ୍ରାଏଲର ଲୋକମାନଙ୍କୁ ମୋଶା ଓ ଯାଜକ ଇଲିୟାସର ଗଣନା କଲେ।


Swiv nou:

Piblisite


Piblisite