Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 26:59 - ପବିତ୍ର ବାଇବଲ

59 ସେହି ଅମ୍ରମର ସ୍ତ୍ରୀ ଯୋକେବଦ। ସେ ମିଶର ଦେଶରେ ଲେବୀର ପରିବାରବର୍ଗରୁ ଜନ୍ମ ହୋଇଥିଲା। ଅମ୍ରମ୍ ଔରସରେ ଯୋକେବଦଠାରୁ ମୋଶା, ହାରୋଣ ଓ ସେମାନଙ୍କର ଭଉଣୀ ମରିୟମ ଜନ୍ମ ହୋଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

59 ସେହି କହାତର ପୁତ୍ର ଅମ୍ରମ୍; ସେହି ଅମ୍ରମର ଯୋକେବଦ ନାମ୍ନୀ ଭାର୍ଯ୍ୟା ମିସର ଦେଶରେ ଲେବୀର ଔରସଜାତା କନ୍ୟା ଥିଲା। ସେ ଅମ୍ରମର ଔରସରେ ହାରୋଣ ଓ ମୋଶା ଓ ସେମାନଙ୍କ ଭଗିନୀ ମରୀୟମଙ୍କୁ ପ୍ରସବ କଲା।

Gade chapit la Kopi

ଓଡିଆ ବାଇବେଲ

59 ସେହି କହାତର ପୁତ୍ର ଅମ୍ରାମ୍‍; ସେହି ଅମ୍ରମର ଯୋକେବଦ ନାମ୍ନୀ ଭାର୍ଯ୍ୟା ମିସର ଦେଶରେ ଲେବୀର ଔରସଜାତା କନ୍ୟା ଥିଲା। ସେ ଅମ୍ରମର ଔରସରେ ହାରୋଣ, ମୋଶା ଓ ସେମାନଙ୍କ ଭଗିନୀ ମରୀୟମଙ୍କୁ ପ୍ରସବ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

59 ସେହି କହାତର ପୁତ୍ର ଅମ୍ରାମ୍‍; ସେହି ଅମ୍ରମର ଯୋକେବଦ ନାମ୍ନୀ ଭାର୍ଯ୍ୟା ମିସର ଦେଶରେ ଲେବୀର ଔରସଜାତା କନ୍ୟା ଥିଲା। ସେ ଅମ୍ରମର ଔରସରେ ହାରୋଣ, ମୋଶା ଓ ସେମାନଙ୍କ ଭଗିନୀ ମରୀୟମଙ୍କୁ ପ୍ରସବ କଲା।

Gade chapit la Kopi




ଗଣନା ପୁସ୍ତକ 26:59
7 Referans Kwoze  

ଅମ୍ରମ୍ 137 ବର୍ଷ ବଞ୍ଚିଲେ। ଅମ୍ରମ୍ ତାଙ୍କ ପିତାଙ୍କର ଭଉଣୀଙ୍କୁ ବିବାହ କରିଥିଲେ, ତାଙ୍କର ନାମ ଥିଲା ଯୋକେବଦ। ଏଣୁ ଅମ୍ରମ୍ ଆଉ ଯୋକେବଦ ହାରୋଣ ଓ ମୋଶାଙ୍କୁ ଜନ୍ମ ଦେଲେ।


“ତୁମ୍ଭେ ନିଜର ପିଉସୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ପିତାଙ୍କ ଅତି ନିକଟ ସମ୍ପର୍କୀୟ।


ସେହି ବାଳକର ଜଣେ ଭଉଣୀ ତାକୁ ଦୂରରୁ ଲକ୍ଷ୍ୟ କରୁଥିଲା। ପିଲାଟିର କ’ଣ ହେବ, ଏହା ଜାଣିବା ପାଇଁ ଲକ୍ଷ୍ୟ ରଖିଲା।


ଏହା ପରେ ହାରୋଣର ଭଉଣୀ, ଭବିଷ୍ୟ‌ଦ୍‌ବକ୍ତ୍ରୀ ମରିୟମ ଦାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିୟମ ପୁନରାବୃତ୍ତି କଲେ।


ମୋଶା ଏକ କୁଶୀୟା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିୟମ ଓ ହାରୋଣ ସେହି କୁଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ।


ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସେମାନେ କାଦେଶରେ ବାସ କଲେ। ମରିୟମ ସେହି ସ୍ଥାନରେ ମୃତ୍ୟୁବରଣ କଲେ ଓ ତାଙ୍କୁ ସେଠାରେ କବର ଦିଆଗଲା।


Swiv nou:

Piblisite


Piblisite