Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 26:55 - ପବିତ୍ର ବାଇବଲ

55 ତୁମ୍ଭେ ଗୁଲିବାଣ୍ଟ ଦ୍ୱାରା ଦେଶ ଭାଗ କରିବା ଉଚିତ୍। ସେମାନେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

55 ତଥାପି ଗୁଲିବାଣ୍ଟ ଦ୍ଵାରା ଦେଶ ବିଭକ୍ତ ହେବ; ସେମାନେ ଆପଣା ଆପଣା ପିତୃବଂଶ ନାମାନୁସାରେ ଅଧିକାର ପାଇବେ।

Gade chapit la Kopi

ଓଡିଆ ବାଇବେଲ

55 ତଥାପି ଗୁଲିବାଣ୍ଟ ଦ୍ୱାରା ଦେଶ ବିଭକ୍ତ ହେବ; ସେମାନେ ଆପଣା ଆପଣା ପିତୃବଂଶ ନାମାନୁସାରେ ଅଧିକାର ପାଇବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

55 ତଥାପି ଗୁଲିବାଣ୍ଟ ଦ୍ୱାରା ଦେଶ ବିଭକ୍ତ ହେବ; ସେମାନେ ଆପଣା ଆପଣା ପିତୃବଂଶ ନାମାନୁସାରେ ଅଧିକାର ପାଇବେ।

Gade chapit la Kopi




ଗଣନା ପୁସ୍ତକ 26:55
21 Referans Kwoze  

ତେଣୁ ମୋଶା ଇସ୍ରାଏଲର ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧବଂଶକୁ ଯେଉଁ ଦେଶ ଦେବାକୁ ଆଜ୍ଞା ଦେଇଅଛନ୍ତି, ତୁମ୍ଭେମାନେ ଯାହାକୁ ଗୁଲିବାଣ୍ଟ ଦ୍ୱାରା ଅଧିକାର କରିବ, ସେହି ଦେଶ ଏହି।


ଆଉ ତୁମ୍ଭେମାନେ ଗୁଲିବାଣ୍ଟ ଦ୍ୱାରା ନିଜ ନିଜ ବଂଶାନୁସାରେ ଦେଶାଧିକାର ବିଭାଗ କରି ନେବ। ଅଧିକଲୋକ ବିଶିଷ୍ଟ ବଂଶ ଅଧିକ ଭାଗ ଓ ଅଳ୍ପ ଲୋକ ବିଶିଷ୍ଟ ବଂଶ ଅଳ୍ପ ଅଂଶ ପାଇବ। ଗୁଳାନୁସାରେ ଯାହାର ବାଣ୍ଟ ଯେଉଁଠି ହେବ ସେ ତାକୁହିଁ ନେବ। ଏହିରୂପେ ତୁମ୍ଭେମାନେ ଆପଣା ପିତୃବଂଶାନୁସାରେ ଅଧିକାର କରିବ।


ସଦାପ୍ରଭୁ ବହୁ ଦିନ ପୂର୍ବରୁ ମୋଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ କିପରି ଭାବରେ ଲୋକମାନଙ୍କୁ ସେ ଭୂମି ବାଣ୍ଟ କରିବେ। ନଅ ବଂଶର ଲୋକ ଅର୍ଦ୍ଧ ବଂଶର ଲୋକମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ନିଷ୍ପତ୍ତି ଦେଲେ କିଏ କେଉଁ ଭୂମି ପାଇବ।


ଏହିପରି ଭାବରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, ଯିହୋଶୂୟ ଇସ୍ରାଏଲର ସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗନୁସାରେ ଅଧିକାର କରିବାକୁ ଇସ୍ରାଏଲକୁ ତାହା ଦେଲେ। ତେଣୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।


ଓ ପିତାଙ୍କୁ ଧନ୍ୟବାଦ ଦେବ। ସେ ଯେଉଁ ବିଷୟ ଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସେଗୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପଯୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅରେ ବାସ କରନ୍ତି, ସେମାନଙ୍କ ଲାଗି ସେ ଏହି ବିଷୟ ଗୁଡ଼ିକ ସୃଷ୍ଟି କରିଛନ୍ତି


ତା'ପରେ ପ୍ରେରିତମାନେ ଏହି ଦୁହିଁଙ୍କ ନାମରେ ଗୁଳା ପକାଇଲେ। କାଗଜରେ ଲେଖାଥିବା ଗୁଳା ମଥିୟଙ୍କ ନାମରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ରେରିତଙ୍କ ସହିତ ଜଣେ ପ୍ରେରିତ ହିସାବରେ ଗଣିତ ହେଲେ।


ଗୁଲିବାଣ୍ଟ ବିରୋଧ ମେଣ୍ଟାଇ ଦିଏ ଓ ବଳବାନମାନଙ୍କୁ ପୃଥକ କରେ।


ନିଷ୍ପତ୍ତି ପାଇଁ ଗୁଲିବାଣ୍ଟ ପଡ଼େ, କିନ୍ତୁ ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ଆସେ।


ଏହା ପରେ ଦାନ୍ ପରିବାରବର୍ଗମାନଙ୍କୁ ସପ୍ତମ ବାଣ୍ଟ ଉଠିଲା, ସେହି ଭୂମିର ସମସ୍ତ ଭାଗଟି ଦିଆଗଲା।


ଏହାର ଷଷ୍ଠାଂଶଟି ନପ୍ତାଲିର ପରିବାରବର୍ଗଙ୍କୁ ଦିଆଗଲା। ଏବଂ ସେହି ପରିବାରବର୍ଗର ପ୍ରତ୍ୟକ ଗୋଷ୍ଠୀ ସେମାନଙ୍କର ପ୍ରାପ୍ୟ ଅଂଶ ପାଇଲେ।


ଏହି ଭୂମିର ପଞ୍ଚମ ଅଂଶ ଆଶେର ପରିବାରବର୍ଗମାନେ ପାଇଲେ। ସେହି ପରିବାରବର୍ଗର ପ୍ରତ୍ୟେକ ପରିବାର ସେହି ଭୂମିର ଏକ ଅଂଶ ପାଇଲେ।


ଭୂମିର ଚତୁର୍ଥ ଅଂଶ ଇଷାଖର ପରିବାରବର୍ଗକୁ ଦିଆଗଲା। ପ୍ରତ୍ୟେକ ପରିବାର ସେଥିରୁ ଭାଗ ପାଇଲେ।


ସବୂଲୂନର ପରିବାରବର୍ଗ, ସେମାନଙ୍କର ଗୋଷ୍ଠୀମାନଙ୍କ ପ୍ରତିଜ୍ଞାନୁସାରେ ନିଜ ନିଜର ଭୂମି ଭାଗ ପାଇଲେ। ଏହାର ସୀମା ସାରୀଦ ପର୍ଯ୍ୟନ୍ତ ଥିଲା।


ଏହା ପରେ ଯିହୋଶୂୟ ଶିମିୟୋନ ପରିବାରବର୍ଗମାନଙ୍କ ଗୋଷ୍ଠୀକୁ ସେମାନଙ୍କର ଅଧିକାର ଭୂମି ଦେଲେ। ତାଙ୍କୁ ଯେଉଁ ଭୂମି ଦିଆଗଲା, ତାହା ଯିହୁଦାର ଅନ୍ତର୍ଗତ ଥିଲା।


କିନ୍ତୁ ତୁମ୍ଭେ ନିଶ୍ଚିତ ସାତ ଭାଗ କରି ଏକ ନ‌କ୍‌ସା ଅଙ୍କନ କରିବ। ତେବେ ତାହା ମୋତେ ଦେବ ଏବଂ ମୁଁ ସଦାପ୍ରଭୁ ପରମେଶ୍ୱରଙ୍କ ଉପସ୍ଥିତିରେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବି। ସେ ନିଷ୍ପତ୍ତି କରିବେ କିଏ କେଉଁ ଭାଗ ପାଇବ।


ଯୋଷେଫ ବଂଶଧର ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଯାହାକୁ ସଦାପ୍ରଭୁ ଲୋକମାନଙ୍କୁ ଦେଇଥିଲେ।”


ଉଭୟ ଛୋଟ ଓ ବଡ଼ ଗୋଷ୍ଠୀଗଣ ଲୋକସଂଖ୍ୟା ଅନୁସାରେ ଗୁଲିବାଣ୍ଟ କରି ସେମାନଙ୍କର ଭୂମି ନିର୍ଦ୍ଧାରଣ କରାଯିବା ଉଚିତ୍।”


ପୁଣି ତୁମ୍ଭେମାନେ ତୁମ୍ଭମାନଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଓ ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶୀମାନଙ୍କ ନିମନ୍ତେ ଓ ସେମାନଙ୍କଠାରୁ ଉତ୍ପନ୍ନ ସନ୍ତାନସନ୍ତତି ନିମନ୍ତେ ଓ ଉତ୍ତରାଧିକାରୀ ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ ଏବଂ ସେମାନେ ଇସ୍ରାଏଲ ଲୋକମାନେ ସ୍ୱଜନ୍ମସ୍ଥାନ ତୁଲ୍ୟ ବିବେଚିତ ହେବା ଉଚିତ୍। ସେମାନେ ମଧ୍ୟ କିଛି ଇସ୍ରାଏଲ ଭୂମିର ଉତ୍ତରାଧିକାରୀ ହେବା ଉଚିତ୍। ଇସ୍ରାଏଲ ପରିବାରବର୍ଗମାନଙ୍କ ମଧ୍ୟରୁ ସେମାନଙ୍କ ପାଇଁ ଭୂମି ପ୍ରାପ୍ତ କର।


ସେମାନେ କହିଲେ, “ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ଦେଶାଧିକାର ଦେବା ପାଇଁ ଆମ୍ଭମାନଙ୍କର ମୁନିବ ମୋଶାଙ୍କୁ ଆଜ୍ଞା ଦେଲେ। ଆମ୍ଭ ମୁନିବ ଆମ୍ଭମାନଙ୍କ ଭ୍ରାତା ସଲଫାଦରଙ୍କ ଅଧିକାର ତାହାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ।


Swiv nou:

Piblisite


Piblisite