Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 26:5 - ପବିତ୍ର ବାଇବଲ

5 ରୁବେନ୍ ଇସ୍ରାଏଲର ପ୍ରଥମ ପୁତ୍ର। ରୁବେ‌ନ୍‌ର ପୁତ୍ରଗଣ ଓ ଗୋଷ୍ଠୀଗୁଡ଼ିକ ହେଲେ, ହନୋକରୁ ହନୋକ ଗୋଷ୍ଠୀ ଓ ପଲ୍ଲୂଠାରୁ ପଲ୍ଲୂ ଗୋଷ୍ଠୀ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ରୁବେନ୍, ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର; ରୁବେନର ସନ୍ତାନ ହନୋକଠାରୁ ହନୋକୀୟ ବଂଶ; ପଲ୍ଲୂଠାରୁ ପଲ୍ଲୂୟୀୟ ବଂଶ;

Gade chapit la Kopi

ଓଡିଆ ବାଇବେଲ

5 ରୁବେନ୍‍, ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର; ରୁବେନ୍‍ର ସନ୍ତାନ ହନୋକଠାରୁ ହନୋକୀୟ ବଂଶ; ପଲ୍ଲୂଠାରୁ ପଲ୍ଲୂୟୀୟ ବଂଶ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ରୁବେନ୍‍, ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର; ରୁବେନ୍‍ର ସନ୍ତାନ ହନୋକଠାରୁ ହନୋକୀୟ ବଂଶ; ପଲ୍ଲୁଠାରୁ ପଲ୍ଲୁୟୀୟ ବଂଶ;

Gade chapit la Kopi




ଗଣନା ପୁସ୍ତକ 26:5
11 Referans Kwoze  

ରୁବେନ୍ ଇସ୍ରାଏଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶେଷ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷେଫଙ୍କ ପୁତ୍ରଙ୍କୁ ଦିଆଗଲା। ପରିବାରର ଇତିହାସରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବେ‌ନଙ୍କ ନାମ ଲିଖିତ ହୋଇ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧ୍ୟରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷେଫଙ୍କ ପରିବାର ପାଇଲା। ରୁବେ‌ନଙ୍କ ପୁତ୍ରମାନେ ଥିଲେ: ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମୀ।


ଏହି ସମସ୍ତ ଲୋକ ଇସ୍ରାଏଲ ବଂଶ ମଧ୍ୟରେ ମୁଖ୍ୟ ଥିଲେ: ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେ‌ନ୍‌ର ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମ୍ମି ଏହିପରି ଗ୍ଭରି ପୁତ୍ର ଥିଲେ।


ଲେୟା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ରୁବେନ୍ ଦେଲେ। ଲେୟା ତାଙ୍କର ଏପରି ନାମ ଦେଲେ କାରଣ ସେ କହିଲେ, “ସଦାପ୍ରଭୁ ମୋର ଦୁଃଖ ଦେଖି ଅଛନ୍ତି। ମୋର ସ୍ୱାମୀ ମୋତେ ଭଲ ପାଇବେ।”


ରୁବେନ୍ ବଂଶଧର ଇସ୍ରାଏଲଙ୍କର ପ୍ରଥମଜାତ ସେମାନଙ୍କର କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଓ ସଂଖ୍ୟାନୁସାରେ ସୈନ୍ୟବାହିନୀରେ ଯୋଗଦେବା ପାଇଁ ଯୋଗ୍ୟ ତାଲିକାଭୁକ୍ତ କରାଗଲା।


“ସେମାନେ କହିଲେ, ଯେଉଁ ପୁରୁଷମାନେ କୋଡ଼ିଏ ବର୍ଷ କିମ୍ବା ଅଧିକ ତୁମ୍ଭେ ସେହି ସମସ୍ତଙ୍କୁ ଗଣନା କର, ଠିକ୍ ଯେପରି ସଦାପ୍ରଭୁ ମୋଶାଙ୍କୁ ଆଦେଶ କରିଥିଲେ, ଯେତେବେଳେ ଲୋକମାନେ ମିଶରଠାରୁ ବାହାରି ଆସିଲେ।”


ହିଷ୍ରୋଣଠାରୁ ହିଷ୍ରୋଣୀୟ ପରିବାର; କର୍ମ୍ମୀଠାରୁ କର୍ମ୍ମୀୟ ପରିବାର।


ଇସ୍ରାଏଲ ଯେତେବେଳେ ସେଠାରେ ରହୁଥିଲେ, ରୁବେନ୍ ଯାଇ ବିଲହା ସହିତ ଶୟନ କଲା। ଯିଏ ଇସ୍ରାଏଲର ଉପପତ୍ନୀ ଥିଲା। ଏହି ବିଷୟରେ ଇସ୍ରାଏଲ ଜାଣିବାକୁ ପାଇଲେ। ଇସ୍ରାଏଲର ବାରଟି ପୁତ୍ର ଥିଲେ।


ସେମାନଙ୍କ ମଧ୍ୟରେ ରୁବେନ୍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର। ଶିମିୟୋନ, ଲେବୀ, ଯିହୁଦା, ଇଷାଖର ଓ ସବୂଲୂନ ଏମାନେ ଲେୟାର ସନ୍ତାନ।


Swiv nou:

Piblisite


Piblisite