Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 24:3 - ପବିତ୍ର ବାଇବଲ

3 ଆଉ ବିଲିୟମ କହିଲା, “ଏହା ବିୟୋରର ପୁତ୍ର ବିଲିୟମର ବାର୍ତ୍ତା ଅଟେ। ଏହା ଜଣେ ମନୁଷ୍ୟର ବାର୍ତ୍ତା ଅଟେ, ଯିଏ ସ୍ପଷ୍ଟ ଭାବରେ ଦେଖେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତେବେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ବିୟୋରର ପୁତ୍ର ବିଲୀୟମ କହୁଅଛି ଓ ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି,

Gade chapit la Kopi

ଓଡିଆ ବାଇବେଲ

3 ତେବେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ବିୟୋରର ପୁତ୍ର ବିଲୀୟମ୍‍ କହୁଅଛି ଓ ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତେବେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ବିୟୋରର ପୁତ୍ର ବିଲୀୟମ୍‍ କହୁଅଛି ଓ ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି,

Gade chapit la Kopi




ଗଣନା ପୁସ୍ତକ 24:3
9 Referans Kwoze  

ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ। ସେ ଯିଏ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ବୁଝେ। ସେହି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛି। ସେ ହେଉଛି ଜଣେ, ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଭୂମିରେ ପ୍ରଣାମ କରେ, କିନ୍ତୁ ତା'ର ଆଖିଗୁଡ଼ିକ ଖୋଲିଥାଏ।


ତହୁଁ ବିଲିୟମ କହିଲେ, “ମୋୟାବର ରାଜା ବାଲାକ୍, ଅରାମଠାରୁ ପୂର୍ବ ଦିଗସ୍ଥିତ ପର୍ବତ ଶ୍ରେଣୀରୁ ମୋତେ ଆଣିଅଛି। ‘ଆସ, ଏବଂ ମୋ’ ନିମନ୍ତେ ଯାକୁବକୁ ଶାପ ଦିଅ। ଇସ୍ରାଏଲକୁ ଅଭିଶାପ ଦେବା ପାଇଁ ଆଉଥରେ ଆସ।’


ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ। ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛ। ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଆଗରେ ଭୂମିଷ୍ଠ ପ୍ରଣାମ କଲା, କିନ୍ତୁ ତା'ର ଚକ୍ଷୁଗୁଡ଼ିକ ଖୋଲା ଥିଲା।


ତା'ପରେ ବିଲିୟମ କହିଲେ, “ହେ ବାଲାକ୍, ଉଠ ଏବଂ ମୋ’ କଥା ଶୁଣ, ହେ ସି‌ପ୍‌ପୋରର ପୁତ୍ର, ଦୟାକରି ମୋ’ କଥାକୁ ତୁମ୍ଭର କର୍ଣ୍ଣ ଦିଅ।


ଏଥିରେ ସଦାପ୍ରଭୁ ବିଲିୟମର ଚକ୍ଷୁ ଖୋଲି ଦେଲେ ଏବଂ ସେ ସଦାପ୍ରଭୁଙ୍କ ଦୂତକୁ ପଥ ମଧ୍ୟରେ ଖ‌ଡ଼୍‌ଗ ଧାରଣ କରି ଛିଡ଼ା ହୋଇଥିବା ଦେଖିଲା। ତହିଁରେ ସେ ହତାଶ ହୋଇ ଭୂମିରେ ପଡ଼ି ଗଲା।


ଏଥିରେ ବିଲିୟମ କହିଲେ, “ଏହା ବିୟୋରର ପୁତ୍ର ବିଲିୟମର ବାର୍ତ୍ତା। ଏହା ସେହି ମନୁଷ୍ୟର ବାର୍ତ୍ତା ଯିଏ ସ୍ପଷ୍ଟ ଭାବରେ ଦେଖେ।


ଆୟୁବ ତା'ର କାହାଣୀ ଗ୍ଭଲୁ ରଖିଲା,


ମୀଖାୟ ଉତ୍ତର କଲେ, “ମୁଁ ସମଗ୍ର ଇସ୍ରାଏଲକୁ ମାଲିକହୀନ ମେଷପଲ ସଦୃଶ ଏଣେ ତେଣେ ପର୍ବତମାନଙ୍କରେ ବୁଲୁଥିବାର ଦେଖିଲି, ଆଉ ସଦାପ୍ରଭୁ କହିଲେ, ‘ସେମାନଙ୍କର ମୂଖ୍ୟ ନାହାନ୍ତି, ସେମାନେ ଯୁଦ୍ଧ ନ କରି କୁଶଳରେ ନିଜ ନିଜ ଗୃହକୁ ଫେରି ଯାଆନ୍ତୁ।’”


ପୁଣି ମୀଖାୟ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ, “ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତରେ ତାହାଙ୍କ ନିକଟରେ ସ୍ୱର୍ଗୀୟ ଦୂତମାନେ ଉଭା ହୋଇଛନ୍ତି।


Swiv nou:

Piblisite


Piblisite