Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 23:3 - ପବିତ୍ର ବାଇବଲ

3 ତହୁଁ ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ଯିବି। କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦେବେ, ତାହା ହିଁ ତୁମ୍ଭକୁ କହିବି।” ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତହୁଁ ବିଲୀୟମ ବାଲାକଙ୍କୁ କହିଲା, ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ, ମୁଁ ଯିବି; କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ; ଆଉ ସେ ଯାହା ମୋତେ ଦେଖାଇବେ, ତାହା ମୁଁ ତୁମ୍ଭକୁ କହିବି। ପୁଣି ସେ ଏକ ଉଚ୍ଚ ସ୍ଥାନକୁ ଗଲା।

Gade chapit la Kopi

ଓଡିଆ ବାଇବେଲ

3 ତହୁଁ ବିଲୀୟମ୍‍ ବାଲାକଙ୍କୁ କହିଲା, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ, ମୁଁ ଯିବି କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ; ଆଉ ସେ ଯାହା ମୋତେ ଦେଖାଇବେ, ତାହା ମୁଁ ତୁମ୍ଭକୁ କହିବି।” ପୁଣି, ସେ ଏକ ଉଚ୍ଚ ସ୍ଥାନକୁ ଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତହୁଁ ବିଲୀୟମ୍‍ ବାଲାକଙ୍କୁ କହିଲା, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ, ମୁଁ ଯିବି କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ; ଆଉ ସେ ଯାହା ମୋତେ ଦେଖାଇବେ, ତାହା ମୁଁ ତୁମ୍ଭକୁ କହିବି।” ପୁଣି, ସେ ଏକ ଉଚ୍ଚସ୍ଥାନକୁ ଗଲା।

Gade chapit la Kopi




ଗଣନା ପୁସ୍ତକ 23:3
16 Referans Kwoze  

ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ତୁମ୍ଭର ହୋମବଳି ନିକଟରେ ଛିଡ଼ାହୁଅ। ମୁଁ ସେହି ସ୍ଥାନରେ ପରମେଶ୍ୱରଙ୍କୁ ସାକ୍ଷାତ କରିବି।”


ବିଲିୟମ ହୃ‌ଦ୍‌ବୋଧ କଲେ ଯେ, ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବାକୁ ଗ୍ଭହିଁଲେ। ତେଣୁ ସେ ପୂର୍ବପରି କୌଣସି ନୈବେଦ୍ୟ ପ୍ରୟୋଗ କରିବା ପାଇଁ ଚେଷ୍ଟା କଲେ ନାହିଁ। କିନ୍ତୁ ସେ ତୁଚ୍ଛାଟାରେ ମରୁଭୂମି ଆଡ଼େ ନିଜ ମୁଖ ରଖିଲା।


ସଦାପ୍ରଭୁ ପରମେଶ୍ୱର ସମାଗମ-ତମ୍ବୁରୁ ମୋଶାଙ୍କୁ ଡାକି କହିଲେ,


ଏହା ପରେ ଅବ୍ରହାମ ନିରୀକ୍ଷଣ କଲେ ଓ ଏକ ଅଣ୍ଡିରା ମେଷ ଦେଖିଲେ, ତା'ର ଶିଙ୍ଗ ବୁଦାରେ ଚ୍ଛନ୍ଦି ହୋଇଥିଲା। ତେଣୁ ଅବ୍ରହାମ ସେହି ଅଣ୍ଡିରା ମେଷକୁ ଆଣି ହତ୍ୟା କଲେ ଓ ତାହାକୁ ନିଜପୁତ୍ର ବଦଳରେ ହୋମବଳିରେ ଉତ୍ସର୍ଗ କଲେ।


ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ପୁତ୍ରକୁ ମୋରିୟାକୁ ନିଅ। ମୋରିୟାରେ ତୁମ୍ଭର ଏକ ମାତ୍ର ସ୍ନେହର ପୁତ୍ର ଇ‌ସ୍‌ହାକକୁ ମୋ’ ନିମନ୍ତେ ହୋମାର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସେହି ପର୍ବତକୁ ନେଇ ସେଠାରେ ହୋମବଳି କର।”


ଏହା ପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କଲେ। ନୋହ ସେଥିରେ ଶୁଚିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଦେଲେ।


ଯିଥ୍ରୋ ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କଲେ। ହାରୋଣ, ମୋଶା ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୋଶାଙ୍କ ଶ୍ୱଶୁର ସଙ୍ଗେ ଭୋଜନ କଲେ।


ତା'ପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନେଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ୟ ଓ ସେଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇଲା।


ବାଲାକ୍ ବିଲିୟମର କଥା ଅନୁସାରେ କଲେ, ପୁଣି ବାଲାକ୍ ଓ ବିଲିୟମ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।


ପରମେଶ୍ୱର ବିଲିୟମକୁ ସାକ୍ଷାତ କଲେ। ତହିଁରେ ବିଲିୟମ ସଦାପ୍ରଭୁଙ୍କୁ କହିଲେ, “ମୁଁ ସାତୋଟି ଯଜ୍ଞବେଦି ନିର୍ମାଣ କରିଅଛି ଓ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଷଣ୍ଢ ଓ ଏକ ଅଣ୍ତିରା ମେଷ ବଳିଦାନ କରିଅଛି।”


ମାତ୍ର ବିଲିୟମ ଉତ୍ତର କଲା, “ସଦାପ୍ରଭୁ ମୋ’ ମୁହଁରେ ଯାହା କହନ୍ତି, ତାହା ହିଁ କରିବା କ’ଣ ମୋର ଉଚିତ୍ ନୁହେଁ?”


ବିଲିୟମ ବାଲା‌କ୍‌‌କୁ କହିଲେ, “ମୁଁ ପୂର୍ବରୁ ତୁମ୍ଭକୁ କହିଅଛ ଯେ, ସଦାପ୍ରଭୁ ମୋତେ ଯାହା କହିବେ ମୁଁ ତାହା କରିବି।”


କିନ୍ତୁ ମୁଁ ସଦାପ୍ରଭୁ ବିଲିୟମର କଥାକୁ ଧ୍ୟାନ ଦେଲି ନାହିଁ। ସେ ତୁମ୍ଭକୁ ବହୁବାର ଆଶୀର୍ବାଦ କଲା। ଏବଂ ମୁଁ ତୁମ୍ଭକୁ ତା'ର ଶକ୍ତି କବଳରୁ ରକ୍ଷା କଲି।


Swiv nou:

Piblisite


Piblisite