Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 23:2 - ପବିତ୍ର ବାଇବଲ

2 ବାଲାକ୍ ବିଲିୟମର କଥା ଅନୁସାରେ କଲେ, ପୁଣି ବାଲାକ୍ ଓ ବିଲିୟମ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତହିଁରେ ବାଲାକ ବିଲୀୟମର କଥାନୁସାରେ କଲେ; ପୁଣି ବାଲାକ ଓ ବିଲୀୟମ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।

Gade chapit la Kopi

ଓଡିଆ ବାଇବେଲ

2 ତହିଁରେ ବାଲାକ ବିଲୀୟମ୍‍ର କଥାନୁସାରେ କଲେ; ପୁଣି, ବାଲାକ ଓ ବିଲୀୟମ୍‍ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତହିଁରେ ବାଲାକ ବିଲୀୟମ୍‍ର କଥାନୁସାରେ କଲେ; ପୁଣି, ବାଲାକ ଓ ବିଲୀୟମ୍‍ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।

Gade chapit la Kopi




ଗଣନା ପୁସ୍ତକ 23:2
6 Referans Kwoze  

ତେଣୁ ବାଲାକ୍ ସେହି ଅନୁସାରେ କଲେ ଓ ପ୍ରତ୍ୟେକ ଯଜ୍ଞବେଦିରେ ଗୋଟିଏ ଗୋବତ୍ସ ଓ ଗୋଟିଏ ଗୋଟିଏ ଅଣ୍ତିରା ମେଷ ଉତ୍ସର୍ଗ କଲେ।


ବାଲାକ୍ ବିଲିୟମକୁ ପି‌ସ୍‌ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନେଇଗଲେ ଏବଂ ସେହି ସ୍ଥାନରେ ସାତୋଟି ଯଜ୍ଞବେଦି ନିର୍ମାଣ କଲେ ଏବଂ ପ୍ରତ୍ୟେକ ଯଜ୍ଞବେଦିରେ ଗୋଟିଏ ଷଣ୍ଢ ଓ ଗୋଟିଏ ଅଣ୍ତିରା ମେଷ ଉତ୍ସର୍ଗ କଲେ।


ତା'ପରେ ବିଲିୟମ ବାଲାକକୁ କହିଲେ, “ଏଠାରେ ମୋ’ ପାଇଁ ସାତ ଗୋଟି ଯଜ୍ଞବେଦି ନିର୍ମାଣ କର। ମୋ’ ପାଇଁ ସାତୋଟି ଷଣ୍ଢ ଓ ସାତୋଟି ମେଷ ପ୍ରସ୍ତୁତ କର।”


ତହୁଁ ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ଯିବି। କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦେବେ, ତାହା ହିଁ ତୁମ୍ଭକୁ କହିବି।” ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।


ଭୋଜିର ସାତ ଦିନ ସମୟ ଯାଏ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବା ଉଚିତ୍। ସାତ ଦିନ ଯାଏ ପ୍ରତିଦିନ ନିର୍ଦ୍ଦୋଷ ସାତ ବୃଷଭ ଓ ସାତ ମେଷ, ଆଉ ପାପାର୍ଥକ ବଳିରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ।


ତହୁଁ ବିଲିୟମ ବାଲା‌କ୍‌‌କୁ କହିଲେ, “ଏହି ସ୍ଥାନରେ ମୋ’ ପାଇଁ ସାତ ଗୋଟି ଯଜ୍ଞବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋ’ ପାଇଁ ସାତୋଟି ଷଣ୍ଢ ଓ ସାତୋଟି ଅଣ୍ତିରା ମେଷ ଆୟୋଜନ କର।”


Swiv nou:

Piblisite


Piblisite