Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 23:14 - ପବିତ୍ର ବାଇବଲ

14 ବାଲାକ୍ ବିଲିୟମକୁ ପି‌ସ୍‌ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନେଇଗଲେ ଏବଂ ସେହି ସ୍ଥାନରେ ସାତୋଟି ଯଜ୍ଞବେଦି ନିର୍ମାଣ କଲେ ଏବଂ ପ୍ରତ୍ୟେକ ଯଜ୍ଞବେଦିରେ ଗୋଟିଏ ଷଣ୍ଢ ଓ ଗୋଟିଏ ଅଣ୍ତିରା ମେଷ ଉତ୍ସର୍ଗ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ସେତେବେଳେ ବାଲାକ ତାହାକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନେଇ ଯାଇ ସେହି ସ୍ଥାନରେ ସାତ ବେଦି ନିର୍ମାଣ କଲେ, ପୁଣି ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।

Gade chapit la Kopi

ଓଡିଆ ବାଇବେଲ

14 ସେତେବେଳେ ବାଲାକ ତାହାକୁ ପିସ୍‍ଗାର ପୃଷ୍ଠସ୍ଥିତ ସୋଫୀମ୍‍ କ୍ଷେତ୍ରକୁ ନେଇ ଯାଇ ସେହି ସ୍ଥାନରେ ସାତ ବେଦି ନିର୍ମାଣ କଲେ, ପୁଣି, ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ସେତେବେଳେ ବାଲାକ ତାହାକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍‍ କ୍ଷେତ୍ରକୁ ନେଇଯାଇ ସେହି ସ୍ଥାନରେ ସାତ ବେଦି ନିର୍ମାଣ କଲେ, ପୁଣି, ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।

Gade chapit la Kopi




ଗଣନା ପୁସ୍ତକ 23:14
11 Referans Kwoze  

ଯେହେତୁ ଗିଲିୟଦରେ ସେମାନେ ବହୁତ ଦୁଷ୍ଟ, ସେମାନେ କିଛି ହୋଇ ପାରିବେ ନାହିଁ। କାରଣ ଗି‌‌ଲ୍‌‌‌‌ଗ‌‌ଲ୍‌‌‌‌ରେ ସେମାନେ ଷଣ୍ଢକୁ ବଳିଦାନ ଦିଅନ୍ତି। ଖୋଲା ପଡ଼ିଆରେ ପଥର ଗଦା ପରି ସେମାନଙ୍କର ଯଜ୍ଞବେଦିଗୁଡ଼ିକ ହେବ।


ସେମାନେ ଥଳିରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୌଲନ୍ତି। ସେମାନେ ସୁନାରିକୁ ଗୋଟିଏ ଦେବତା ଗଢ଼ିବା ପାଇଁ ମୂଲ୍ୟ ଦିଅନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ। ସେମାନେ ତାକୁ ପ୍ରଣାମ କରି ପୂଜା କରନ୍ତି।


ମୋଶା ନବୋ ପର୍ବତ ଉପରକୁ ଚଢ଼ିଲେ। ମୋୟାବର ପାଦ ଦେଶରୁ ପି‌ସ୍‌ଗା ପର୍ବତର ଶିର୍ଷ ପର୍ଯ୍ୟନ୍ତ ଆରୋହଣ କଲେ, ଯାହା ଯିରୀହୋ ସମ୍ମୁଖରେ ଥିଲା। ସଦାପ୍ରଭୁ ମୋଶାଙ୍କୁ ଗିଲିୟଦରୁ ଦାନ୍ ପର୍ଯ୍ୟନ୍ତ ସମସ୍ତ ଦେଶ ତାଙ୍କୁ ଦେଖାଇଲେ।


ଏବଂ ଅସେଦୋଦ୍ ପି‌ସ୍‌ଗାର ଅଧଃସ୍ଥିତ ପଦା ଭୂମିରେ ସମୁଦ୍ର ପର୍ଯ୍ୟନ୍ତ ଯର୍ଦ୍ଦନ ପୂର୍ବ ପାରିସ୍ଥିତ ସମସ୍ତ ପଦାଭୂମି ଅଧିକାର କରିଥିଲେ।


ପି‌ସ୍‌ଗାର ଶୃଙ୍ଗକୁ ଚଢ଼ିଯାଅ, ଆଉ ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ପୂର୍ବ ଆଡ଼େ ତୁମ୍ଭ ନିଜ ଆଖିରେ ସେହି ଦେଶକୁ ଦେଖ, କାରଣ ତୁମ୍ଭେ କେବେ ଯର୍ଦ୍ଦନ ନଦୀ ପାର ହେବ ନାହିଁ।


ତହୁଁ ବିଲିୟମ ବାଲା‌କ୍‌‌କୁ କହିଲେ, “ଏହି ସ୍ଥାନରେ ମୋ’ ପାଇଁ ସାତ ଗୋଟି ଯଜ୍ଞବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋ’ ପାଇଁ ସାତୋଟି ଷଣ୍ଢ ଓ ସାତୋଟି ଅଣ୍ତିରା ମେଷ ଆୟୋଜନ କର।”


ବାମୋତରୁ ମୋୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପି‌ସ୍‌ଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ। ତାହା ମରୁଭୂମି ଆଡ଼କୁ ଥିଲା।


ଏହା ପରେ ବାଲାକ୍ କହିଲେ, “ଦୟାକରି, ତୁମ୍ଭେ ମୋ’ ସହିତ ଏକ ସ୍ଥାନକୁ ଆସ, ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ। ତୁମ୍ଭେ କେବଳ ସେମାନଙ୍କୁ ଦେଖିବ ଯେଉଁମାନେ ଶେଷ ଭାଗରେ ଅଛନ୍ତି। କିନ୍ତୁ ତୁମ୍ଭେ ସମସ୍ତଙ୍କୁ ଦେଖି ପାରିବ ନାହିଁ। ସେହିଠାରୁ ମୋ’ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ।”


ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ତୁମ୍ଭର ହୋମବଳି ନିକଟରେ ଛିଡ଼ାହୁଅ। ମୁଁ ସେହି ସ୍ଥାନରେ ପରମେଶ୍ୱରଙ୍କୁ ସାକ୍ଷାତ କରିବି।”


Swiv nou:

Piblisite


Piblisite