Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 22:3 - ପବିତ୍ର ବାଇବଲ

3 ଏଣୁ ସେ ମୋୟାବ ଇସ୍ରାଏଲ ଲୋକମାନଙ୍କ ସକାଶୁ ଭୀତ ହେଲେ। ସେମାନଙ୍କର ସଂଖ୍ୟା ବହୁତ ଥିଲା, ଆଉ ମୋୟାବ ଇସ୍ରାଏଲ ଲୋକମାନଙ୍କ ସକାଶୁ ଉଦବିଗ୍ନ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଏଣୁ ମୋୟାବ ଲୋକମାନଙ୍କ ସକାଶୁ ଅତିଶୟ ଭୀତ ହେଲେ, କାରଣ ସେମାନେ ବହୁତ ଥିଲେ; ଆଉ ମୋୟାବ ଇସ୍ରାଏଲ-ସନ୍ତାନଗଣ ସକାଶୁ ଉଦ୍ବିଗ୍ନ ହେଲେ।

Gade chapit la Kopi

ଓଡିଆ ବାଇବେଲ

3 ଏଣୁ ମୋୟାବ ଲୋକମାନଙ୍କ ସକାଶୁ ଅତିଶୟ ଭୀତ ହେଲେ, କାରଣ ସେମାନେ ବହୁତ ଥିଲେ; ଆଉ ମୋୟାବ ଇସ୍ରାଏଲ-ସନ୍ତାନଗଣଙ୍କ ସକାଶୁ ଉଦ୍‍ବିଗ୍ନ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏଣୁ ମୋୟାବ ଲୋକମାନଙ୍କ ସକାଶୁ ଅତିଶୟ ଭୀତ ହେଲେ, କାରଣ ସେମାନେ ବହୁତ ଥିଲେ; ଆଉ ମୋୟାବ ଇସ୍ରାଏଲ-ସନ୍ତାନଗଣଙ୍କ ସକାଶୁ ଉଦ୍‍ବିଗ୍ନ ହେଲେ।

Gade chapit la Kopi




ଗଣନା ପୁସ୍ତକ 22:3
10 Referans Kwoze  

ଇଦୋମର ନେତାଗଣ ଭୟରେ ଥରିଲେ। ମୋୟାବର ସାହସୀ ଓ ଶକ୍ତିଶାଳୀ ଲୋକମାନେ ମଧ୍ୟ ଭୟରେ ଥରିଲେ। କିଣାନୀୟମାନେ ସେମାନଙ୍କର ସାହସ ହରାଇଲେ।


ମିଶର ସୋର ବିଷୟରେ ଏହି ସମ୍ବାଦ ଶୁଣିବ ଓ ବ୍ୟଥିତ ହେବ।


କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ। ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ। ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି। କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି। ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।


ଗିବିୟୋନୀୟମାନେ ଉତ୍ତର ଦେଲେ, “ଆମ୍ଭେମାନେ ତୁମ୍ଭ ସମ୍ମୁଖରେ ମିଛ କହିଲୁ କାରଣ ଆମ୍ଭେମାନେ ତୁମ୍ଭକୁ ଭୟ କରିଗଲୁ, କାଳେ ତୁମ୍ଭେ ଆମ୍ଭକୁ ମାରି ଦେବ। ଆମ୍ଭେ ଜାଣିବାକୁ ପାଇଲୁ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଆଜ୍ଞା ଦେଇଥିଲେ। ତେଣୁ ଆମ୍ଭର ଜୀବନ ଭୟରେ ଆମ୍ଭେ ତୁମ୍ଭ ନିକଟରେ ମିଥ୍ୟା କହିଲୁ।


ସେମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ବାସ୍ତବରେ ଆମ୍ଭକୁ ସମସ୍ତ ଦେଶ ଦାନ କରିଛନ୍ତି। ସେହି ଦେଶରେ ସମସ୍ତ ଲୋକ ଆମ୍ଭକୁ ଭୟ କରୁଛନ୍ତି।”


ଆଜି ଆମ୍ଭେ ସବୁଆଡ଼େ ସମସ୍ତଙ୍କ ମନରେ ତୁମ୍ଭ ବିଷୟରେ ଭୟ ସୃଷ୍ଟି କରିବୁ। ସେମାନେ ଏହି ଖବର ପାଇଲା ମାତ୍ରେ ସେମାନେ ବହୁତ ଭୟ କରିବେ ଓ ଭୟରେ ଥରିବେ।’


କାରଣ ସେମାନେ ଅନ୍ନଜଳ ନେଇ ଇସ୍ରାଏଲ ସନ୍ତାନଗଣଙ୍କୁ ଭେଟିଲେ ନାହିଁ। କିନ୍ତୁ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ ସେମାନେ ବିଲିୟମକୁ ପାଊଣା ଦେଲେ। ତଥାପି ଆମ୍ଭମାନଙ୍କ ପରମେଶ୍ୱର ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ।


ମିଶରୀୟମାନେ ଇସ୍ରାଏଲୀୟମାନଙ୍କୁ ଅଧିକରୁ ଅଧିକ ପରିଶ୍ରମ କରାଇଲେ। ସେମାନଙ୍କୁ ଯେତେ ଅଧିକ ପରିଶ୍ରମ କରାଇଲେ, ସେମାନଙ୍କର ସଂଖ୍ୟା ସେହିପରି ଅଧିକ ବ୍ୟାପିଲା। ଏହା ମିଶରୀୟ ଲୋକମାନଙ୍କର ଭୟର କାରଣ ହେଲା।


“ଯେତେବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବ ସେ ସମୟରେ ମୋର ମହାନ୍ ଶକ୍ତି ତୁମ୍ଭମାନଙ୍କର ସହାୟ ହେବ। ତୁମ୍ଭେମାନେ ତୁମ୍ଭର ସମସ୍ତ ଶତ୍ରୁମାନଙ୍କୁ ଯୁଦ୍ଧରେ ପରାସ୍ତ କରିବ। ଯେଉଁମାନେ ତୁମ୍ଭ ସହିତ ଯୁଦ୍ଧ କରିବେ ସେମାନେ ଇତସ୍ତତଃ ହୋଇ ଦୌଡ଼ି ପଳାଇବେ।


Swiv nou:

Piblisite


Piblisite