Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 22:23 - ପବିତ୍ର ବାଇବଲ

23 ଏଥିରେ ବିଲିୟମଙ୍କର ଗଧ ସଦାପ୍ରଭୁଙ୍କ ଖ‌ଡ଼୍‌ଗଧାରୀ ଦୂତକୁ ଦେଖିଲା। ତହୁଁ ସେ ବାଟ ଛାଡ଼ି ବିଲ ଆଡ଼କୁ ଗଲା। ତେଣୁ ବିଲିୟମ ରାଗିଯାଇ ଗଧକୁ ବାଟକୁ ଆଣିବା ପାଇଁ ପ୍ରହାର କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଏଥିରେ ସେହି ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ଼୍‍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହୁଁ ଗର୍ଦ୍ଦଭୀ ବାଟ ଛାଡ଼ି ବିଲ ଆଡ଼କୁ ଗଲା; ତହିଁରେ ବିଲୀୟମ ଗର୍ଦ୍ଦଭୀକି ବାଟକୁ ଫେରାଇ ଆଣିବା ପାଇଁ ପ୍ରହାର କଲା;

Gade chapit la Kopi

ଓଡିଆ ବାଇବେଲ

23 ଏଥିରେ ସେହି ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହୁଁ ଗର୍ଦ୍ଦଭୀ ବାଟ ଛାଡ଼ି ବିଲ ଆଡ଼କୁ ଗଲା ତହିଁରେ ବିଲୀୟମ୍‍ ଗର୍ଦ୍ଦଭୀକୁ ବାଟକୁ ଫେରାଇ ଆଣିବା ପାଇଁ ପ୍ରହାର କଲା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଏଥିରେ ସେହି ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହୁଁ ଗର୍ଦ୍ଦଭୀ ବାଟ ଛାଡ଼ି ବିଲ ଆଡ଼କୁ ଗଲା ତହିଁରେ ବିଲୀୟମ୍‍ ଗର୍ଦ୍ଦଭୀକୁ ବାଟକୁ ଫେରାଇ ଆଣିବା ପାଇଁ ପ୍ରହାର କଲା;

Gade chapit la Kopi




ଗଣନା ପୁସ୍ତକ 22:23
11 Referans Kwoze  

ଏହା ସେମାନଙ୍କ ପାଇଁ ଖରାପ ଅଟେ। ଏହି ଲୋକମାନେ କୟିନର ପଥ ଅନୁସରଣ କରିଛନ୍ତି। ସେମାନେ ଅର୍ଥ ଲୋଭ ସକାଶେ ବିଲିୟାମ ପରି ଅନ୍ୟାୟ ପଥ ଅନୁସରଣ କରିଛନ୍ତି। ଏହି ଲୋକମାନେ କୋରହ ପରି ପରମେଶ୍ୱରଙ୍କ ବିରୁଦ୍ଧରେ ଆଚରଣ କରିଛନ୍ତି। କୋରହ ପରି ସେମାନେ ମଧ୍ୟ ଧ୍ୱଂସ ହେବେ।


କିନ୍ତୁ ଗୋଟିଏ ଗଧ ତାହାକୁ କହିଲା ଯେ ସେ ଭୁଲ୍ କରୁଛି। ଗଧ ସାଧାରଣ ଭାବରେ କଥା କହିପାରେ ନାହିଁ, କିନ୍ତୁ ସେହି ଗଧଟି ମଣିଷର ଭାଷାରେ କଥା କହିଲା ଓ ବିଲିୟାମର ବିକୃତ ଚିନ୍ତାଧାରାରୁ ତାହାକୁ ବିରତ କଲା।


ମୋ’ ସହିତ ଥିବା ଲୋକମାନେ ମଧ୍ୟ ସେହି ଆଲୋକ ଦେଖି ପାରିଲେ। କିନ୍ତୁ ସେମାନେ ମୋତେ କୁହାଯିବା ବାକ୍ୟ ଶୁଣି ବୁଝି ପାରିଲେ ନାହିଁ।


ପୁଣି ମୁଁ, ଦାନିୟେଲ, ଏକାକୀ ସେହି ଦର୍ଶନ ଦେଖିଲି। କାରଣ ମୋର ସାଥୀମାନେ ସେହି ଦର୍ଶନ ଦେଖିଲେ ନାହିଁ, ସେମାନେ ଅତ୍ୟନ୍ତ ଭୟଭୀତ ହୋଇ ଲୁଚି ପଳାୟନ କଲେ।


ଏପରିକି ଆକାଶର ପକ୍ଷୀଗଣ ନିଜ ନିଜ ନିରୂପିତ ସମୟ ଜାଣନ୍ତି। ଆଉ ଘୁଘୁ, ତାଳଚୋଞ୍ଚ ଓ ସାରସ ନିଜ ନିଜର ଆସିବା ସମୟ ରକ୍ଷା କରନ୍ତି। ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କର ନିୟମ ଜାଣନ୍ତି ନାହିଁ।


ଦାଉଦ ଊର୍ଦ୍ଧ୍ୱଆଡ଼େ ଗ୍ଭହିଁ ସଦାପ୍ରଭୁଙ୍କର ଦୂତଙ୍କୁ ଆକାଶରେ ଦେଖିଲେ। ସ୍ୱର୍ଗଦୂତ ଯିରୁଶାଲମ ନଗରୀ ଉପରେ ତାଙ୍କର ‌‌ଖ‌ଡ଼୍‌ଗ ବିସ୍ତାର କରି ରଖିଥିଲେ। ଏହା ପରେ ଦାଉଦ ଓ ପ୍ରାଚୀନବର୍ଗମାନେ ମୁହଁ ମାଡ଼ି ଭୂମିରେ ପଡ଼ିଲେ। ଦାଉଦ ଓ ପ୍ରାଚୀନବର୍ଗମାନେ ନିଜର ଦୁଃଖପ୍ରକାଶ କରିବା ନିମନ୍ତେ ବିଶେଷ ବସ୍ତ୍ରମାନ ପିନ୍ଧିଥିଲେ।


ତା'ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ମୁଁ ବିନୟ କରୁଛି, ମୋର ସେବକର ଆଖି ଖୋଲି ଦିଅ, ଯେପରି ସେ ଦେଖି ପାରିବ।” ସଦାପ୍ରଭୁ ସେହି ସେବକ ଯୁବକର ଆଖି ଖୋଲି ଦେଲେ ଓ ସେ ଦେଖିଲା ପର୍ବତଟି ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ହୋଇଥିଲା। ସେମାନେ ଇଲୀଶାୟକୁ ଘେରିଗଲେ।


ସେତେବେଳେ ବିଲିୟମ ଆପଣା ଦୁଇ ଦାସଙ୍କ ସହିତ ଗଧ ଉପରେ ଚଢ଼ି ଯାଉଥିଲେ। ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ଆଉ ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ।


ପରେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଦୁଇ ପ୍ରାଚୀର ମଧ୍ୟରେ ଥିବା ଗଳି ପଥରେ ଠିଆ ହେଲେ।


ଯେତେବେଳେ ଯିହୋଶୂୟ ଯିରୀହୋ ନିକଟରେ ଛିଡ଼ା ହୋଇଥିଲେ, ତାଙ୍କ ସମ୍ମୁଖରେ ଏକ ଲୋକ ଛିଡ଼ା ହୋଇଥିଲା। ସେ ଲକ୍ଷ୍ୟ କଲେ ଲୋକଟି ତା'ହାତରେ ଏକ ଖଣ୍ତା ଟାଣି ବାହାର କଲା। ଯିହୋଶୂୟ ତା'ର ନିକଟକୁ ଗଲେ ଓ ପଗ୍ଭରିଲେ, “ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧୁ ନା ଶତ୍ରୁ?”


Swiv nou:

Piblisite


Piblisite