Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 22:17 - ପବିତ୍ର ବାଇବଲ

17 ତୁମ୍ଭେ ଯଦି ମୋତେ ସାହାଯ୍ୟ କର, ମୁଁ ତୁମ୍ଭକୁ ବହୁତ ଭଲ ଭାବରେ ପୁରସ୍କାର ଦେବି। ତୁମ୍ଭେ ମୋତେ ଯାହା କହିବ ତାହା ମୁଁ କରିବି, ଏଣୁ ପ୍ରାର୍ଥନା କରି ମୁଁ ବିନୟ କରୁଅଛି, ମୋ’ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 କାରଣ ଆମ୍ଭେ ତୁମ୍ଭକୁ ସମ୍ଭ୍ରମ ଦେଇ ମହାସମ୍ଭ୍ରାନ୍ତ କରିବା, ପୁଣି ଯାହା ତୁମ୍ଭେ ଆମ୍ଭକୁ କହିବ, ଆମ୍ଭେ ତାହା କରିବା; ଏଣୁ ବିନୟ କରୁଅଛୁ, ଆସ, ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଶାପ ଦିଅ।

Gade chapit la Kopi

ଓଡିଆ ବାଇବେଲ

17 କାରଣ ଆମ୍ଭେ ତୁମ୍ଭକୁ ସମ୍ଭ୍ରମ ଦେଇ ମହାସମ୍ଭ୍ରାନ୍ତ କରିବା, ପୁଣି, ଯାହା ତୁମ୍ଭେ ଆମ୍ଭକୁ କହିବ, ଆମ୍ଭେ ତାହା କରିବା; ଏଣୁ ବିନୟ କରୁଅଛୁ, ଆସ, ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 କାରଣ ଆମ୍ଭେ ତୁମ୍ଭକୁ ସମ୍ଭ୍ରମ ଦେଇ ମହାସମ୍ଭ୍ରାନ୍ତ କରିବା, ପୁଣି, ଯାହା ତୁମ୍ଭେ ଆମ୍ଭକୁ କହିବ, ଆମ୍ଭେ ତାହା କରିବା; ଏଣୁ ବିନୟ କରୁଅଛୁ, ଆସ, ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।’”

Gade chapit la Kopi




ଗଣନା ପୁସ୍ତକ 22:17
12 Referans Kwoze  

ଏଣୁ ତୁମ୍ଭେ ଆପଣା ସ୍ଥାନକୁ ଯାଅ। ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଗ୍ଭର ଥିଲା। ମାତ୍ର ସଦାପ୍ରଭୁ ତୁମ୍ଭକୁ ସମ୍ମାନ ପାଇବାରୁ ବଞ୍ଚିତ କଲେ।”


ଯଦି ଜଣେ ଲୋକ ନିଜ ଆତ୍ମାକୁ ହରେଇ ସାରା ସଂସାର ପାଏ, ତେବେ ସେଥିରେ ତାହାର କି ଲାଭ ହେବ? ନିଜର ଆତ୍ମାକୁ ଥରେ ହରେଇ ପୁଣି ଥରେ କିଣିବା ପାଇଁ କେହି କେବେ ହେଲେ ଯଥେଷ୍ଟ ଧନ ଦେଇ ପାରିବ ନାହିଁ।


ତେଣୁ ସେ ଶପଥ ପୂର୍ବକ ହେରୋଦିଆର ଝିଅକୁ ପ୍ରତିଶ୍ରୁତି ଦେଲେ, “ତୁମ୍ଭେ ଯାହାକିଛି ମାଗିବ, ତାହା ତୁମ୍ଭକୁ ଦିଆଯିବ।”


ଏହା ପରେ ରାଜାର ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲା, “ଦେଖନ୍ତୁ, ମହାରାଜାଙ୍କ ପକ୍ଷରେ ହିତଜନକ ସମ୍ବାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍ ପଗ୍ଭଶ୍ ହାତ ଉଚ୍ଚ ଫାଶିକାଠ ପ୍ରସ୍ତୁତ କରିଅଛି। ତାହା ହାମା‌ନ୍‌ର ଗୃହରେ ସ୍ଥାପିତ ହୋଇଅଛି।” ରାଜା କହିଲେ, “ତହିଁ ଉପରେ ଏହାକୁ ଫାଶି ଦିଅ।”


ଆଉ ହାମନ୍ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଛନ୍ତି। ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲା।


“ତୁମ୍ଭେମାନେ କ୍ଷେତ୍ରର ଶସ୍ୟ ଛେଦନ କରିବାର ସମୟାବଧି ସାତ ସପ୍ତାହ ଗଣନା କରିବାକୁ ଆରମ୍ଭ କରିବ।


ବାଲାକ୍ ବିଲିୟମକୁ କହିଲେ, “ମୁଁ ତୁମ୍ଭକୁ ମୋର କୁଳିନମାନଙ୍କ ମାଧ୍ୟମରେ ନିମନ୍ତ୍ରଣ କଲି। କିନ୍ତୁ ତୁମ୍ଭେ ଆସିଲ ନାହିଁ। ମୁଁ କ’ଣ ତୁମ୍ଭକୁ ପୁରସ୍କାର ଦେବାକୁ ସମର୍ଥ ନୁହେଁ କି?”


ଏଣୁ ଆମ୍ଭେ ତୁମ୍ଭକୁ ଆସିବାକୁ ଓ ଆମ୍ଭ ତରଫରୁ ଏହିସବୁ ଲୋକମାନଙ୍କୁ ଅଭିଶାପ ଦେବା ପାଇଁ ନିବେଦନ କରୁଅଛୁ। କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ୍ ଅଛନ୍ତି। ତୁମ୍ଭ ସାହାଯ୍ୟ ଦ୍ୱାରା ଆମ୍ଭେ ସେମାନଙ୍କୁ ଆମ୍ଭ ରାଜ୍ୟରୁ ବାହାର କରି ପାରିବୁ। ଆମ୍ଭେ ଜାଣୁ ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେମାନେ ଭାଗ୍ୟବାନ୍ ଏବଂ ତୁମ୍ଭେ ଯାହାକୁ ଶାପ ଦିଅ, ସେ ଶାପଗ୍ରସ୍ତ ହୁଏ।”


ସେମାନେ ବିଲିୟମ ନିକଟକୁ ଯାଇ କହିଲେ, “ସି‌ପ୍‌ପୋରର ପୁତ୍ର ବାଲାକ୍ ଏହି କଥା କହନ୍ତି, ଆମ୍ଭେ ବିନୟ କରୁଅଛୁ, ଆମ୍ଭ ନିକଟକୁ ଆସିବାକୁ ତୁମ୍ଭେ ବାରଣ କରିବ ନାହିଁ।


Swiv nou:

Piblisite


Piblisite