Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 22:1 - ପବିତ୍ର ବାଇବଲ

1 ତା'ପରେ ଇସ୍ରାଏଲର ଲୋକମାନେ ମୋୟାବର ଯର୍ଦ୍ଦନର ସମତଳ ଭୂମିକୁ ଯାତ୍ରା କଲେ। ସେମାନେ ଯର୍ଦ୍ଦନ ନିକଟସ୍ଥ ଯିରୀହୋଠାରେ ସେମାନଙ୍କର ଛାଉଣି ସ୍ଥାପନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରି ଯିରୀହୋ-ନିକଟସ୍ଥ ଯର୍ଦ୍ଦନ ଆଗରେ ମୋୟାବ-ପଦାରେ ଛାଉଣି ସ୍ଥାପନ କଲେ।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ଯିରୀହୋ-ନିକଟସ୍ଥ ଯର୍ଦ୍ଦନ ଆଗରେ ମୋୟାବ-ପଦାରେ ଛାଉଣି ସ୍ଥାପନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରି ଯିରୀହୋ ନିକଟସ୍ଥ ଯର୍ଦ୍ଦନ ଆଗରେ ମୋୟାବ-ପଦାରେ ଛାଉଣି ସ୍ଥାପନ କଲେ।

Gade chapit la Kopi




ଗଣନା ପୁସ୍ତକ 22:1
14 Referans Kwoze  

ତା'ପରେ ଉପରୁ ବହୁଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ୍ ପର୍ଯ୍ୟନ୍ତ ବନ୍ଦ ହୋଇଗଲା ଓ ଗୋଟିଏ ରାଶିରେ ପରିଣତ ହୋଇ ସ୍ଥଗିତ ହେଲା। ଏବଂ ମୃତ ସମୁଦ୍ରକୁ ଯାଉଥିବା ନିମ୍ନଗାମୀ ଜଳସ୍ରୋତ ବନ୍ଦ ହୋଇଗଲା। ଇତ୍ୟବସରେ ଲୋକମାନେ ଯିରୀହୋ ନିକଟରେ ଯର୍ଦ୍ଦନ ନଦୀ ପାର ହେଲେ।


ଇସ୍ରାଏଲ ଲୋକମାନେ ମୋଶାଙ୍କ ପାଇଁ ତିରିଶ୍ ଦିନ ଧରି କାନ୍ଦିଲେ। ସେମାନେ ତାଙ୍କର ସମସ୍ତ ଦୁଃଖଦ ଦିନସବୁ ମୋୟାବର ସମତଳ ଭୂମିରେ କଟାଇଲେ।


ମୋଶା ନବୋ ପର୍ବତ ଉପରକୁ ଚଢ଼ିଲେ। ମୋୟାବର ପାଦ ଦେଶରୁ ପି‌ସ୍‌ଗା ପର୍ବତର ଶିର୍ଷ ପର୍ଯ୍ୟନ୍ତ ଆରୋହଣ କଲେ, ଯାହା ଯିରୀହୋ ସମ୍ମୁଖରେ ଥିଲା। ସଦାପ୍ରଭୁ ମୋଶାଙ୍କୁ ଗିଲିୟଦରୁ ଦାନ୍ ପର୍ଯ୍ୟନ୍ତ ସମସ୍ତ ଦେଶ ତାଙ୍କୁ ଦେଖାଇଲେ।


“ଏହି ପ୍ରକାରରେ, ଆମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିସ୍ଥ ଇମୋରୀୟମାନଙ୍କ ଦୁଇ ରାଜାଙ୍କର ହାତରୁ ଅର୍ଣ୍ଣୋନ ଉପତ୍ୟକାଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ।


ଇସ୍ରାଏଲୀୟମାନେ ଯର୍ଦ୍ଦନ ନଦୀର ପୂର୍ବପାରିରେ ଥିଲେ, ଯାହାକି ମୋୟାବ ଦେଶରେ ଥିଲା ଏବଂ ମୋଶା ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ।


ସଦାପ୍ରଭୁ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ ପଦାରେ ମୋଶାଙ୍କୁ ବ୍ୟବସ୍ଥା ଦେଲେ। ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ସଦାପ୍ରଭୁ ଏହିସବୁ ଆଜ୍ଞା ଓ ଶାସନ ଆଦେଶ ଦେଇଥିଲେ।


ଏହି ଦୁଇ ବଂଶ ଓ ଅର୍ଦ୍ଧବଂଶ ଯିରୀହୋ ପୂର୍ବଦିଗରେ ଯର୍ଦ୍ଦନର ଆରପାରିରେ ସେମାନଙ୍କର ଅଧିକାର ପାଇଅଛନ୍ତି।”


ଆଉ ଆମ୍ଭେମାନେ ଯର୍ଦ୍ଦନର ଆର ପାରିରେ ଓ ତହିଁ ଆଗରେ ସେମାନଙ୍କ ସହିତ ଅଧିକାର ନେବୁ ନାହିଁ। କାରଣ ଯର୍ଦ୍ଦନ ଏହି ପାର୍ଶ୍ୱରେ ଆମ୍ଭମାନଙ୍କ ଅଧିକାର ରହିଅଛି।”


ବାମୋତରୁ ମୋୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପି‌ସ୍‌ଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ। ତାହା ମରୁଭୂମି ଆଡ଼କୁ ଥିଲା।


ମୋଶା ଓ ଇଲିୟାସର ଯାଜକ ଯିରୀହୋର ନିକଟସ୍ଥିତ ଯର୍ଦ୍ଦନ ସମୀପର ଇସ୍ରାଏଲର ଲୋକମାନଙ୍କୁ ମୋୟାବ ପଦାରେ ଏହା କହିଲେ।


ଯିହୁଦାର ଯେଉଁସବୁ ଲୋକ ମୋୟାବ, ଅମ୍ମୋନ, ଇଦୋମ ଓ ଅନ୍ୟାନ୍ୟ ସବୁ ଦେଶରେ ଥିଲେ, ସେମାନେ ଶୁଣିଲେ ଯେ ବାବିଲର ରାଜା ଯିହୁଦା ଏକ ଅବଶିଷ୍ଟ ଅଂଶ ଲୋକ ରଖିଅଛି ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟକୁ ସେମାନଙ୍କୁ ଶାସନ କରିବାକୁ ନିଯୁକ୍ତ କରିଅଛି।


ପୁଣି ସେମାନେ ଯିରୀହୋ ନିକଟବର୍ତ୍ତୀ ଯର୍ଦ୍ଦନତୀରସ୍ଥ ମୋୟାବ ପଦାରେ ସ୍ଥାପିତ ଛାଉଣିକୁ ଆଣିଲେ। ସେମାନେ ସେମାନଙ୍କୁ ମୋଶାଙ୍କ ନିକଟକୁ, ଯାଜକ ଇଲିୟାସର ନିକଟକୁ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କ ନିକଟକୁ ଆଣିଲେ।


ଅନନ୍ତର ସଦାପ୍ରଭୁ ମୋୟାବ ପଦାରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ନଦୀ ଆରପାରିରେ ମୋଶାଙ୍କୁ କହିଲେ,


Swiv nou:

Piblisite


Piblisite