Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 20:16 - ପବିତ୍ର ବାଇବଲ

16 ସେତେବେଳେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାହାଯ୍ୟ ପାଇଁ ବିଳାପ କଲୁ ଓ ସେ ଆମ୍ଭର ପ୍ରାର୍ଥନା ଶୁଣିଲେ। ସେ ଏକ ଦୂତ ପଠାଇ ମିଶରରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ। “ବର୍ତ୍ତମାନ ଆମ୍ଭେ ତୁମ୍ଭ ଦେଶର ସୀମାସ୍ଥିତ କାଦେଶ ନଗରରେ ଅଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ସେସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କ ରବ ଶୁଣିଲେ, ପୁଣି ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ; ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ;

Gade chapit la Kopi

ଓଡିଆ ବାଇବେଲ

16 ସେହି ସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କ ରବ ଶୁଣିଲେ, ପୁଣି, ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ; ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସେହି ସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କ ରବ ଶୁଣିଲେ, ପୁଣି, ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ; ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ;

Gade chapit la Kopi




ଗଣନା ପୁସ୍ତକ 20:16
14 Referans Kwoze  

ଏହା ପରେ ସଦାପ୍ରଭୁଙ୍କର ଦୂତ ଯିଏକି ଇସ୍ରାଏଲୀୟ ସୈନ୍ୟମାନଙ୍କ ଆଗରେ ଥିଲେ, ସେମାନଙ୍କ ପଛକୁ ଗଲେ। ତେଣୁ ଘନମେଘ ସେହି ଲୋକମାନଙ୍କ ସମ୍ମୁଖରେ ଗତିକରି ପଛ ପଟକୁ ଗଲା।


ତେଣୁ ମୁଁ ତୁମ୍ଭ ଆଗେ ଆଗେ ଏକ ସ୍ୱର୍ଗଦୂତ ପଠାଇବି ପୁଣି ମୁଁ କିଣାନୀୟ ଓ ଇମୋରୀୟ, ହିତ୍ତୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତଡ଼ି ଦେବି।


ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ ନିକଟକୁ ସ୍ୱର୍ଗଦୂତ ପଠାଉଛୁ ସେ ତୁମ୍ଭମାନଙ୍କୁ ଆମ୍ଭେ ପ୍ରସ୍ତୁତ କରିଥିବା ଦେଶକୁ ନେଇଯିବେ। ସେହି ସ୍ୱର୍ଗଦୂତ ତୁମ୍ଭମାନଙ୍କୁ ସୁରକ୍ଷା ଦେବେ।


ଇସ୍ରାଏଲୀୟମାନେ ଦେଖିଲେ, ଫାରୋ ଏବଂ ତାଙ୍କର ସୈନ୍ୟମାନେ ସେମାନଙ୍କ ଆଡ଼କୁ ଆସୁଛନ୍ତି। ସେମାନେ ତାଙ୍କୁ ଦେଖି ଅତ୍ୟନ୍ତ ଭୟଭୀତ ହୋଇଗଲେ। ସେମାନେ ସଦାପ୍ରଭୁଙ୍କୁ ଡାକିଲେ।


ବର୍ତ୍ତମାନ ଇସ୍ରାଏଲୀୟମାନଙ୍କର ଆର୍ତ୍ତ ଚିତ୍କାର ଆମ୍ଭେ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରବାସୀମାନେ କିପରି ସେମାନଙ୍କୁ କ୍ରୀତଦାସ କରିଅଛନ୍ତି। ଏବଂ ଆମ୍ଭେ ଆମ୍ଭର ଚୁକ୍ତି ମନେ ରଖିଅଛୁ।


ବହୁ ବର୍ଷପୂର୍ବେ ଆମ୍ଭର ପୂର୍ବପୁରୁଷ କିପରି ମିଶରକୁ ଗଲେ ଓ ମିଶରରେ ଦୀର୍ଘକାଳ ବାସ କଲେ ଓ ମିଶରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଯେଉଁ କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ।


“ଦୟାକରି ତୁମ୍ଭ ରାଜ୍ୟ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ। ଆମ୍ଭେମାନେ ତୁମ୍ଭ ଶସ୍ୟକ୍ଷେତ୍ର କିମ୍ବା ଦ୍ରାକ୍ଷାଲତାକୁ ପ୍ରବେଶ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ କୂପରୁ ଜଳପାନ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ ଦେଶସୀମା ପାର ହେବା ପର୍ଯ୍ୟନ୍ତ କେବଳ ରାଜପଥ ଦେଇ ଗମନ କରିବୁ।”


ପୁଣି ସେମାନେ କାଦେଶରୁ ଯାଇ ଇଦୋମ ଦେଶ ସୀମାରେ ଅବସ୍ଥିତ ହୋର ପର୍ବତରେ ଛାଉଣି ସ୍ଥାପନ କଲେ।


ଯିହୁଦା ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ପରିବାରବର୍ଗନୁସାରେ ଇଦୋମ ସୀମା ପାର୍ଶ୍ୱସ୍ଥ ସିନ୍ ମରୁଭୂମିର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତ ଭାଗରେ ଥିଲା।


ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କର ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି। କାରଣ ମୋର ପ୍ରଭୁ ଜାଣନ୍ତି ମୁଁ ନିର୍ଦ୍ଦୋଷ। ଆଉ ମୁଁ ମହାରାଜାଙ୍କର କୌଣସି କ୍ଷତି କରି ନାହିଁ।”


ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେ ସକଳ କର୍ମ କରିଅଛନ୍ତି, ସେହିପରି ପରୀକ୍ଷାସିଦ୍ଧ ପ୍ରମାଣଦ୍ୱାରା ଓ ଚିହ୍ନଦ୍ୱାରା ଓ ଆଶ୍ଚର୍ଯ୍ୟ କର୍ମଦ୍ୱାରା, ଯୁଦ୍ଧଦ୍ୱାରା, ପରାକ୍ରାନ୍ତ ହସ୍ତଦ୍ୱାରା, ବିସ୍ତାରିତ ବାହୁଦ୍ୱାରା ଓ ଭୟଙ୍କର ଆଶ୍ଚର୍ଯ୍ୟ କର୍ମଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।


“ସେମାନଙ୍କ ପରେ ସେମାନଙ୍କ ଭବିଷ୍ୟଦ୍ ବଂଶଧର ତୁମ୍ଭକୁ ହିଁ ମନୋନୀତ କଲେ। କାରଣ ସେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ସ୍ନେହ କଲେ ଏବଂ ତୁମ୍ଭମାନଙ୍କୁ ତାଙ୍କର ମହାନ ଶକ୍ତି ବଳରେ ମିଶରରୁ ବାହାର କରି ଆଣିଲେ।


Swiv nou:

Piblisite


Piblisite