Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 20:15 - ପବିତ୍ର ବାଇବଲ

15 ବହୁ ବର୍ଷପୂର୍ବେ ଆମ୍ଭର ପୂର୍ବପୁରୁଷ କିପରି ମିଶରକୁ ଗଲେ ଓ ମିଶରରେ ଦୀର୍ଘକାଳ ବାସ କଲେ ଓ ମିଶରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଯେଉଁ କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଅର୍ଥାତ୍, କିପରି ଆମ୍ଭମାନଙ୍କର ପୂର୍ବପୁରୁଷମାନେ ମିସରକୁ ଗଲେ ଓ ମିସରରେ ଦୀର୍ଘକାଳ ବାସ କଲେ; ଆଉ ମିସ୍ରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ।

Gade chapit la Kopi

ଓଡିଆ ବାଇବେଲ

15 ଅର୍ଥାତ୍‍, କିପରି ଆମ୍ଭମାନଙ୍କର ପୂର୍ବପୁରୁଷମାନେ ମିସରକୁ ଗଲେ ଓ ମିସରରେ ଦୀର୍ଘକାଳ ବାସ କଲେ ଆଉ ମିସ୍ରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଅର୍ଥାତ୍‍, କିପରି ଆମ୍ଭମାନଙ୍କର ପୂର୍ବପୁରୁଷମାନେ ମିସରକୁ ଗଲେ ଓ ମିସରରେ ଦୀର୍ଘ କାଳ ବାସ କଲେ ଆଉ ମିସରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ।

Gade chapit la Kopi




ଗଣନା ପୁସ୍ତକ 20:15
16 Referans Kwoze  

ସେଥିରେ ମିସ୍ରୀୟ ଲୋକମାନେ ଆମ୍ଭମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ଓ ଆମ୍ଭମାନଙ୍କୁ କଷ୍ଟ ଦେଇ କଠିନ ପରିଶ୍ରମ କରାଇଲେ।


ଇସ୍ରାଏଲୀୟ ଲୋକମାନେ ମିଶରରେ 430 ବର୍ଷ ଧରି ବାସ କରୁଥିଲେ।


ସେମାନେ ମଧ୍ୟ ସେମାନଙ୍କର ଥିବା ସମସ୍ତ ପଶୁ ଏବଂ ସେମାନେ ଯାହା ଜିନିଷ କିଣାନ ଦେଶରେ ଅର୍ଜ୍ଜନ କରିଥିଲେ ତାହା ସବୁ ମିଶର ଦେଶକୁ ନେଲେ, ଯାକୁବଙ୍କର ସମସ୍ତ ବଂଶଧର ସହିତ।


ତା'ପରେ ଯାକୁବ ମିଶର ଦେଶକୁ ଗଲେ। ସେଠାରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ୟୁ ବରଣ କଲେ।


ତା'ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଏ ବିଷୟରେ ନିଶ୍ଚିତ ହୋଇ ପାରିବ, ତୁମ୍ଭର ବଂଶଧର ବିଦେଶରେ ପ୍ରବାସୀ ହେବେ ଏବଂ କ୍ରୀତଦାସ ହେବେ ଏବଂ 400 ବର୍ଷ ପର୍ଯ୍ୟନ୍ତ କ୍ଳେଶ ଭୋଗ କରିବେ।


ସେ ନୂଆ ରାଜା ଆମ୍ଭ ଲୋକଙ୍କ ପ୍ରତି ନିଷ୍ଠୁର ଥିଲେ। ସେ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ। ରାଜା ସେମାନଙ୍କର ଶିଶୁମାନଙ୍କୁ ମାରିବା ପାଇଁ ବାହାରେ ପକେଇଦେବାକୁ ସେମାନଙ୍କୁ ବାଧ୍ୟ କଲେ।


ତୁମ୍ଭେ ଆମ୍ଭମାନଙ୍କୁ ଦୁ‌ଗ୍‌ଧମଧୁପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତରରେ ମାରିବାକୁ ଆଣିଅଛ। ଏହା କ’ଣ କ୍ଷୁଦ୍ର ବିଷୟ? ଆହୁରି ତୁମ୍ଭେ ନିଜକୁ ଆମ୍ଭମାନଙ୍କ ଉପରେ ଶାସକ ହେବାକୁ ଗ୍ଭହୁଁଛ।


ଆମ୍ଭେମାନେ ମିଶର ଦେଶରେ ବିନା ମୂଲ୍ୟରେ ଯେଉଁ ମାଛ ଖାଉଥିଲୁ, ତାହା ମନେ ପଡ଼େ। ଆମ୍ଭମାନଙ୍କର ମଧ୍ୟ ଉତ୍ତମ ପନିପରିବା ଯଥା: କାକୁଡି, ତରଭୁଜ, ପିଆଜ ଓ ରସୁଣ କଥା ମନେ ପଡ଼େ।


ଫାରୋଙ୍କର ମୁନିବମାନେ, ତଦାରଖକାରୀମାନଙ୍କୁ ଲୋକମାନଙ୍କ ଉପରେ ନିଯୁକ୍ତ କଲେ। ସେମାନେ କ୍ରୀତଦାସମାନଙ୍କୁ ଗ୍ଭବୁକ ମାରି କହିଲେ, “କାହିଁକି ତୁମ୍ଭେମାନେ ଯେତେ ଇଟା ନିର୍ମାଣ କରୁଥିଲ, ସେତିକି ଇଟା ନିର୍ମାଣ କରୁ ନାହଁ? ପୂର୍ବରୁ ତୁମ୍ଭେମାନେ ଇଟା ତିଆରି କରିପାରୁଥିଲ, ଏବେ କାହିଁକି କରି ପାରିବ ନାହିଁ।”


ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, “ଇସ୍ରାଏଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ୟା ସନ୍ତାନଗଣଙ୍କୁ ଜୀବିତ ରଖିପାର।”


“ଯେଉଁ ସମୟରେ ତୁମ୍ଭେମାନେ ଏବ୍ରୀୟା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ଯ୍ୟ କରିବ ଓ ସେମାନଙ୍କର ପିଲା ଜନ୍ମ କରିବାରେ ସାହାଯ୍ୟ କରିବ, ପୁତ୍ର ସନ୍ତାନ ଥିଲେ ସେମାନଙ୍କୁ ମାରିଦେବ ଓ କନ୍ୟା ସନ୍ତାନ ହେଲେ ସେମାନଙ୍କୁ ଜୀବିତ ରଖିବ।”


ଅନନ୍ତର ମୋଶା କାଦେଶରୁ ଇଦୋମୀୟ ରାଜା ନିକଟକୁ ଦୂତମାନଙ୍କ ଦ୍ୱାରା କହି ପଠାଇଲେ, “ତୁମ୍ଭର ଭ୍ରାତା ଇସ୍ରାଏଲ କହିଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେଉଁସବୁ କ୍ଳେଶ ଘଟି ଅଛି ଜାଣ।


ସେତେବେଳେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାହାଯ୍ୟ ପାଇଁ ବିଳାପ କଲୁ ଓ ସେ ଆମ୍ଭର ପ୍ରାର୍ଥନା ଶୁଣିଲେ। ସେ ଏକ ଦୂତ ପଠାଇ ମିଶରରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ। “ବର୍ତ୍ତମାନ ଆମ୍ଭେ ତୁମ୍ଭ ଦେଶର ସୀମାସ୍ଥିତ କାଦେଶ ନଗରରେ ଅଛୁ।


ତାଙ୍କ ସହିତ ତାଙ୍କର ପୁଅ, ଝିଅ, ନାତି ଓ ନାତୁଣି ସମସ୍ତେ ମିଶରକୁ ଗଲେ।


ଏହିପରି ସପ୍ତମ ଦିନରେ ପିଲାଟି ମରିଗଲା, କିନ୍ତୁ ସେମାନେ ଭୟରେ ଦାଉଦଙ୍କୁ ଏ କଥା ଜଣାଇଲେ ନାହିଁ, ସେମାନେ ନିଜ ଭିତରେ କୁହାକୁହି ହେଲେ, “କାରଣ ପିଲାଟି ବଞ୍ଚିଥିବା ସମୟରେ ସେ ଆମ୍ଭ କଥା ଶୁଣିଲେ ନାହିଁ। ଯଦି ଆମ୍ଭେ ପିଲାଟିର ମୃତ୍ୟୁ ବିଷୟରେ କହିଥା’ନ୍ତୁ, ସେ ତା'ର ନିଜର କ୍ଷତି କରିଥା’ନ୍ତା। ସେଥିପାଇଁ ସେମାନେ ଏହା କହିଲେ ନାହିଁ।”


Swiv nou:

Piblisite


Piblisite