Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 20:13 - ପବିତ୍ର ବାଇବଲ

13 ଏହି ସ୍ଥାନକୁ ମିରୀବାଃ-ଜଳ ବୋଲି କୁହାଗଲା, କାରଣ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ସହ ବିବାଦ କଲେ ଏବଂ ସଦାପ୍ରଭୁ ସେମାନଙ୍କ ମଧ୍ୟରେ ପବିତ୍ରରୂପେ ମାନ୍ୟ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଏହିସବୁ ମିରୀବାଃ-ଜଳ, (ବିବାଦର ଜଳ); ଯେହେତୁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ସହିତ ବିବାଦ କଲେ ଓ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେଲେ।

Gade chapit la Kopi

ଓଡିଆ ବାଇବେଲ

13 ଏହିସବୁ ମିରୀବାଃ-ଜଳ, (ବିବାଦର ଜଳ); ଯେହେତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ସହିତ ବିବାଦ କଲେ ଓ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଏହିସବୁ ମିରୀବାଃ ଜଳ, (ବିବାଦର ଜଳ); ଯେହେତୁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ସହିତ ବିବାଦ କଲେ ଓ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେଲେ।

Gade chapit la Kopi




ଗଣନା ପୁସ୍ତକ 20:13
11 Referans Kwoze  

ପରମେଶ୍ୱର କହନ୍ତି, “ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି ଜି‌ଦ୍‌ଖୋର ହୁଅ ନାହିଁ।


ମୋଶା ସେହି ସ୍ଥାନର ନାମ ମଃସା ଏବଂ ମିରୀବା ରଖିଲେ (ପରୀକ୍ଷା ଓ ବିବାଦ)। କାରଣ ସେହି ସ୍ଥାନରେ ଲୋକମାନେ ସଦାପ୍ରଭୁଙ୍କର ପରୀକ୍ଷା କରିଥିଲେ ଓ ଯୁକ୍ତି କରିଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି କି ନା?


ମୋଶା ଲେବୀଙ୍କ ବିଷୟରେ ଏହି କଥା କହିଲେ, “ଲେବୀ ତୁମ୍ଭର ଅନୁସରଣକାରୀ ଲୋକ। ସଦାପ୍ରଭୁ, ତୁମ୍ଭର ତୁମ୍ମୀମ୍ ଓ ଊରୀମ୍ ତୁମ୍ଭ ଧାର୍ମିକ ପୁରୁଷ ସହିତ ଅଛି। ତୁମ୍ଭେ ମଃସାରେ ତାହାର ପରୀକ୍ଷା କଲ। ମିରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବିରୋଧ କଲ ଏବଂ ତୁମ୍ଭେ ସେଠାରେ ଜାଣିଲ ଯେ, ସେ ତୁମ୍ଭର ଲୋକ।


କାରଣ ତୁମ୍ଭେମାନେ ଉଭୟେ ସେଠାରେ ମୋ’ ବିରୁଦ୍ଧରେ ପାପ କରି ଥିଲ। ସିନ୍ ପ୍ରାନ୍ତରରେ କାଦେଶସ୍ଥ ମିରୀବାଃ ଜଳ ନିକଟରେ ଥିଲ। ସେଠାରେ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ସମ୍ମୁଖରେ ମୋ’ ବିରୁଦ୍ଧରେ ପାପ କରିଥିଲ। ମୁଁ ପବିତ୍ର ବୋଲି ତୁମ୍ଭେ ମୋତେ ସମ୍ମାନ କରି ନ ଥିଲ।


ତୁମ୍ଭେ ଇସ୍ରାଏଲ ବିରୁଦ୍ଧରେ ମୋର ଲୋକ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ୟ ଆଚ୍ଛାଦନ କରିବ। ସେହି ଭବିଷ୍ୟତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମୋ’ ଦେଶ ବିରୁଦ୍ଧରେ ଆଣିବି, ଯାହା ଫଳରେ ଦେଶଗୁଡ଼ିକ ମୋତେ ଜାଣି ପାରିବେ। ଯେତେବେଳେ ମୋର ପବିତ୍ରତା ତୁମ୍ଭ ମାଧ୍ୟମରେ ସେମାନଙ୍କୁ ଉପସ୍ଥିତିରେ ଦେଖାଇବି।’”


ଦୁଷ୍ଟମାନଙ୍କ ମଧ୍ୟରେ ଅପବିତ୍ର ହୋଇଥିବା ମୋର ମହାନ ନାମକୁ ମୁଁ ପୁଣି ପବିତ୍ର କରିବି। ଯାହା ତୁମ୍ଭେମାନେ କଳୁଷିତ କଲ, ତାହାହେଲେ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ। ସଦାପ୍ରଭୁ, ମୋର ପ୍ରଭୁ ଏହା କହିଲେ।”’


ଯେଉଁ ସମୟରେ ମୁଁ ଜାତିଗୁଡ଼ିକ ମଧ୍ୟରୁ ତୁମ୍ଭମାନଙ୍କୁ ବାହାର କରି ଆଣିବି ଓ ଛିନ୍ନଭିନ୍ନ ହୋଇ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ଏକତ୍ରିତ କରିବି, ମୁଁ ତୁମ୍ଭମାନଙ୍କୁ ତୁମ୍ଭର ସୁଗନ୍ଧି ନୈବେଦ୍ୟଗୁଡ଼ିକ ଗ୍ରହଣ କରିବି ଏବଂ ସମସ୍ତ ଜାତିଗୁଡ଼ିକ ଉପସ୍ଥିତିରେ ମୁଁ ତୁମ୍ଭମାନଙ୍କୁ ପବିତ୍ର କରିବି।


ସଦାପ୍ରଭୁ ସର୍ବଶକ୍ତିମାନ ଉତ୍ତମ ବିଗ୍ଭର କରିବେ ଏବଂ ଲୋକମାନେ ସେ ମହାନ ବୋଲି ଜାଣିବେ। ପବିତ୍ର ପରମେଶ୍ୱର ଧାର୍ମିକତା ଆଣିବେ ଓ ଲୋକମାନେ ତାଙ୍କୁ ଭକ୍ତି କରିବେ।


ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ। ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ। ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।” ସେଲା


“ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ, ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ।


Swiv nou:

Piblisite


Piblisite