Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 19:7 - ପବିତ୍ର ବାଇବଲ

7 ତା'ପରେ ସେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ତା'ପରେ ସେ ଛାଉଣିକି ଆସିବ। ପୁଣି ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ତେବେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଶରୀରକୁ ଜଳରେ ସ୍ନାନ କରାଇବ; ତହିଁ ଉତ୍ତାରେ ସେ ଛାଉଣିକି ଆସିବ, ପୁଣି ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Gade chapit la Kopi

ଓଡିଆ ବାଇବେଲ

7 ତେବେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଶରୀରକୁ ଜଳରେ ସ୍ନାନ କରାଇବ; ତହିଁ ଉତ୍ତାରେ ସେ ଛାଉଣିକୁ ଆସିବ, ପୁଣି, ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତେବେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଶରୀରକୁ ଜଳରେ ସ୍ନାନ କରାଇବ; ତହିଁ ଉତ୍ତାରେ ସେ ଛାଉଣିକୁ ଆସିବ, ପୁଣି, ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Gade chapit la Kopi




ଗଣନା ପୁସ୍ତକ 19:7
19 Referans Kwoze  

ପୁଣି ଯେକେହି ସେମାନଙ୍କର ଶବର କୌଣସି ଅଂଶ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


“ତତ୍ପରେ ସେହି ଶୁଚିମନ୍ତ ଲୋକ ତୃତୀୟ ଦିନରେ ଓ ସପ୍ତମ ଦିନରେ ସେହି ଅଶୁଚି ଜଣକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନରେ ସେହି ବ୍ୟକ୍ତିକୁ ପରିଷ୍କାର କରିବା ଉଚିତ୍। ଆଉ ସେ ନିଜର ବସ୍ତ୍ର ଧୋଇ ଜଳରେ ସ୍ନାନ କରିବା ଉଚିତ୍ ଓ ସନ୍ଧ୍ୟା ସମୟରେ ସେ ଶୁଚି ହେବ।


ଯେଉଁ ଲୋକ ସେହି ଗାଈକି ଦ‌ଗ୍‌ଧ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ଯଦି ସେ ସେହିସବୁ ଦ୍ରବ୍ୟ ଛୁଁଏ ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ସେ ଆପଣା ଶରୀରକୁ ଜଳରେ ନ ଧୋଇବା ପର୍ଯ୍ୟନ୍ତ କୌଣସି ପବିତ୍ର ଖାଦ୍ୟ ଖାଇବ ନାହିଁ।


ଯଦି କୌଣସି ବ୍ୟକ୍ତି ସେହି ବ୍ୟକ୍ତିର ବିଛଣାକୁ ଛୁଏଁ, ତେବେ ସେ ତା'ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ପୁଣି ଯେକେହି ସେହି ଶବ ଖାଏ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ଯେକେହି ତାକୁ ବହନ କରେ, ସେ ମଧ୍ୟ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ମହାଯାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନେଇ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହାରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ।


ସେହି ଗୃହ ରୁଦ୍ଧ ଥିଲାବେଳେ ଯଦି କେହି ସେହି ଘର ଭିତରେ ପ୍ରବେଶ କରିଥାଏ, ସେହି ଲୋକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


“ଆଉ ଯେଉଁ ଲୋକ ସେ ଗାଈର ଭସ୍ମ ସଂଗ୍ରହ କରେ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। “ଏହି ବିଧି ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶରେ ଜନ୍ମିତ ଅଧିବାସୀମାନଙ୍କ ନିମନ୍ତେ ଲାଗୁ ହେବ। ଏହି ନିୟମ ଚିରସ୍ଥାୟୀ।


ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ। ଆଉ ଯେକେହି ସେହି ଅଶୌଗ୍ଭର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ। ପୁଣି ଯେକେହି ସେହି ଅଶୌଗ୍ଭର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ଆଉ ଏମାନଙ୍କ ଦ୍ୱାରା ତୁମ୍ଭେମାନେ ଅଶୁଚି ହେବ, ଯେକେହି ସେମାନଙ୍କର ଶବ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ଯିଏ ସେମାନଙ୍କର ଶବ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ସେଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି।


ଏହି ଉରୋଗାମୀ ଜନ୍ତୁଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବେ। ଯେକେହି ସେମାନଙ୍କର ଶବକୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


“ଅଶୁଚି ପ୍ରାଣୀମାନଙ୍କ ଶବ କୌଣସି ଦ୍ରବ୍ୟ ଉପରେ ପଡ଼ିଲେ ତାହା ଅଶୁଚି ହେବ। ଯଦି ସେହି ଶବ କାଠପାତ୍ର କି ବସ୍ତ୍ର, କି ଚର୍ମ କି ଅଖା କିମ୍ବା କୌଣସି କର୍ମ ହତିଆର ଉପରେ ପଡ଼ିଲେ ତାହା ଜଳରେ ଧୂଆଯିବା ଉଚିତ୍। ଆଉ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ତା'ପରେ ଶୁଚି ହେବ।


“ଆଉ ମଧ୍ୟ ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ୟ କୌଣସି ପଶୁ ମଲେ, ଯେକେହି ସେହି ଶବକୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ଆଉ ସେହି ଅଶୁଚି ଲୋକ ଯଦି ଅନ୍ୟ କାହାରିକୁ ଛୁଏଁ, ତେବେ ସେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।”


Swiv nou:

Piblisite


Piblisite