Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 18:6 - ପବିତ୍ର ବାଇବଲ

6 ଆଉ ଆମ୍ଭେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ତୁମ୍ଭ ଭ୍ରାତୃଗଣ ଲେବୀମାନଙ୍କୁ ଗ୍ରହଣ କରିଅଛୁ। ସେମାନେ ଯେପରି ସଦାପ୍ରଭୁଙ୍କର ଓ ସମାଗମ-ତମ୍ବୁର ସେବା କରି ପାରିବେ, ସେମାନେ ତୁମ୍ଭଙ୍କୁ ଉପହାର ସ୍ୱରୂପ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆଉ ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ତୁମ୍ଭମାନଙ୍କର ଭ୍ରାତୃଗଣ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ, ସେମାନେ ସମାଗମ-ତମ୍ଵୁର ସେବାକର୍ମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ଦାନ ଅଟନ୍ତି।

Gade chapit la Kopi

ଓଡିଆ ବାଇବେଲ

6 ଆଉ ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ତୁମ୍ଭମାନଙ୍କର ଭ୍ରାତୃଗଣ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ, ସେମାନେ ସମାଗମ-ତମ୍ବୁର ସେବାକର୍ମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ଦାନ ଅଟନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆଉ ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ତୁମ୍ଭମାନଙ୍କର ଭ୍ରାତୃଗଣ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ, ସେମାନେ ସମାଗମ-ତମ୍ବୁର ସେବାକର୍ମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ଦାନ ଅଟନ୍ତି।

Gade chapit la Kopi




ଗଣନା ପୁସ୍ତକ 18:6
14 Referans Kwoze  

“ଆଉ ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣ ହସ୍ତରେ ଲେବୀୟମାନଙ୍କୁ ଦେବ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଉପହାର ରୂପେ ଇସ୍ରାଏଲ ଲୋକମାନଙ୍କ ପକ୍ଷରୁ ସେମାନଙ୍କୁ ଦିଆଗଲା।


“ତୁମ୍ଭେ ସମସ୍ତ ଲେବୀୟ ଏବଂ ତାଙ୍କର ସମସ୍ତ ପଶୁ ଇସ୍ରାଏଲର ପ୍ରଥମଜାତ ଏବଂ ଇସ୍ରାଏଲର ପଶୁମାନଙ୍କ ପ୍ରଥମଜାତ ବଦଳରେ ଗ୍ରହଣ କର। ଆଉ ଲେବୀୟମାନେ ମୋର ହେବେ, ମୁଁ ସଦାପ୍ରଭୁ ଅଟେ।


“ମୁଁ ତୁମ୍ଭକୁ କହିଥିଲି ଇସ୍ରାଏଲର ପ୍ରତ୍ୟେକ ବଂଶର ପ୍ରଥମଜାତ ମୋର ସେବକ ହେବ। ବର୍ତ୍ତମାନ ଲେବୀୟମାନେ ମୋର ଅଧିକୃତ, ତେଣୁ ଇସ୍ରାଏଲୀୟମାନଙ୍କ ପ୍ରଥମଜାତ ପରିବର୍ତ୍ତେ ଲେବୀୟମାନେ ମୋର ହେବେ।


ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “କିନ୍ତୁ ଦେଖ, ମୁଁ ହୃଷ୍ଟପୁଷ୍ଟ ପଶୁ ଓ କ୍ଷୀଣ ପଶୁ ମଧ୍ୟରେ ବିଗ୍ଭର କରିବି।


ତେଣୁ ମୋର ପ୍ରଭୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜେ ଆମ୍ଭ ମେଷମାନଙ୍କର ପାଳକ ହେବୁ। ଆମ୍ଭେ ସେମାନଙ୍କର ଅନ୍ୱେଷଣ କରିବୁ ଓ ଆମ୍ଭେ ସେମାନଙ୍କର ତତ୍ତ୍ୱ ନେବୁ।


ସଦାପ୍ରଭୁ କୁହନ୍ତି, “ଆମ୍ଭେ ହେଉଛୁ ସେହି ଯେ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଅନ୍ତି, ତେବେ ତୁମ୍ଭେ କାହିଁକି ମରଣଶୀଳ ମାନବ ଯେ କି ତୃଣତୁଲ୍ୟ ଏପରି ମାନବର ସନ୍ତାନକୁ ଭୟ କରୁଅଛ?”


“ଆମ୍ଭେ ନିଜେ ତାଙ୍କୁ କହିଅଛୁ, ନିଜେ ତାଙ୍କୁ ଆହ୍ୱାନ କରିଅଛୁ, ନିଜେ ତାଙ୍କୁ ଆଣିଅଛୁ; ସେ ନିଜ ପଥରେ କୃତକାର୍ଯ୍ୟ ହେବ।


ଅହଲୀୟାବକୁ ସାହାଯ୍ୟ କରିବା ପାଇଁ ଆମ୍ଭେ ତାକୁ ବାଛିଅଛୁ। ସେ ହେଉଛି ଦାନ ପରିବାରବର୍ଗର ଅହୀଷାମକର ପୁତ୍ର। ଆମ୍ଭେ ତାଙ୍କୁ ଏବଂ ସମସ୍ତ ଜ୍ଞାନମନା ଲୋକମାନଙ୍କୁ ଜ୍ଞାନରେ ଭରପୁର କଲୁ। ଆମ୍ଭେ ସେମାନଙ୍କର ସମସ୍ତଙ୍କୁ କୌଶଳ ପ୍ରଦାନ କରିଅଛୁ ଏବଂ ସେମାନେ ଆମ୍ଭ ପାଇଁ କାର୍ଯ୍ୟ କରିବେ।


ମୁଁ ମିଶରୀୟମାନଙ୍କୁ କଠିନ କରିବି, ଯେଉଁଥିରେ ସେମାନେ ତୁମ୍ଭମାନଙ୍କ ପଛରେ ଗୋଡ଼ାଇବେ। ମୁଁ ତୁମ୍ଭକୁ ଦେଖାଇବି, କିପରି ମୁଁ ଫାରୋ, ତାଙ୍କର ଅଶ୍ୱାରୋହୀ ସୈନ୍ୟ, ରଥାରୋହୀ ସୈନ୍ୟମାନଙ୍କଠାରୁ ଶକ୍ତିଶାଳୀ।


“ମୁଁ ବର୍ତ୍ତମାନ ତୁମ୍ଭ ପାଇଁ ଏବଂ ତୁମ୍ଭ ପରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରତିଜ୍ଞା କରୁଛି।


“ମୁଁ ଏକ ପ୍ରଳୟଙ୍କାରୀ ବନ୍ୟା ପୃଥିବୀ ଉପରେ ଆଣିବି। ଆକାଶ ତଳେ ଥିବା ସମସ୍ତ ଜୀବସତ୍ତାକୁ ଧ୍ୱଂସ କରିବି। ପୃଥିବୀର ସମସ୍ତ ପ୍ରାଣୀ ମରିବେ।


“ତୁମ୍ଭେ ଲେବୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖରେ ଉପସ୍ଥିତ କରାଅ, ସେମାନେ ତାହାର ସେବା କରିବେ।


“ଯେତେବେଳେ ତୁମ୍ଭେମାନେ ମିଶରରେ ଥିଲ, ସେତେବେଳେ ମୁଁ ମିଶରୀୟମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ୟା କରିଥିଲି। ଇସ୍ରାଏଲରେ ସମସ୍ତ ମନୁଷ୍ୟ ଓ ପଶୁର ପ୍ରଥମଜାତକୁ ମୋ’ ପାଇଁ ପବିତ୍ର କଲି। ସେମାନେ ସମସ୍ତେ ମୋର ଅଧିକୃତ। ମୁଁ ସଦାପ୍ରଭୁ ଅଟେ।”


Swiv nou:

Piblisite


Piblisite