Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 18:24 - ପବିତ୍ର ବାଇବଲ

24 କାରଣ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କୁ ଉତ୍ତୋଳନୀୟ ଉପହାରରୂପେ ଯେଉଁ ଏକ ଦଶମାଂସ ଉତ୍ସର୍ଗ କରନ୍ତି, ତାହା ମୁଁ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲି। ଏଣୁ ମୁଁ କହିଲି, ସେମାନେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 କାରଣ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ଦଶମାଂଶ ଉତ୍ସର୍ଗ କରନ୍ତି,ତାହା ଆମ୍ଭେ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲୁ; ଏହେତୁ ଆମ୍ଭେ ସେମାନଙ୍କ ବିଷୟରେ କହିଲୁ, ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନେ କୌଣସି ଅଧିକାର ପାଇବେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

24 କାରଣ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ଦଶମାଂଶ ଉତ୍ସର୍ଗ କରନ୍ତି, ତାହା ଆମ୍ଭେ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲୁ; ଏହେତୁ ଆମ୍ଭେ ସେମାନଙ୍କ ବିଷୟରେ କହିଲୁ, ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେମାନେ କୌଣସି ଅଧିକାର ପାଇବେ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 କାରଣ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ଦଶମାଂଶ ଉତ୍ସର୍ଗ କରନ୍ତି, ତାହା ଆମ୍ଭେ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲୁ; ଏହେତୁ ଆମ୍ଭେ ସେମାନଙ୍କ ବିଷୟରେ କହିଲୁ, ‘ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନେ କୌଣସି ଅଧିକାର ପାଇବେ ନାହିଁ।’”

Gade chapit la Kopi




ଗଣନା ପୁସ୍ତକ 18:24
10 Referans Kwoze  

“ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲର ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ତାହା ଯେତେବେଳେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ ସେତେବେଳେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ମୋଟରୁ ପାଇଥିବା ଏକ ଦଶମାଂଶ ଉତ୍ସର୍ଗ କରିବ।


ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,


ଲେବୀୟମାନଙ୍କର ସମୁଦାୟ ଏକ ମାସର ପୁରୁଷ ଓ ବୟଜ୍ୟେଷ୍ଠ ସଂଖ୍ୟା 23,000 ହେଲା। କିନ୍ତୁ ସେମାନଙ୍କୁ ଇସ୍ରାଏଲର ଲୋକ ବୋଲି ଗଣନା କରାଗଲା ନାହିଁ, କାରଣ ଇସ୍ରାଏଲର ଲୋକମାନଙ୍କର ପରି ସେମାନଙ୍କୁ ଭୂମି ଦିଆଗଲା ନାହିଁ।


ଏଥିପାଇଁ ଲେବୀର ଆପଣା ପରିବାରବର୍ଗ ମଧ୍ୟରେ କୌଣସି ଅଂଶ କି ଅଧିକାର ନାହିଁ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତାହାକୁ ଯାହା କହିଅଛନ୍ତି, ତଦନୁସାରେ ସଦାପ୍ରଭୁ ହିଁ ତାହାର ଅଧିକାର।


“ତୃତୀୟ ବର୍ଷରେ ଅର୍ଥାତ୍ ଦଶମାଂଶ ବର୍ଷରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ୟ ଆଦିର ଦଶମାଂଶ ଦେବାର ସମାପ୍ତ କଲାପରେ ତୁମ୍ଭେମାନେ ଲେବୀୟକୁ, ବିଦେଶୀକି, ପିତୃହୀନକୁ ଓ ବିଧବାକୁ ତାହା ଦେବ। ତହିଁରେ ସେମାନେ ତୁମ୍ଭ ନଗରଦ୍ୱାର ମଧ୍ୟରେ ଭୋଜନ କରି ତୃପ୍ତ ହେବେ।


“ଭୂମିର ଶସ୍ୟ ହେଉ କି ବୃକ୍ଷର ଫଳ ହେଉ, ଉତ୍ପନ୍ନ ଦ୍ରବ୍ୟର ଦଶମାଂଶ ସଦାପ୍ରଭୁଙ୍କର ହେବ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ।


କେବଳ ଲେବୀ ଏକ ବଂଶଧର ଯେ କି ଜମା ଭୂମି ପାଇ ନ ଥିଲେ। ଲେବୀୟମାନେ ଶସ୍ୟ ନୈବେଦ୍ୟ ଓ ହୋମବଳି ପାଇଲେ, ଯାହାକି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଉଥିଲା। ଏହା ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ଥିଲା।


ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କ ସନ୍ତାନ ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ। ଆଉ ଲେବୀୟମାନେ ପରମେଶ୍ୱରଙ୍କ ମନ୍ଦିରସ୍ଥିତ ଭଣ୍ତାର ଗୃହକୁ ଦଶମାଂଶର ଦଶମାଂଶ ଆଣିବେ।


ତେଣୁ ସମଗ୍ର ଯିହୁଦା ଶସ୍ୟର ଓ ନୂତନ ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଭଣ୍ତାରକୁ ଆଣିଲେ।


Swiv nou:

Piblisite


Piblisite