Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 18:19 - ପବିତ୍ର ବାଇବଲ

19 ଇସ୍ରାଏଲ ଲୋକମାନେ ଯେଉଁସବୁ ଦ୍ରବ୍ୟ ପବିତ୍ର କରି ଉତ୍ତୋଳନୀୟ ଉପହାରରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେ ସମସ୍ତ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ୟାଗଣକୁ ଦେଲୁ। ତୁମ୍ଭ ପାଇଁ ଓ ତୁମ୍ଭ ବଂଶପାଇଁ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ନିୟମ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଇସ୍ରାଏଲ-ସନ୍ତାନଗଣ ଯେସମସ୍ତ ବସ୍ତୁ ପବିତ୍ର କରି ଉତ୍ତୋଳନୀୟ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେସକଳ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣକୁ ଓ ତୁମ୍ଭ କନ୍ୟାଗଣକୁ ଦେଲୁ; ତୁମ୍ଭ ଓ ତୁମ୍ଭ ସଙ୍ଗେ ତୁମ୍ଭ ବଂଶ ପକ୍ଷରେ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ଲବଣର ନିୟମ।

Gade chapit la Kopi

ଓଡିଆ ବାଇବେଲ

19 ଇସ୍ରାଏଲ ସନ୍ତାନଗଣ ଯେଉଁ ସମସ୍ତ ବସ୍ତୁ ପବିତ୍ର କରି ଉତ୍ତୋଳନୀୟ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେସକଳ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ର ଓ କନ୍ୟାଗଣଙ୍କୁ ଦେଲୁ; ତୁମ୍ଭ ଓ ତୁମ୍ଭ ସଙ୍ଗେ ତୁମ୍ଭ ବଂଶ ପକ୍ଷରେ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ଲବଣର ନିୟମ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଇସ୍ରାଏଲ-ସନ୍ତାନଗଣ ଯେଉଁ ସମସ୍ତ ବସ୍ତୁ ପବିତ୍ର କରି ଉତ୍ତୋଳନୀୟ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେସକଳ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ର ଓ କନ୍ୟାଗଣଙ୍କୁ ଦେଲୁ; ତୁମ୍ଭ ଓ ତୁମ୍ଭ ସଙ୍ଗେ ତୁମ୍ଭ ବଂଶ ପକ୍ଷରେ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ଲବଣର ନିୟମ।”

Gade chapit la Kopi




ଗଣନା ପୁସ୍ତକ 18:19
15 Referans Kwoze  

ତୁମ୍ଭେମାନେ ଜାଣିବା ଉଚିତ୍ ଯେ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଦାଉଦ ଓ ତାଙ୍କର ପୁତ୍ରମାନଙ୍କୁ ଚିରକାଳ ନିମନ୍ତେ ଇସ୍ରାଏଲର ରାଜା ହେବା ନିମନ୍ତେ ଅଧିକାର ଦେଇଥିଲେ। ପରମେଶ୍ୱର ଦାଉଦଙ୍କୁ ଲବଣ ଚୁକ୍ତି ସହିତ ଏହି ଅଧିକାର ପ୍ରଦାନ କରିଥିଲେ।


“ଇସ୍ରାଏଲର ଲୋକମାନଙ୍କ ସମସ୍ତ ଦୋଳନୀୟ ନୈବେଦ୍ୟର ଦାନ ମଧ୍ୟରୁ ଉତ୍ତୋଳନୀୟ ଉପହାର ଆମ୍ଭେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣଙ୍କୁ ଓ ତୁମ୍ଭର କନ୍ୟାମାନଙ୍କୁ ଅନନ୍ତକାଳୀନ ଅଧିକାରାର୍ଥେ ଦେଲୁ। ତୁମ୍ଭ ପରିବାରର ପ୍ରତ୍ୟେକ ବିଧିସମ୍ମତ ଶୁଚି ଲୋକ ତାହା ଭୋଜନ କରି ପାରିବେ।


ତୁମ୍ଭେ ସମସ୍ତ ଶସ୍ୟ ନୈବେଦ୍ୟରେ ଲବଣ ମିଶାଇବ, ଯାହା ତୁମ୍ଭେ ଉତ୍ସର୍ଗ କର। ପୁଣି ପରମେଶ୍ୱରଙ୍କ ଚୁକ୍ତି ରୂପକ ଲବଣକୁ ଶସ୍ୟ ନୈବେଦ୍ୟରେ ଦେବ। ଆଉ ତୁମ୍ଭର ସମସ୍ତ ନୈବେଦ୍ୟ ସହିତ ଲବଣ ଏକ ଅଂଶ ହେବ।


ହିଜକିୟ ଯିରୁଶାଲମରେ ବାସ କରୁଥିବା ଲୋକମାନଙ୍କୁ ସେମାନଙ୍କର ଶସ୍ୟର ପ୍ରଥମ ଅଂଶ ଯାଜକ ଓ ଲେବୀୟମାନଙ୍କୁ ଦେବା ନିମନ୍ତେ ଆଦେଶ ଦେଲେ, ଯେଉଁଥିପାଇଁ ଯାଜକ ଓ ଲେବୀୟମାନେ ବ୍ୟବସ୍ଥା ନିୟମାନୁଯାୟୀ କାର୍ଯ୍ୟ କରିବାରେ ସେମାନଙ୍କର ସମସ୍ତ ସମୟ ଅତିବାହିତ କରି ପାରିବେ।


ତୁମ୍ଭେମାନେ ସେହି ସ୍ଥାନକୁ ନିଜ ନିଜ ହୋମବଳି ଓ ନିଜ ନିଜ ବଳିଦାନ ଓ ନିଜ ନିଜ ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତୋଳନୀୟ ଉପହାର ନିଜ ନିଜ ମାନତ ଦ୍ରବ୍ୟ, ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଓ ନିଜ ନିଜ ପଶୁପଲର ପ୍ରଥମଜାତ ସମସ୍ତଙ୍କୁ ଆଣିବ।


ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମୋଶା ଏହିସବୁ ଯାଜକ ଇଲିୟାସରକୁ ଉପହାର ସ୍ୱରୂପ ଦେଲେ।


ଏହି ଜିନିଷସବୁ ସଦାପ୍ରଭୁଙ୍କୁ ଉପହାରରୂପେ ଯାଜକ ଇଲିୟାସରକୁ ଦିଅ।


ତା'ପରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ମୋତେ ଦିଆଯାଇଥିବା ଉପହାରର ଦାୟୀତ୍ୱ ମୁଁ ତୁମ୍ଭକୁ ଦେଲି। ତୁମ୍ଭକୁ ଓ ତୁମ୍ଭର ବଂଶଧରମାନଙ୍କୁ ମୁଁ ଦେଉଥିବା ପବିତ୍ର ଦ୍ରବ୍ୟ ସେମାନଙ୍କର ଚିରସ୍ଥାୟୀ ଅଂଶ ହେବ।


ସେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରୁଥିବା ଉପହାରରୁ ଗୋଟିଏ ପିଠା ନେବ। ଯେଉଁ ଯାଜକ ମଙ୍ଗଳାର୍ଥକ ବଳିର ରକ୍ତ ସିଞ୍ଚନ କରେ ପିଠାଟି ତାହାର ହେବ।


“ଯଦି ତୁମ୍ଭେ ସଦାପ୍ରଭୁଙ୍କୁ କିଛି ଦେବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ତାହା ସଦାପ୍ରଭୁଙ୍କର ମନୋନୀତ ସ୍ଥାନକୁ ନେଇଯିବ।


କୌଣସି ଦୋଷ ପାଇଁ ଓ ପାପ ପାଇଁ ଉତ୍ସର୍ଗୀକୃତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣରେ ବ୍ୟବହୃତ ହେଲା ନାହିଁ। ତାହା ଯାଜକମାନଙ୍କର ହେଲା।


ପୁଣି ତୁମ୍ଭେ ସେସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ଆଉ ଯାଜକମାନେ ସେମାନଙ୍କ ଉପରେ ଲବଣ ଛିଞ୍ଚିବେ ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେସବୁକୁ ହୋମବଳି ଉତ୍ସର୍ଗ କରିବେ।


ଉତ୍ସର୍ଗୀକୃତ ମେଷର ଛାତି ଓ ଗୋଡ଼କୁ ନିଅ ଏବଂ ଏହାକୁ ପବିତ୍ର ରୂପେ ପୃଥକ କର। ଏହି ଅଂଶସବୁ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଅ।


ସେ ଆପଣା ପରମେଶ୍ୱରଙ୍କର ମହାପବିତ୍ର ବା ପବିତ୍ର ରୋଟୀ ଭୋଜନ କରିବ।


Swiv nou:

Piblisite


Piblisite