Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 17:8 - ପବିତ୍ର ବାଇବଲ

8 ଏହା ପରେ ଆରଦିନ ମୋଶା ସାକ୍ଷ୍ୟ ତମ୍ବୁରେ ପ୍ରବେଶ କରି ସାକ୍ଷ୍ୟ ସିନ୍ଦୁକ ଦେଖିଲେ, ଲେବୀ ଗୃହ ନିମନ୍ତେ ଥିବା ହାରୋଣଙ୍କ ଆଶାବାଡ଼ି ଅଙ୍କୁରିତ ହୋଇଅଛି, ପୁଣି ଏହି ଅଙ୍କୁର ବାହାର ହେଲା। ଫୁଲ ଫୁଟିଲା ଓ ପକ୍ୱ ବାଦାମ ଫଳିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଏଥି ଉତ୍ତାରେ ଆର ଦିନ ମୋଶା ସାକ୍ଷ୍ୟତମ୍ଵୁରେ ପ୍ରବେଶ କଲେ; ଆଉ ଦେଖ, ଲେବୀ ଗୃହ ନିମନ୍ତେ ଥିବା ହାରୋଣଙ୍କର ଯଷ୍ଟି ଅଙ୍କୁରିତ ହୋଇଅଛି, ପୁଣି ଅଙ୍କୁର ବାହାର ହେଲା, ପୁଷ୍ପ ଫୁଟିଲା ଓ ପକ୍ଵ ବାଦାମ ଫଳିଲା।

Gade chapit la Kopi

ଓଡିଆ ବାଇବେଲ

8 ଏଥିଉତ୍ତାରେ ଆର ଦିନ ମୋଶା ସାକ୍ଷ୍ୟତମ୍ବୁରେ ପ୍ରବେଶ କଲେ; ଆଉ ଦେଖ, ଲେବୀ ଗୃହ ନିମନ୍ତେ ଥିବା ହାରୋଣଙ୍କର ଯଷ୍ଟି ଅଙ୍କୁରିତ ହୋଇଅଛି, ପୁଣି, ଅଙ୍କୁର ବାହାର ହେଲା, ପୁଷ୍ପ ଫୁଟିଲା ଓ ପକ୍ୱ ବାଦାମ ଫଳିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏଥିଉତ୍ତାରେ ଆରଦିନ ମୋଶା ସାକ୍ଷ୍ୟ-ତମ୍ବୁରେ ପ୍ରବେଶ କଲେ; ଆଉ ଦେଖ, ଲେବୀ ଗୃହ ନିମନ୍ତେ ଥିବା ହାରୋଣଙ୍କର ଯଷ୍ଟି ଅଙ୍କୁରିତ ହୋଇଅଛି, ପୁଣି, ଅଙ୍କୁର ବାହାର ହେଲା, ପୁଷ୍ପ ଫୁଟିଲା ଓ ପକ୍ୱ ବାଦାମ ଫଳିଲା।

Gade chapit la Kopi




ଗଣନା ପୁସ୍ତକ 17:8
13 Referans Kwoze  

“ତାହାହେଲେ କ୍ଷେତ୍ରସ୍ଥ ସମସ୍ତ ବୃକ୍ଷ ଜାଣିବେ ଯେ, ମୁଁ ଉଚ୍ଚବୃକ୍ଷକୁ ନୀଚ୍ଚ କରିପାରେ ଓ ନୀଚ୍ଚ ବୃକ୍ଷକୁ ଉଚ୍ଚ କରିପାରେ। ପୁଣି ସତେଜ ବୃକ୍ଷକୁ ଶୁଷ୍କ କରିପାରେ ଓ ଶୁଷ୍କ ବୃକ୍ଷକୁ ସତେଜ କରିପାରେ। ମୁଁ ସଦାପ୍ରଭୁ ଏହା କହିଅଛି ଓ ମୁଁ ଏହା କରିବି।”


ଏହା କଲା ପରେ ଆମ୍ଭେ ଯେଉଁ ଲୋକଙ୍କୁ ଯାଜକରୂପେ ମନୋନୀତ କରିବା ତାହାର ଆଶାବାଡ଼ି ପଲ୍ଲବିତ ହେବ। ଆଉ ଇସ୍ରାଏଲ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଛନ୍ତି, ସେଥିରୁ ସେମାନେ ନିବୃତ୍ତ ରହିବେ।”


ସେହି ସମୟରେ, ସଦାପ୍ରଭୁଙ୍କ ଶାଖା (ଯିହୁଦା) ଅତି ମନୋରମ ଆକର୍ଷଣୀୟ ଓ ମହାନ ହେବ। ଇସ୍ରାଏଲର ପରିବେଷ୍ଟନୀୟର ଉପଯୋଗୀ ସେମାନଙ୍କ ଦେଶର ଉତ୍ତମ ଫଳ ଯୋଗୁଁ ଗୌରବାନ୍ୱିତ ହେବେ।


ତାହାର ଏକ ବୃହତ୍ ଶାଖାରୁ ଅଗ୍ନି ନିର୍ଗତ ହୋଇ ସେହି ଦ୍ରାକ୍ଷାଲତାକୁ ଓ ତାହାର ଫଳକୁ ଗ୍ରାସ କରିଅଛି। ଏଣୁ ରାଜଦଣ୍ଡ ପାଇଁ ତାହାର ଗୋଟିଏ ହେଲେ ଦୃଢ଼ ଶାଖା ନାହିଁ।’ ଏହା ବିଳାପର ବିଷୟ ଅଟେ ଓ ବିଳାପଜନକ ହେବ।”


ସଦାପ୍ରଭୁ ତୁମ୍ଭର ରାଜ୍ୟ ସିୟୋନରୁ ବଢ଼ାଇବେ, ଯେପରିକି ତୁମ୍ଭେ ଶତ୍ରୁଗଣର ରାଜ୍ୟକୁ ଶାସନ କର।


ସେହି ଦ୍ରାକ୍ଷାଲତାରେ ତିନି ଶାଖା ଥିଲା। ତାହା ପଲ୍ଲବିତ ହେଲା ଓ ତହିଁରେ ଫୁଲ ଫୁଟିଲା। ଆଉ ତା'ର ପେଣ୍ଡାରେ ପେନ୍ଥା ପେନ୍ଥା ଅଙ୍ଗୁର ପାଚିଲା।


ଏଠାରେ ସୁଗନ୍ଧିତ ଦ୍ରବ୍ୟ ପୋଡ଼ିବା ପାଇଁ ଗୋଟିଏ ସୁନାର ବେଦୀ ଥିଲା। ‘ପୁରାତନ ନିୟମ ଗୋଟିଏ ପବିତ୍ର ବାକ୍ସ ଭିତରେ ଥିଲା। ବାକ୍ସ ସୁନାରେ ତିଆରି ହୋଇଥିଲା। ସେହି ବାକ୍ସ ଭିତରେ ସୁନାରେ ତିଆରି ମାନ୍ନା ରଖା ହୋଇଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହୋଇ ପତ୍ର କଅଁଳି ଥିଲା। ସେହି ବାକ୍ସରେ ପୁରାତନ ନିୟମର ଦଶଆଜ୍ଞା ଲେଖାଥିବା ପ୍ରସ୍ତର ଫଳକମାନ ମଧ୍ୟ ଥିଲା।


ମାତ୍ର ତାହା କୋପରେ ଉତ୍ପାଟିତ ହୋଇ ଭୂମିରେ ନିକ୍ଷିପ୍ତ ହେଲା ଓ ପୂର୍ବୀୟ ପବନ ତାହାର ଫଳକୁ ଶୁଷ୍କ କଲା। ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହୋଇଗଲା। ଅଗ୍ନି ସେସବୁକୁ ଗ୍ରାସ କଲା।


ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ସେହିପରି ଯୁବାମାନଙ୍କ ମଧ୍ୟରେ ପ୍ରିୟତମ। ମୁଁ ପରମ ଆନନ୍ଦରେ ତାହାଙ୍କ ଛାୟା ତଳେ ବସିଲି ଓ ତାହାଙ୍କ ଫଳ ମୋ’ ତୁଣ୍ଡକୁ ସ୍ୱାଦୁ ଲାଗିଲା।


ତା'ପରେ ମୋଶା କୋରହକୁ ଓ ତାଙ୍କର ସମସ୍ତ ଅନୁଗାମୀମାନଙ୍କୁ କହିଲେ, “ସଦାପ୍ରଭୁ କାଲି ଦେଖାଇବେ, କିଏ ପ୍ରକୃତରେ ତାଙ୍କ ଲୋକ ଓ କିଏ ପ୍ରକୃତରେ ପବିତ୍ର। ଆଉ ସେ ତାକୁ ନିଜ ପାଖକୁ ଆଣିବେ, ଯାହାକୁ ସେ ପସନ୍ଦ କରନ୍ତି।


ତହୁଁ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ସେହିସବୁ ଆଶାବାଡ଼ି ଆଣି ଇସ୍ରାଏଲର ସମସ୍ତ ଲୋକଙ୍କୁ ଦେଖାଇଲେ, ସେମାନେ ତାହା ଦେଖି ପ୍ରତ୍ୟେକେ ନିଜ ନିଜ ଆଶାବାଡ଼ି ନେଲେ।


Swiv nou:

Piblisite


Piblisite