Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 15:9 - ପବିତ୍ର ବାଇବଲ

9 ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହିନ ତୈଳମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଶସ୍ୟ ନୈବେଦ୍ୟ ଆଣିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହିନ୍ ତୈଳମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ଆଣିବ।

Gade chapit la Kopi

ଓଡିଆ ବାଇବେଲ

9 ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହୀନ୍ ତୈଳ ମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ଆଣିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହୀନ୍ ତୈଳ ମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଆଣିବ।

Gade chapit la Kopi




ଗଣନା ପୁସ୍ତକ 15:9
18 Referans Kwoze  

ଆଉ ଏକ ଷଣ୍ଢ ନିମନ୍ତେ ଏକ ହିନର ଅର୍ଦ୍ଧେକ, ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ମେଷବତ୍ସ ନିମନ୍ତେ ହିନର ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ପେୟନୈବେଦ୍ୟ ହେବ; ଏହା ବର୍ଷର ପ୍ରତିମାସର ଅମାବାସ୍ୟାରେ ମାସିକ ହୋମବଳି ହେବ।


ପୁଣି ପ୍ରତ୍ୟେକ ଷଣ୍ଢ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ; ଆଉ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ;


“ଅଷ୍ଟମ ଦିନରେ ସେ କୁଷ୍ଠରୋଗୀ ଦୁଇ ନିଖୁଣ ମେଷବତ୍ସ, ଏକବର୍ଷୀୟା ଏକ ନିଖୁଣ ମେଷବତ୍ସା, ଶସ୍ୟ ନୈବେଦ୍ୟ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋ‌‌‌‌ଗ୍‌‌‌‌ ତୈଳ ନେବ।


“ଏହା ହେଉଛି ଶସ୍ୟ ନୈବେଦ୍ୟର ବ୍ୟବସ୍ଥା। ହାରୋଣର ପୁତ୍ରଗଣ ଯଜ୍ଞବେଦି ସମ୍ମୁଖରେ ସଦାପ୍ରଭୁଙ୍କ ଛାମୁକୁ ଶସ୍ୟ ଆଣିବେ।


କିଏ ଜାଣେ ସଦାପ୍ରଭୁ ତାଙ୍କର ହୃଦୟ ପରିବର୍ତ୍ତନ କରିବେ, ଏବଂ ତୁମ୍ଭମାନଙ୍କ ପାଇଁ ଆଶୀର୍ବାଦ ରଖିଯିବେ। ତା'ପରେ ତୁମ୍ଭେମାନେ ତୁମ୍ଭ ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଦେଇ ପାରିବ।


ସଦାପ୍ରଭୁଙ୍କର ଯାଜକ ଓ ପରିଗ୍ଭଳକଗଣ ରୋଦନ କର। କାରଣ ସଦାପ୍ରଭୁଙ୍କ ମନ୍ଦିରର ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଆଉ ରହିବ ନାହିଁ।


ଏହିରୂପେ ଲୋକମାନେ ନିତ୍ୟ ହୋମବଳି ରୂପେ ପ୍ରତି ପ୍ରଭାତରେ ମେଷଛୁଆ, ଭକ୍ଷ୍ୟ ନୈବେଦ୍ୟ ଓ ତୈଳ ଉତ୍ସର୍ଗ କରିବେ।”


“ଆଉ ପର୍ବ ଓ ଉତ୍ସବାଦି ସମୟରେ ଶସ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ୟ ନୈବେଦ୍ୟ, ଏକ ଅଣ୍ଡିରା ମେଷ ସଙ୍ଗେ ଏକ ଐଫା ଶସ୍ୟ ନୈବେଦ୍ୟ ଓ ମେଷ ଶାବକମାନଙ୍କ ସଙ୍ଗେ ଶସ୍ୟ ନୈବେଦ୍ୟ ଆପଣା ଶକ୍ତି ଅନୁସାରେ ଆଉ ଏକ ଏକ ଐଫା ସଙ୍ଗେ ଏକ ଏକ ହୀନ ତୈଳ ଦେବେ।


ଆଉ ଅଧିପତି ଭକ୍ଷ୍ୟ ନୈବେଦ୍ୟ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ୟ, ମେଷ ସଙ୍ଗେ ଏକ ଐଫା ଶସ୍ୟ ଓ ମେଷଶାବକମାନଙ୍କ ସଙ୍ଗେ ନିଜ ନିଜ ଶକ୍ତି ଅନୁସାରେ ଦେବେ। ଆଉ ଏକ ଏକ ଐଫା ପରି ଏକ ଏକ ହୀନ ତୈଳ ଦେବେ।


ଆଉ ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ ଶସ୍ୟ ନୈବେଦ୍ୟ ଦେବେ ଓ ମେଷଶାବକ ସଙ୍ଗେ ସେ ନିଜର ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହୀନ ତୈଳ ଦେବେ।


ତହୁଁ ସେ ମୋତେ କହିଲେ, “ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରୀଗୁଡ଼ିକ ଅଛି ସେସବୁ ପବିତ୍ର କୋଠରୀ। ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସବୁ ଭୋଜନ କରିବେ। ଆଉ ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସବୁ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳିଦାନ ରଖିବେ। କାରଣ ସେହି ସ୍ଥାନ ଅତି ପବିତ୍ର ଅଟେ।


ଅର୍ଥାତ୍ ଦର୍ଶନୀୟ ରୋଟୀର ଓ ନିତ୍ୟ ଭକ୍ଷ୍ୟ ନୈବେଦ୍ୟର ଓ ନିତ୍ୟ ହୋମବଳିର, ବିଶ୍ରାମ ବାରର ଅମାବାସ୍ୟାର, ନିରୂପିତ ପର୍ବାଦିର ଓ ପବିତ୍ର ଦ୍ରବ୍ୟାଦିର ଓ ଇସ୍ରାଏଲର ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ ନିମନ୍ତେ।


ଅରଣନ୍ ଦାଉଦଙ୍କୁ କହିଲେ, “ଏହି ଶସ୍ୟଦଳିବା ସ୍ଥାନ ଆପଣ ନିଅନ୍ତୁ। ଆପଣ ମୋର ସ୍ୱାମୀ ଓ ରାଜା ଅଟନ୍ତି। ଆପଣ ଯାହା ଗ୍ଭହାନ୍ତି, ତାହା କରନ୍ତୁ। ଦେଖନ୍ତୁ, ହୋମବଳି ନୈବେଦ୍ୟ ନିମନ୍ତେ ମୁଁ ବଳଦ ଦେବି। ନିଆଁ ଜାଳିବା ପାଇଁ ମୁଁ କାଠ ଦେବି। ଶସ୍ୟ ନୈବେଦ୍ୟ ଉତ୍ସର୍ଗାର୍ଥେ ମୁଁ ଆପଣଙ୍କୁ ଗହମ ଦେବି।”


ଅମାବାସ୍ୟାରେ ନିତ୍ୟ ହୋମବଳି ସହିତ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହେବ।


ହୋମବଳି, ଶସ୍ୟ ନୈବେଦ୍ୟ, ପାପାର୍ଥକ ବଳି, ଦୋଷାର୍ଥକ ବଳି, ମଙ୍ଗଳାର୍ଥକ ବଳି ଓ ପଦନିଯୋଗାର୍ଥକ ବିଷୟରେ ଏହିସବୁ ବ୍ୟବସ୍ଥା ଅଛି।


“ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଅବା ମାନସିକ ପୂରଣାର୍ଥକ ବଳି ନିମନ୍ତେ କିମ୍ବା ମଙ୍ଗଳାର୍ଥକ ଉପହାର ନିମନ୍ତେ ଯେବେ ଗୋବତ୍ସ ଉତ୍ସର୍ଗ କର,


ଆଉ ମଧ୍ୟ ତୁମ୍ଭେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାରର ପେୟନୈବେଦ୍ୟ ନିମନ୍ତେ ଅର୍ଦ୍ଧହିନ ଦ୍ରାକ୍ଷାରସ ଆଣିବ।


ଏହା ପରେ ସେ ତାହାକୁ ସ୍ତନ୍ୟପାନ ତ୍ୟାଗ କରାଇଲା ଓ ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ ବୋତଲ ଦ୍ରାକ୍ଷାରସ ତା’ ସହିତ ପିଲାଟିକୁ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକୁ ଆଣିଲା। ସେତେବେଳେ ବାଳକଟି ଛୋଟ ଥିଲା।


Swiv nou:

Piblisite


Piblisite