Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 15:21 - ପବିତ୍ର ବାଇବଲ

21 ତୁମ୍ଭେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ଦଳା ଅଟାର ଏକ ଅଂଶ ଉତ୍ସର୍ଗ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ତୁମ୍ଭେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ସୂଜିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ।

Gade chapit la Kopi

ଓଡିଆ ବାଇବେଲ

21 ତୁମ୍ଭେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ସୂଜିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ତୁମ୍ଭେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ସୂଜିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ।

Gade chapit la Kopi




ଗଣନା ପୁସ୍ତକ 15:21
8 Referans Kwoze  

ଇସ୍ରାଏଲୀୟମାନେ ସର୍ବଦା ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ଏହିସବୁ ଅଂଶ ଦେବେ। ଯେତେବେଳେ ଇସ୍ରାଏଲର ଲୋକମାନେ ସେହିସବୁ ନୈବେଦ୍ୟ ଦେବେ ସେହି ସମୟରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ଏହିସବୁ ଅଂଶ ପାଇବେ। ସେମାନେ ଯାଜକକୁ ଯେତେବେଳେ ଏହିସବୁ ଅଂଶ ଦେବେ, ଏହା ଯାଜକମାନଙ୍କ ଦ୍ୱାରା ଗ୍ରହଣ କରାଯିବ।


“ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲର ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ତାହା ଯେତେବେଳେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ ସେତେବେଳେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ମୋଟରୁ ପାଇଥିବା ଏକ ଦଶମାଂଶ ଉତ୍ସର୍ଗ କରିବ।


ତୁମ୍ଭେମାନେ ଯେଉଁ ପର୍ଯ୍ୟନ୍ତ ନୂତନ ଶସ୍ୟର ନୈବେଦ୍ୟ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନ ଆଣିଛ ସେପର୍ଯ୍ୟନ୍ତ ତୁମ୍ଭେମାନେ ରୋଟୀ, କି ଭଜା ଶସ୍ୟ, କି ଫଳ ଖାଇବ ନାହିଁ। ତୁମ୍ଭମାନଙ୍କର ସମସ୍ତ ନିବାସସ୍ଥାନରେ ଏହା ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା ହେବ।


ତୁମ୍ଭେମାନେ ନିଜ ନିଜ ପ୍ରଥମ ଶସ୍ୟରୁ ଉତ୍ତୋଳନୀୟ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ। ଯେପରି ଶସ୍ୟ ମର୍ଦ୍ଦନ ସ୍ଥାନରେ ଉତ୍ତୋଳନୀୟ ଉପହାର, ସେହିପରି ତାହା ଉତ୍ତୋଳନ କରିବା ଉଚିତ୍।


“ଯେତେବେଳେ ତୁମ୍ଭେମାନେ ଭୁଲରେ ଏବଂ ଏହିସବୁ ଆଜ୍ଞାଗୁଡ଼ିକ ପାଳନ କର ନାହିଁ, ଯାହା ସଦାପ୍ରଭୁ ମୋଶାଙ୍କୁ କହିଲେ।


ତୁମ୍ଭମାନଙ୍କର ସମସ୍ତ ଶସ୍ୟଅମଳର ପ୍ରଥମ ଭାଗ ଓ ସମସ୍ତ ଉପହାରଗୁଡ଼ିକ ମଧ୍ୟରେ ପ୍ରତ୍ୟେକ ଉପହାର ଯାଜକମାନଙ୍କର ହେବ। ଆଉ ମଧ୍ୟ ତୁମ୍ଭେମାନେ ନିଜ ନିଜ ଗୃହରେ ଆଶୀର୍ବାଦ ଲାଭ କରିବା ପାଇଁ ଯାଜକକୁ ନିଜର ସୁଜିର ପ୍ରଥମ ଅଂଶ ଦେବ।


“ଶସ୍ୟଅମଳ ସମୟରେ ତୁମ୍ଭେ ଯେତେବେଳେ ଶସ୍ୟ ସାଇତିବ ପ୍ରଥମ ଶସ୍ୟ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। “ତୁମ୍ଭେ କୌଣସି ଯୁବା ଛାଗର ମାଂସକୁ ତା'ର ମାତୃ ଦୁ‌ଗ୍‌ଧରେ ପାକ କରିବ ନାହିଁ।”


ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କ ସନ୍ତାନ ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ। ଆଉ ଲେବୀୟମାନେ ପରମେଶ୍ୱରଙ୍କ ମନ୍ଦିରସ୍ଥିତ ଭଣ୍ତାର ଗୃହକୁ ଦଶମାଂଶର ଦଶମାଂଶ ଆଣିବେ।


Swiv nou:

Piblisite


Piblisite