ପରମେଶ୍ୱରଙ୍କର ଆତ୍ମା ଜିଖରିୟଙ୍କ ଉପରେ ଅବତରଣ କଲେ। ଯିହୋୟାଦା ଯାଜକ ଯିଖରିୟଙ୍କ ପିତା ଥିଲେ। ଜିଖରିୟ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହେଲେ ଓ କହିଲେ, “ପରମେଶ୍ୱର ଏହା କହନ୍ତି: ‘ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ଆଜ୍ଞାର ବାଧ୍ୟ ହେବା ନିମନ୍ତେ ଅଗ୍ରାହ୍ୟ କରୁଛ? ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛ। ତେଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି!’”