Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 14:13 - ପବିତ୍ର ବାଇବଲ

13 ତା'ପରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ତେବେ ମିଶରୀୟ ଲୋକମାନେ ତ ଏହା ଶୁଣିବେ, କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ୱାରା ସେମାନଙ୍କ ମଧ୍ୟରୁ ଏହି ଲୋକମାନଙ୍କୁ ଆଣିଅଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଏଥିରେ ମୋଶା ସଦାପ୍ରଭୁଙ୍କୁ କହିଲେ, ତେବେ ମିସ୍ରୀୟ ଲୋକମାନେ ତ ଏହା ଶୁଣିବେ; କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ଵାରା ସେମାନଙ୍କ ମଧ୍ୟରୁ ଏହି ଲୋକମାନଙ୍କୁ ଆଣିଅଛ।

Gade chapit la Kopi

ଓଡିଆ ବାଇବେଲ

13 ଏଥିରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ତେବେ ମିସ୍ରୀୟ ଲୋକମାନେ ତ ଏହା ଶୁଣିବେ; କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ୱାରା ସେମାନଙ୍କ ମଧ୍ୟରୁ ଏହି ଲୋକମାନଙ୍କୁ ଆଣିଅଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଏଥିରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ତେବେ ମିସରୀୟ ଲୋକମାନେ ତ ଏହା ଶୁଣିବେ; କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ୱାରା ସେମାନଙ୍କ ମଧ୍ୟରୁ ଏହି ଲୋକମାନଙ୍କୁ ଆଣିଅଛ।

Gade chapit la Kopi




ଗଣନା ପୁସ୍ତକ 14:13
9 Referans Kwoze  

ପରମେଶ୍ୱର ଗ୍ଭହିଁଥିଲେ ସେହି ଲୋକମାନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ, କିନ୍ତୁ ମୋଶା ତାହାଙ୍କ ମନୋନୀତ ବ୍ୟକ୍ତି ତାଙ୍କର କୋପ ଫେରାଇବା ନିମନ୍ତେ ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ, ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନାଶ କଲେ ନାହିଁ।


କିନ୍ତୁ ମୁଁ ସେମାନଙ୍କୁ ଧ୍ୱଂସ କଲି ନାହିଁ। କାରଣ ସେମାନଙ୍କ ସହିତ ଥିବା ଲୋକମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କରିବା ପାଇଁ ମୋତେ ଭଲ ଲାଗିଲା ନାହିଁ, କାରଣ ଯେତେବେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସେମାନଙ୍କୁ ମିଶରରୁ ବାହାର କରି ଆଣିବା ଦ୍ୱାରା ମୁଁ ଇସ୍ରାଏଲୀୟମାନଙ୍କଠାରେ ପରିଚିତ ହେଲି।


କିନ୍ତୁ ଆମ୍ଭେ ଜାଣୁ ତାଙ୍କର ଶତ୍ରୁମାନେ କ’ଣ କହିବେ। ଶତ୍ରୁମାନେ ବୁଝି ପାରୁ ନ ଥିବେ। ସେମାନେ ଏପରି କହି ପାରନ୍ତି, “ସଦାପ୍ରଭୁ ଇସ୍ରାଏଲକୁ ଧ୍ୱଂସ କରି ନାହାନ୍ତି। ଆମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ଜିତିଛୁ।’”


କିନ୍ତୁ ମୁଁ ମୋର ନାମକୁ ସେହି ଲୋକମାନଙ୍କ ସମ୍ମୁଖରେ ଭ୍ରଷ୍ଟ କରିବା ପାଇଁ ଗ୍ଭହିଁଲି ନାହିଁ। ଯେଉଁମାନଙ୍କ ଆଗରେ ମୁଁ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲି।


“ସଦାପ୍ରଭୁ ଆପଣା ମହାନ ନାମ ସକାଶେ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ। କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇ ଅଛନ୍ତି।


ଅନନ୍ତର ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ଯଦିଓ ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୋଇ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର। ସେମାନଙ୍କୁ ବାହାରି ଯିବାକୁ କୁହ।


Swiv nou:

Piblisite


Piblisite