ଗଣନା ପୁସ୍ତକ 14:11 - ପବିତ୍ର ବାଇବଲ11 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେକାଳ ମୋତେ ପ୍ରତ୍ୟାଖ୍ୟାନ କରିବେ? ଆଉ ସେମାନଙ୍କ ମଧ୍ୟରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସତ୍ତ୍ୱେ, କେତେ ଦିନ ସେମାନେ ମୋତେ ଅବିଶ୍ୱାସ କରିବେ? Gade chapit laପବିତ୍ର ବାଇବଲ (Re-edited) - (BSI)11 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଏହି ଲୋକମାନେ କେତେ କାଳ ଆମ୍ଭଙ୍କୁ ଅବଜ୍ଞା କରିବେ? ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଚିହ୍ନ ସ୍ଵରୂପେ ଯେସମସ୍ତ କର୍ମ କରିଅଛୁ, ତାହା କଲେ ହେଁ ସେମାନେ କେତେ କାଳ ଆମ୍ଭଠାରେ ବିଶ୍ଵାସ କରିବେ ନାହିଁ? Gade chapit laଓଡିଆ ବାଇବେଲ11 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଙ୍କୁ ଅବଜ୍ଞା କରିବେ ? ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଚିହ୍ନ ସ୍ୱରୂପେ ଯେଉଁ ସମସ୍ତ କର୍ମ କରିଅଛୁ, ତାହା କଲେ ହେଁ ସେମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଠାରେ ବିଶ୍ୱାସ କରିବେ ନାହିଁ ? Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଙ୍କୁ ଅବଜ୍ଞା କରିବେ? ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଚିହ୍ନ ସ୍ୱରୂପେ ଯେଉଁ ସମସ୍ତ କର୍ମ କରିଅଛୁ, ତାହା କଲେ ହେଁ ସେମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଠାରେ ବିଶ୍ୱାସ କରିବେ ନାହିଁ? Gade chapit la |
ହେ ଶମରିୟା, ସଦାପ୍ରଭୁ ତୁମ୍ଭ ଦ୍ୱାରା ପୂଜିତ ହେଉଥିବା ବାଛୁରି ମୂର୍ତ୍ତିକୁ ପ୍ରତ୍ୟାଖ୍ୟାନ କଲେ। ପରମେଶ୍ୱର କହନ୍ତି, ‘ଆମ୍ଭେ ଇସ୍ରାଏଲୀୟମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ।’ ସେମାନେ ସେମାନଙ୍କର ପାପ ପାଇଁ ଦଣ୍ତିତ ହେବେ। କେତେକ ଶ୍ରମିକ ସେହି ମୂର୍ତ୍ତି ନିର୍ମାଣ କରିଥିଲେ। ସେମାନେ କିନ୍ତୁ ଈଶ୍ୱର ନୁହନ୍ତି। ଶମରିୟାର ବାଛୁରି ମୂର୍ତ୍ତିଗୁଡ଼ିକ ଖଣ୍ତ ବିଖଣ୍ତ ହୋଇ ଭାଙ୍ଗିଯିବ।
“‘କିନ୍ତୁ ଇସ୍ରାଏଲର ପୁତ୍ରଗଣ ମରୁଭୂମିରେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପଥରେ ଗ୍ଭଲିଲେ ନାହିଁ ଓ ମୋର ବ୍ୟବସ୍ଥା ସକଳ ଅଗ୍ରାହ୍ୟ କଲେ। ଯାହାକୁ ଯଦି ଜଣେ ମନୁଷ୍ୟ ଅନୁସରଣ କରେ, ତେବେ ସେ ବଞ୍ଚିବ। ଏବଂ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ମୋର କ୍ରୋଧ ଢାଳି ଦେବି ଓ ସେମାନଙ୍କୁ ବିନାଶ କରିବି।