Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 13:31 - ପବିତ୍ର ବାଇବଲ

31 ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ପାରିବୁ ନାହିଁ। କାରଣ ସେମାନେ ଆମ୍ଭଠାରୁ ଶକ୍ତିଶାଳୀ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

31 ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନ ପାରୁ, କାରଣ ସେମାନେ ଆମ୍ଭମାନଙ୍କ-ଠାରୁ ବଳବାନ।

Gade chapit la Kopi

ଓଡିଆ ବାଇବେଲ

31 ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନ ପାରୁ, କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନ ପାରୁ, କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ।”

Gade chapit la Kopi




ଗଣନା ପୁସ୍ତକ 13:31
8 Referans Kwoze  

ଆମ୍ଭେମାନେ ବର୍ତ୍ତମାନ କେଉଁଠାକୁ ଯିବା? ଆମ୍ଭର ଭାଇମାନେ ଆମ୍ଭମାନଙ୍କ ମନରେ ତଥ୍ୟ ପ୍ରଦାନ କରି ଭୟ ସଞ୍ଚାର କରିଛନ୍ତି। ସେମାନେ କହିଲେ, ସେଠାକାର ଲୋକମାନେ ଆମ୍ଭମାନଙ୍କଠାରୁ ବଳବାନ ଓ ଦୀର୍ଘ୍ୟକାୟ। ତାଙ୍କର ନଗରମାନ ବୃହତ ଏବଂ ତା'ର ପ୍ରାଚୀରଗୁଡ଼ିକ ଆକାଶ ସ୍ପର୍ଶ କରିଛି। ଏବଂ ଆମ୍ଭେମାନେ ସେଠାରେ ଅନାକୀୟମାନଙ୍କର ଦୀର୍ଘ୍ୟକାୟ ସନ୍ତାନମାନଙ୍କୁ ଦେଖିଲୁ।’


ମୋର ସାଙ୍ଗରେ ଅନ୍ୟ ଯେଉଁ ଲୋକମାନେ ଯାଇଥିଲେ, ସେମାନେ ଲୋକମାନଙ୍କୁ ନିରୁତ୍ସାହିତ କଲେ, ସେମାନଙ୍କ ଖବରରେ। ମୁଁ କିନ୍ତୁ ସଦାପ୍ରଭୁଙ୍କର ଅନୁଗତ ହୋଇ ରହିଲି।


ଅତଏବ ଆମ୍ଭେ ଦେଖୁଛୁ ଯେ, ସେମାନେ ନିଜ ଅବିଶ୍ୱାସ ହେତୁ ସେଠାରେ ପ୍ରବେଶ କରିବା ପାଇଁ ଅସମର୍ଥ ହେଲେ।


କାରଣ ସେମାନେ ଇଷ୍କୋଲ ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖିଲେ ଓ ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ ଲୋକମାନଙ୍କର ମନକୁ ନିରୁତ୍ସାହିତ କଲେ।


“ହେ ଇସ୍ରାଏଲର ଲୋକମାନେ, ଶୁଣ! ତୁମ୍ଭେମାନେ ଆଜି ଯର୍ଦ୍ଦନ ନଦୀ ପାର ହୋଇ ଯାଉଛ, ଜାତିମାନଙ୍କୁ ତଡ଼ିଦେବା ପାଇଁ ଯାଉଅଛ ଯାହାକି ବୃହତ ଓ ତୁମ୍ଭମାନଙ୍କ ଅପେକ୍ଷା ଶକ୍ତିଶାଳୀ ଏବଂ ସେମାନଙ୍କର ବୃହତ ନଗରଗୁଡ଼ିକ ଏବଂ ସେମାନଙ୍କର ପ୍ରାଚୀରଗୁଡ଼ିକ ଆକାଶକୁ ଛୁଏଁ।


କାଲେବ୍ ମୋଶାଙ୍କ ନିକଟରେ ଥିବା ଲୋକମାନଙ୍କୁ କହିଲେ, “ଆସ ଆମ୍ଭେମାନେ ଏହାକୁ ଅକ୍ତିଆର କରିବା, ସେମାନଙ୍କୁ ପରାସ୍ତ କିରିବାକୁ ଆମ୍ଭମାନଙ୍କର ଯଥେଷ୍ଟ ବଳ ଅଛି।”


ଶାଉଲ ଉତ୍ତର ଦେଲେ, “ତୁମ୍ଭେ ସେହି ପଲେଷ୍ଟୀୟ ବିରୁଦ୍ଧରେ ଯୁଦ୍ଧ କରି ପାରିବ ନାହିଁ। କାରଣ ତୁମ୍ଭେ ତ ଜଣେ ସୈନିକ ନୁହଁ ଏବଂ ଗଲିୟାତ ବାଳକ ଅବସ୍ଥାରୁ ଯୁଦ୍ଧ କରି ଆସୁଅଛି।”


ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ନଦୀ ପାର ହୋଇ ସେ ଦେଶକୁ ଯିବା ପାଇଁ ତୁମ୍ଭେମାନେ କାହିଁକି ସେମାନଙ୍କୁ ନିରୁତ୍ସାହିତ କରୁଛ?


Swiv nou:

Piblisite


Piblisite