Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 13:20 - ପବିତ୍ର ବାଇବଲ

20 ପୁଣି ସେହି ମାଟିର ଉତ୍କର୍ଷଣ ଖୋଳ, ଉର୍ବର କି ଅନୁର୍ବର। ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ।” ସେହି ସମୟରେ ପ୍ରଥମ ଦ୍ରାକ୍ଷାଫଳ ପାଚିବାର ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ପୁଣି ସେହି ଭୂମି କି ପ୍ରକାର, ଉର୍ବର କି ଅନୁର୍ବର, ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ। ସେହି ସମୟରେ ପ୍ରଥମ ପକ୍ଵ ଦ୍ରାକ୍ଷାଫଳର ସମୟ ଥିଲା।

Gade chapit la Kopi

ଓଡିଆ ବାଇବେଲ

20 ପୁଣି, ସେହି ଭୂମି କି ପ୍ରକାର, ଉର୍ବର କି ଅନୁର୍ବର, ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ। ସେହି ସମୟରେ ପ୍ରଥମ ପକ୍ୱ ଦ୍ରାକ୍ଷାଫଳର ସମୟ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ପୁଣି, ସେହି ଭୂମି କି ପ୍ରକାର, ଉର୍ବର କି ଅନୁର୍ବର, ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ।” ସେହି ସମୟରେ ପ୍ରଥମ ପକ୍ୱ ଦ୍ରାକ୍ଷାଫଳର ସମୟ ଥିଲା।

Gade chapit la Kopi




ଗଣନା ପୁସ୍ତକ 13:20
19 Referans Kwoze  

ତା'ପରେ ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ଆମ୍ଭେ ଯେଉଁ ଦେଶ ପାଇଁ ପ୍ରତିଜ୍ଞା କରିଅଛୁ, ସେହି ଦେଶକୁ ନେଇ ଯିବ ଏବଂ ଆମ୍ଭେ ତୁମ୍ଭ ସହିତ ସର୍ବଦା ରହିବା।”


ମୁଁ ସେମାନଙ୍କୁ ଉତ୍ତମ ଗ୍ଭରଣଭୂମିରେ ଚରାଇବି। ଏବଂ ଇସ୍ରାଏଲର ଉଚ୍ଚସ୍ଥଳୀର ପର୍ବତମାନଙ୍କ ଉପରେ ସେମାନଙ୍କର ଗୋଠ ହେବ। ସେହି ସ୍ଥାନରେ ସେମାନେ ଉତ୍ତମ ଗୋଠରେ ଶୟନ କରିବେ ଓ ଇସ୍ରାଏଲର ପର୍ବତଗୁଡ଼ିକର ପୁଷ୍ଟିକର ଗ୍ଭରଣଭୂମିରେ ସେମାନେ ଚରିବେ।


ଯେହେତୁ ସେମାନେ ଆପଣାମାନଙ୍କ ରାଜ୍ୟରେ ସେମାନଙ୍କୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳରେ ଓ ସେମାନଙ୍କ ସମ୍ମୁଖରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶରେ ତୁମ୍ଭର ସେବା କରି ନାହାନ୍ତି। କି ନିଜ ନିଜ ଦୁଷ୍କର୍ମରୁ ଫେରି ନାହାନ୍ତି।


ତହିଁରେ ସେମାନେ ପ୍ରାଚୀର ବେଷ୍ଟୀତ ନଗର ସକଳ ଓ ଉର୍ବର ଭୂମି ନେଲେ। ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ, ଖୋଦିତ କୂପ, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ଓ ଅପାର ଫଳବୃକ୍ଷ ଅଧିକାର କଲେ। ସେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଖାଇଲେ। ସେମାନେ ତୁମ୍ଭର ମହା ମଙ୍ଗଳ ଦାନରେ ଆନନ୍ଦ କଲେ।


ଅତଏବ ଆମ୍ଭେ ନିସନ୍ଦେହ ଭାବରେ କହିପାରିବା: “ପ୍ରଭୁ ହେଉଛନ୍ତି ମୋର ସାହାଯ୍ୟକାରୀ, ମୁଁ ଭୟ କରିବି ନାହିଁ, ମନୁଷ୍ୟ ମୋର କିଛି କରି ପାରିବ ନାହିଁ।”


ମୁଁ ବିବ୍ରତ, କାରଣ ଫଳ ତୋଳିଲା ପରେ ଫଳ ବଗିଗ୍ଭ ଶ୍ରୀହୀନ ହେଲାପରି ମୁଁ ହୋଇଅଛି ଏବଂ ଦ୍ରାକ୍ଷାଲତାରୁ ଦ୍ରାକ୍ଷାଫଳ ତୋଳା ସରିଗଲା ପରି ମୁଁ ହୋଇଅଛି। ଗୋଟିଏ ହେଲେ ଫଳ ଦ୍ରାକ୍ଷାଲତାରେ ଖାଇବାକୁ ନାହିଁ କି ମୋର ପ୍ରିୟ ପ୍ରଥମ ପକ୍ୱ ଡିମ୍ବିରି ଫଳ ନାହିଁ।


ଦାଉଦ ଆହୁରି ମଧ୍ୟ କହିଲେ, “ବର୍ତ୍ତମାନ ପୁତ୍ର, ସଦାପ୍ରଭୁ ତୁମ୍ଭ ସହିତରେ ରୁହନ୍ତୁ। ତୁମ୍ଭେ ସଫଳ ହୁଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେପରି କହିଅଛନ୍ତି, ସେପରି ତୁମ୍ଭେ ତାହାଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।


ତେଣୁ ଯିରୀହୋର ରାଜା ଏହି ବାର୍ତ୍ତା ରାହାବ ନିକଟକୁ ପଠାଇଲେ, “ଯେଉଁ ଲୋକମାନେ ଆସି ତୁମ୍ଭ ଗୃହରେ ପ୍ରବେଶ କରିଛନ୍ତି, ସେମାନଙ୍କୁ ବାହାର କରି ଆଣ। ଯେହେତୁ ସେମାନେ ସମସ୍ତେ ଦେଶ ଅନୁସନ୍ଧାନରେ ଆସିଛନ୍ତି।”


ମନେରଖ, ମୁଁ ତୁମ୍ଭକୁ ସାହସୀ ଓ ଶକ୍ତିଶାଳୀ ହେବା ପାଇଁ ନିର୍ଦ୍ଦେଶ ଦେଇଅଛି। ତେଣୁ ତୁମ୍ଭେ ଭୟଭୀତ କିଅବା ହତାଶ ହୁଅ ନାହିଁ, କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।”


“ଯିହୋଶୂୟ, ତୁମ୍ଭେ ବଳବାନ୍ ଓ ସାହସୀ ହୁଅ। ତୁମ୍ଭେ ଏହି ଲୋକମାନଙ୍କୁ ଆଗେଇ ନିଅ, ଯେପରି କି ସେମାନେ ସେମାନଙ୍କର ଦେଶ ଅଧିକାର କରି ପାରିବେ। ମୁଁ ତାଙ୍କ ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲି ଯେ, ମୁଁ ସେମାନଙ୍କୁ ସେହି ଦେଶ ଦେବି।


ସେମାନେ କିଛି ଫଳଧରି ସେହି ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିଲେ। ସେମାନେ ସେହି ଦେଶ ବିଷୟରେ ଆମ୍ଭମାନଙ୍କୁ କହିଲେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଆମ୍ଭମାନଙ୍କୁ ଏକ ଉତ୍ତମ ଦେଶ ଦେଇଛନ୍ତି।’


ପୁଣି ସେମାନେ ଯେଉଁ ଦେଶରେ ବାସ କରୁଛନ୍ତି ସେ ଦେଶ ଭଲ କି ମନ୍ଦ, ଯେଉଁ ନଗରରେ ବାସ କରନ୍ତି ତାହା କି ପ୍ରକାର, ସେମାନେ ତମ୍ବୁରେ କି ଗଡ଼ରେ, କାହିଁରେ ବାସ କରନ୍ତି, ତାହା ମଧ୍ୟ ଅନୁସନ୍ଧାନ କର।


ଏହା ପରେ ସେମାନେ ସେହି ପର୍ବତମୟ ଦେଶକୁ ଗଲେ ଓ ଇଷ୍କୋଲ ଉପତ୍ୟକାରେ ପହଞ୍ଚିଲେ ଏବଂ ସେହି ଦେଶରେ ଗୁପ୍ତ ଦୃଷ୍ଟି ରଖିଲେ।


“ଯେତେବେଳେ ଧନଶାଳୀ ଦେଶଗୁଡ଼ିକ ନିରାପଦ ଅନୁଭବ କରିବେ, ସେ ସେମାନଙ୍କୁ ଆକ୍ରମଣ କରିବ। ତାହା ପିତୃ ପିତାମହଗଣ ଯାହା କରି ନ ଥିଲେ ସେ ତାହା କରିବ। ସେ ତାକୁ ବନ୍ଧୁମାନଙ୍କ ମଧ୍ୟରେ ଲୁଣ୍ଠିତ ଦ୍ରବ୍ୟ ଅପହୃତ ବସ୍ତୁ ଓ ଧନ ବାଣ୍ଟି ଦେବ। ସେ ଅଳ୍ପ ସମୟ ପାଇଁ ସଫଳ ହେବ।


ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ଲୋକ ଆକାସିଆରେ ଛାଉଣି ସ୍ଥାପନ କଲେ। ଯିହୋଶୂୟ ଦୁଇଜଣ ଗୁପ୍ତଚରଙ୍କୁ ପଠାଇଲେ, କୌଣସି ଲୋକ ଏ କଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନରେ ପଠାଇ ଥିଲେ। ଯିହୋଶୂୟ ଦୁଇ ଜଣଙ୍କୁ କହିଲେ, “ଯାଅ, ବିଶେଷତଃ ଯିରୀହୋ ନଗର ନିରୀକ୍ଷଣ କର।” ତେଣୁ ସେମାନେ ଯିରୀହୋ ନଗରକୁ ଗଲେ, ସେମାନେ ଯାଇ ଏକ ବ୍ୟଭିଗ୍ଭରିଣୀ ଗୃହରେ ରହିଲେ। ସେହି ବ୍ୟଭିଗ୍ଭରିଣୀର ନାମ ରାହାବ ଥିଲା।


Swiv nou:

Piblisite


Piblisite