Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 10:31 - ପବିତ୍ର ବାଇବଲ

31 ତା'ପରେ ମୋଶା କହିଲେ, “ବିନୟ କରୁଅଛି, ତୁମ୍ଭେ ଆମ୍ଭମାନଙ୍କୁ ଛାଡ଼ ନାହିଁ, ମରୁଭୂମି ମଧ୍ୟରେ ଆମ୍ଭର ଛାଉଣି ସ୍ଥାପନ କରିବାକୁ କେଉଁ ସ୍ଥାନ ସର୍ବୋତ୍ତମ, ତାହା ତୁମ୍ଭେ ସର୍ବୋତ୍ତମ ଜାଣ। ତେଣୁ ତୁମ୍ଭେ ଆମ୍ଭର ପଥ ପ୍ରଦର୍ଶକ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

31 ତେବେ ମୋଶା କହିଲେ, ବିନୟ କରୁଅଛି, ତୁମ୍ଭେ, ଆମ୍ଭମାନଙ୍କୁ ଛାଡ଼ି ଯାଅ ନାହିଁ; କାରଣ ପ୍ରାନ୍ତର ମଧ୍ୟରେ କିପ୍ରକାରେ ଆମ୍ଭମାନଙ୍କର ଛାଉଣି ସ୍ଥାପନ କରିବାକୁ ହେବ, ତାହା ତୁମ୍ଭେ ଜାଣ, ଏହେତୁ ତୁମ୍ଭେ ଆମ୍ଭମାନଙ୍କ ଚକ୍ଷୁର ବଦଳେ ହେବ।

Gade chapit la Kopi

ଓଡିଆ ବାଇବେଲ

31 ତେବେ ମୋଶା କହିଲେ, “ବିନୟ କରୁଅଛି, ତୁମ୍ଭେ, ଆମ୍ଭମାନଙ୍କୁ ଛାଡ଼ି ଯାଅ ନାହିଁ; କାରଣ ପ୍ରାନ୍ତର ମଧ୍ୟରେ କିପ୍ରକାରେ ଆମ୍ଭମାନଙ୍କର ଛାଉଣି ସ୍ଥାପନ କରିବାକୁ ହେବ, ତାହା ତୁମ୍ଭେ ଜାଣ, ଏହେତୁ ତୁମ୍ଭେ ଆମ୍ଭମାନଙ୍କ ଚକ୍ଷୁର ବଦଳେ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 ତେବେ ମୋଶା କହିଲେ, “ବିନୟ କରୁଅଛି, ତୁମ୍ଭେ, ଆମ୍ଭମାନଙ୍କୁ ଛାଡ଼ି ଯାଅ ନାହିଁ; କାରଣ ପ୍ରାନ୍ତର ମଧ୍ୟରେ କିପ୍ରକାରେ ଆମ୍ଭମାନଙ୍କର ଛାଉଣି ସ୍ଥାପନ କରିବାକୁ ହେବ, ତାହା ତୁମ୍ଭେ ଜାଣ, ଏହେତୁ ତୁମ୍ଭେ ଆମ୍ଭମାନଙ୍କ ଚକ୍ଷୁର ବଦଳେ ହେବ।

Gade chapit la Kopi




ଗଣନା ପୁସ୍ତକ 10:31
5 Referans Kwoze  

ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି। ସେମାନେ ଯେଉଁ ଆଡ଼କୁ ଯିବାକୁ ଇଚ୍ଛା କରୁଥିଲେ ସେହି ପଥରେ ଯିବାକୁ ମୁଁ ସାହାଯ୍ୟ କରୁଥିଲି। ଛୋଟା ଲୋକର ମୁଁ ପାଦ ସଦୃଶ ଥିଲି। ସେମାନେ ଯେଉଁ ସ୍ଥାନକୁ ଯିବାକୁ ଇଚ୍ଛା କରୁଥିଲେ ମୁଁ ତାଙ୍କୁ ବୋହି ନେଉଥିଲି।


ନିଜର କର୍ତ୍ତବ୍ୟ କରିବା ସହ ପରସ୍ପରକୁ ସାହାଯ୍ୟ କର। ଏଭଳି କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତରେ ପାଳନ କରି ପାରିବ।


ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି। ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି।


ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ଯିବ, ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେକୌଣସି ଉତ୍ତମ ଜିନିଷ ଦେବେ, ତାହା ଆମ୍ଭେମାନେ ତୁମ୍ଭ ସହିତ ବାଣ୍ଟ କରିବୁ।”


Swiv nou:

Piblisite


Piblisite