ଗଣନା ପୁସ୍ତକ 1:53 - ପବିତ୍ର ବାଇବଲ53 କିନ୍ତୁ ଲେବୀୟମାନେ ନିୟମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବେ ଓ ସେମାନେ ନିୟମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ୱରଙ୍କର କ୍ରୋଧ, ଇସ୍ରାଏଲର ଲୋକମାନଙ୍କ ଉପରେ ବ୍ୟାପିବ ନାହିଁ।” Gade chapit laପବିତ୍ର ବାଇବଲ (Re-edited) - (BSI)53 ମାତ୍ର ଇସ୍ରାଏଲ-ସନ୍ତାନଗଣର ମଣ୍ତଳୀ ପ୍ରତି ଯେପରି କ୍ରୋଧ ନ ଘଟେ, ଏଥିପାଇଁ ଲେବୀୟମାନେ ସାକ୍ଷ୍ୟ-ଆବାସର ଚାରିଆଡ଼େ ଛାଉଣି ସ୍ଥାପନ କରିବେ; ପୁଣି ଲେବୀୟମାନେ ସାକ୍ଷ୍ୟ-ଆବାସ ରକ୍ଷା କରିବେ। Gade chapit laଓଡିଆ ବାଇବେଲ53 ମାତ୍ର ଇସ୍ରାଏଲ ସନ୍ତାନଗଣର ମଣ୍ଡଳୀ ପ୍ରତି ଯେପରି କ୍ରୋଧ ନ ଘଟେ, ଏଥିପାଇଁ ଲେବୀୟମାନେ ସାକ୍ଷ୍ୟ-ଆବାସର ଚାରିଆଡ଼େ ଛାଉଣି ସ୍ଥାପନ କରିବେ; ପୁଣି, ଲେବୀୟମାନେ ସାକ୍ଷ୍ୟ-ଆବାସ ରକ୍ଷା କରିବେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT53 ମାତ୍ର ଇସ୍ରାଏଲ-ସନ୍ତାନଗଣର ମଣ୍ଡଳୀ ପ୍ରତି ଯେପରି କ୍ରୋଧ ନ ଘଟେ, ଏଥିପାଇଁ ଲେବୀୟମାନେ ସାକ୍ଷ୍ୟ-ଆବାସର ଚାରିଆଡ଼େ ଛାଉଣି ସ୍ଥାପନ କରିବେ; ପୁଣି, ଲେବୀୟମାନେ ସାକ୍ଷ୍ୟ-ଆବାସ ରକ୍ଷା କରିବେ।” Gade chapit la |
ତେଣୁ ଲେବୀୟମାନେ ଯେଉଁ କାର୍ଯ୍ୟ କରିବା ଉଚିତ୍, ସେମାନେ ସେହିସବୁ କାର୍ଯ୍ୟ କରୁଥିଲେ। ସେମାନେ ପବିତ୍ର ତମ୍ବୁର ଯତ୍ନ ନେଉଥିଲେ। ସେମାନେ ପବିତ୍ର ସ୍ଥାନର ଯତ୍ନ ନେଉଥିଲେ। ଆଉ, ସେମାନେ ସେମାନଙ୍କର ଆତ୍ମୀୟ (ଯାଜକମାନେ) ହାରୋଣଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରୁଥିଲେ। ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟ କରିବା ସହିତ ଲେବୀୟମାନେ ଯାଜକମାନଙ୍କୁ ସାହାଯ୍ୟ କରୁଥିଲେ।
ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ତୁମ୍ଭମାନଙ୍କ ବସ୍ତ୍ର ଚିର ନାହିଁ କି କେଶ ମୁକୁଳା କର ନାହିଁ, ତୁମ୍ଭେମାନେ ତୁମ୍ଭମାନଙ୍କର ଦୁଃଖ ପ୍ରକାଶ କର ନାହିଁ। ତୁମ୍ଭେ ମୁଁ ଆଦେଶ ଦେବାଭଳି କାର୍ଯ୍ୟ କର ଓ ତୁମ୍ଭେମାନେ ମୃତ୍ୟୁବରଣ କରିବ ନାହିଁ ଏବଂ ପରମେଶ୍ୱର ସମଗ୍ର ମଣ୍ଡଳୀ ଉପରେ ରାଗିବେ ନାହିଁ। ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି, ସେଥିପାଇଁ ତୁମ୍ଭ ଭାତୃବର୍ଗଙ୍କ ପାଇଁ ସମସ୍ତ ଇସ୍ରାଏଲ ବଂଶ ରୋଦନ କରନ୍ତୁ।
“କିନ୍ତୁ ଆମ୍ଭମାନଙ୍କ ନିମନ୍ତେ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି। ଆମ୍ଭେମାନେ ଯିହୁଦାର ଲୋକମାନେ ପରମେଶ୍ୱରଙ୍କୁ ମାନିବା ନିମନ୍ତେ ମନା କରି ନାହୁଁ। ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରି ନାହୁଁ। ଯେଉଁ ଯାଜକମାନେ ସଦପ୍ରଭୁଙ୍କର ସେବା କରନ୍ତି, ସେମାନେ ହାରୋଣଙ୍କର ପୁତ୍ରଗଣ ଅଟନ୍ତି। ଲେବୀୟମାନେ ସେମାନଙ୍କୁ ସେମାନଙ୍କର କାମ କରିବାରେ ସାହାଯ୍ୟ କରନ୍ତି।
ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଓ ସୁଗନ୍ଧି ଧୂପ ଉତ୍ସର୍ଗ କରନ୍ତି। ସେମାନେ ମନ୍ଦିର ମଧ୍ୟରେ ଥିବା ବିଶେଷ ମେଜ ଉପରେ ଧାଡ଼ିରେ ରୋଟୀ ସଜାଇ ରଖନ୍ତି। ଆଉ ସେମାନେ ସୁବର୍ଣ୍ଣ ପ୍ରଦୀପଧାର ଗୁଡ଼ିକର ଯତ୍ନ ନିଅନ୍ତି, ତେଣୁ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରଦୀପ ଝକ୍ମକ୍ କରେ। ଆମ୍ଭେମାନେ ଅତି ଯତ୍ନପୂର୍ବକ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ସେବା କରୁ। କିନ୍ତୁ ତୁମ୍ଭେମାନେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଅଛ।