Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 1:4 - ପବିତ୍ର ବାଇବଲ

4 ପ୍ରତ୍ୟେକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି ପ୍ରତ୍ୟେକ ବଂଶରୁ ଏକ ଏକ ଜଣ, ଅର୍ଥାତ୍, ଆପଣା ଆପଣା ପିତୃବଂଶର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହକାରୀ ହେବେ।

Gade chapit la Kopi

ଓଡିଆ ବାଇବେଲ

4 ପୁଣି, ପ୍ରତ୍ୟେକ ବଂଶରୁ ଏକ ଏକ ଜଣ, ଅର୍ଥାତ୍‍, ଆପଣା ଆପଣା ପିତୃବଂଶର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହକାରୀ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି, ପ୍ରତ୍ୟେକ ବଂଶରୁ ଏକ ଏକ ଜଣ, ଅର୍ଥାତ୍‍, ଆପଣା ଆପଣା ପିତୃବଂଶର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହକାରୀ ହେବେ।

Gade chapit la Kopi




ଗଣନା ପୁସ୍ତକ 1:4
19 Referans Kwoze  

ଏମାନେ ହେଉଛନ୍ତି ସେହି ଲୋକ ସମାଜ ମଧ୍ୟରୁ ବଛା ଯାଇଛନ୍ତି। ସେମାନେ ସେମାନଙ୍କର ପିତାଙ୍କର ପରିବାରବର୍ଗର ନେତା ଆଉ ଇସ୍ରାଏଲର ବିଭାଗର ନେତା ଥିଲେ।


ପୁଣି ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ରପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କଲେ।


ସେମାନେ ଦଶ ଜଣ ପ୍ରତିନିଧିକୁ ପଠାଇଲେ, ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଶିୟୋଲ ଗିଲିୟଦଠାରେ ଉପସ୍ଥିତ ହେଲେ। ସେମାନେ ନିଜ ନିଜ ପରିବାରବର୍ଗର ମୂଖ୍ୟ ଥିଲେ।


“ତେଣୁ ମୁଁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ୟରୁ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିଯୁକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିଯୁକ୍ତି କଲି, ଏବଂ ପ୍ରତ୍ୟେକ ଗୋଷ୍ଠୀ ପାଇଁ ଅଧ୍ୟକ୍ଷମାନଙ୍କୁ ମଧ୍ୟ ନିଯୁକ୍ତି ଦେଲି।


ଇସ୍ରାଏଲର ଯେଉଁ ପୁରୁଷ ମିଦିୟନୀୟ ସ୍ତ୍ରୀ ସହିତ ନିହତ ହୋଇଥିଲା, ତାହାର ନାମ ସିମ୍ରି ଓ ସେ ସାଲୂର ପୁତ୍ର ଏବଂ ଶିମିୟୋନ ପରିବାରବର୍ଗର ନେତୃବର୍ଗ ଥିଲେ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ଲୋକମାନଙ୍କର ସମସ୍ତ ନେତୃବର୍ଗଙ୍କୁ ହତ୍ୟା କର ଏବଂ ସର୍ବସାଧାରଣ ସମ୍ମୁଖରେ ସେମାନଙ୍କୁ ଖରାରେ ଟାଙ୍ଗି ଦିଅ। ତେବେ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲମାନଙ୍କଠାରୁ ଦୂରେଇ ଯିବ।”


ପୁଣି ତୁମ୍ଭେ ଲେବୀର ଆଶାବାଡ଼ିରେ ହାରୋଣର ନାମ ଲେଖିବ। କାରଣ ସେମାନଙ୍କ ପ୍ରତ୍ୟେକ ପିତୃଗୃହର ଅଧ୍ୟକ୍ଷ ନିମନ୍ତେ ଏକ ଆଶାବାଡ଼ି ହେବ।


ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍ “ପରମେଶ୍ୱରଙ୍କ ପ୍ରତି ଭୟକାରୀ, ବିଶ୍ୱାସୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର। ପୁଣି ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ର ପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କର।


ଅନନ୍ତର ମୋଶା ଇସ୍ରାଏଲ ପରିବାର ବର୍ଗଗୁଡ଼ିକରେ ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।


ତା'ପରେ ରାଜା ଶଲୋମନ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ, ବଂଶସମୂହର ପ୍ରଧାନବର୍ଗଙ୍କୁ ଓ ଇସ୍ରାଏଲର ସମସ୍ତ ପରିବାରର ମୁଖ୍ୟଙ୍କୁ ଏକତ୍ର ଡକାଇଲେ ଓ ସେମାନଙ୍କୁ ଯିରୁଶାଲମ ଆସିବାକୁ କହିଲେ। ଦାଉଦ ନଗରରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ମନ୍ଦିରକୁ ଆଣିବାରେ ସେମାନଙ୍କର ଯୋଗଦାନ ସେ ଗ୍ଭହୁଁଥିଲେ।


ମୋଶା, ହାରୋଣ ଓ ଇସ୍ରାଏଲର ବାର ଜଣ ଅଧିପତି ଏହି ଲୋକମାନଙ୍କୁ ଗଣନା କଲେ। ପ୍ରତ୍ୟେକ ପିତୃଗୃହ ନିମନ୍ତେ ଜଣେ ଜଣେ ଅଧିପତି ସେମାନଙ୍କୁ ଗଣନା କଲେ।


ଅନନ୍ତର ମୋଶା, ହାରୋଣ ଓ ଇସ୍ରାଏଲର ନେତାଗଣ କହାତୀୟ ଲୋକମାନଙ୍କୁ ସେମାନଙ୍କର ପରିବାର ଓ ପିତୃଗୃହ ଅନୁସାରେ ଗଣନା କଲେ,


ସେହି ଦିନ ଇସ୍ରାଏଲ ଅଧିପତିଗଣ ସଦାପ୍ରଭୁଙ୍କୁ ସେମାନଙ୍କ ପରିବାରବର୍ଗର ପ୍ରଧାନଗଣ ନୈବେଦ୍ୟ ଦାନ କଲେ; ଏମାନେ ବଂଶ ସମୂହର ଅଧିପତି ଥିଲେ। ପରିବାରବର୍ଗର ଯେଉଁମାନେ ଲୋକମାନଙ୍କର ଗଣନା କରିବାର ଦାୟିତ୍ୱରେ ଥିଲେ।


Swiv nou:

Piblisite


Piblisite