Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 1:20 - ପବିତ୍ର ବାଇବଲ

20 ରୁବେନ୍ ବଂଶଧର ଇସ୍ରାଏଲଙ୍କର ପ୍ରଥମଜାତ ସେମାନଙ୍କର କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଓ ସଂଖ୍ୟାନୁସାରେ ସୈନ୍ୟବାହିନୀରେ ଯୋଗଦେବା ପାଇଁ ଯୋଗ୍ୟ ତାଲିକାଭୁକ୍ତ କରାଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ଯେ ରୁବେନ୍, ତାହାର ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମସଂଖ୍ୟା ଓ ମସ୍ତକ ଗଣନାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;

Gade chapit la Kopi

ଓଡିଆ ବାଇବେଲ

20 ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ଯେ ରୁବେନ୍‍, ତାହାର ସନ୍ତାନଗଣର ବଂଶ, ପିତୃଗୃହ, ନାମସଂଖ୍ୟା ଓ ମସ୍ତକ ଗଣନାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ଯେ ରୁବେନ୍‍, ତାହାର ସନ୍ତାନଗଣର ବଂଶ, ପିତୃଗୃହ, ନାମସଂଖ୍ୟା ଓ ମସ୍ତକ ଗଣନାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;

Gade chapit la Kopi




ଗଣନା ପୁସ୍ତକ 1:20
8 Referans Kwoze  

ରୁବେନ୍ ଇସ୍ରାଏଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶେଷ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷେଫଙ୍କ ପୁତ୍ରଙ୍କୁ ଦିଆଗଲା। ପରିବାରର ଇତିହାସରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବେ‌ନଙ୍କ ନାମ ଲିଖିତ ହୋଇ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧ୍ୟରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷେଫଙ୍କ ପରିବାର ପାଇଲା। ରୁବେ‌ନଙ୍କ ପୁତ୍ରମାନେ ଥିଲେ: ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମୀ।


ରୁବେନଙ୍କର ପୁତ୍ରମାନେ ହେଲେ: ହନୋକ୍, ପଲ୍ଲୁ, ହିଷ୍ରୋନ୍ ଓ କର୍ମ୍ମି।


ଲେୟା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ରୁବେନ୍ ଦେଲେ। ଲେୟା ତାଙ୍କର ଏପରି ନାମ ଦେଲେ କାରଣ ସେ କହିଲେ, “ସଦାପ୍ରଭୁ ମୋର ଦୁଃଖ ଦେଖି ଅଛନ୍ତି। ମୋର ସ୍ୱାମୀ ମୋତେ ଭଲ ପାଇବେ।”


ରୁବେନ୍ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 46,500


ସେମାନଙ୍କ ମଧ୍ୟରେ ରୁବେନ୍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର। ଶିମିୟୋନ, ଲେବୀ, ଯିହୁଦା, ଇଷାଖର ଓ ସବୂଲୂନ ଏମାନେ ଲେୟାର ସନ୍ତାନ।


Swiv nou:

Piblisite


Piblisite