Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 1:1 - ପବିତ୍ର ବାଇବଲ

1 ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସ ପ୍ରଥମ ଦିନରେ ଇସ୍ରାଏଲର ଲୋକମାନେ ମିଶର ଛାଡ଼ିଲାପରେ, ସଦାପ୍ରଭୁ ସୀନୟ ମରୁଭୂମିରେ ସମାଗମ-ତମ୍ବୁ ମଧ୍ୟରେ ମେଶାଙ୍କୁ କହିଲେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଲୋକମାନେ ମିସର ଦେଶରୁ ବାହାର ହେବାର ଦ୍ଵିତୀୟ ବର୍ଷର ଦ୍ଵିତୀୟ ମାସର ପ୍ରଥମ ଦିନରେ ସଦାପ୍ରଭୁ ସୀନୟ ପ୍ରାନ୍ତରରେ ସମାଗମ-ତମ୍ଵୁ ମଧ୍ୟରେ ମୋଶାଙ୍କୁ କହିଲେ,

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଲୋକମାନେ ମିସର ଦେଶରୁ ବାହାର ହେବାର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ପ୍ରଥମ ଦିନରେ ସଦାପ୍ରଭୁ ସୀନୟ ପ୍ରାନ୍ତରରେ ସମାଗମ-ତମ୍ବୁ ମଧ୍ୟରେ ମୋଶାଙ୍କୁ କହିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଲୋକମାନେ ମିସର ଦେଶରୁ ବାହାର ହେବାର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ପ୍ରଥମ ଦିନରେ ସଦାପ୍ରଭୁ ସୀନୟ ପ୍ରାନ୍ତରରେ ସମାଗମ-ତମ୍ବୁ ମଧ୍ୟରେ ମୋଶାଙ୍କୁ କହିଲେ,

Gade chapit la Kopi




ଗଣନା ପୁସ୍ତକ 1:1
15 Referans Kwoze  

ଆଉ ଆମ୍ଭେ ଯେତେବେଳେ ତୁମ୍ଭକୁ ସାକ୍ଷାତ କରିବା ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ ସନ୍ତାନଗଣ ବିଷୟକ ଆମ୍ଭେ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା।


ମିଶର ଦେଶରୁ ଇସ୍ରାଏଲୀୟମାନେ ବାହାରି ତୃତୀୟ ମାସର ପ୍ରଥମ ଦିନରେ ଆସି ସୀନୟ ମରୁଭୂମିରେ ପହଞ୍ଚିଲେ।


ଅନନ୍ତର ଲୋକମାନେ ମିଶର ଦେଶରୁ ବାହାରି ଆସିବାର ଦ୍ୱିତୀୟ ବର୍ଷର ପ୍ରଥମ ମାସରେ ସୀନୟ ମରୁଭୂମିରେ ସଦାପ୍ରଭୁ ମୋଶାଙ୍କୁ କହିଲେ,


ଏ ସମସ୍ତ ଆଜ୍ଞା ଯାହାକୁ ସଦାପ୍ରଭୁ ସୀନୟ ପର୍ବତରେ ଇସ୍ରାଏଲ ସନ୍ତାନଗଣଙ୍କ ଉଦ୍ଦେଶ୍ୟରେ ମୋଶାଙ୍କୁ ପ୍ରଦାନ କରିଥିଲେ।


ସଦାପ୍ରଭୁ ପରମେଶ୍ୱର ସମାଗମ-ତମ୍ବୁରୁ ମୋଶାଙ୍କୁ ଡାକି କହିଲେ,


ଦ୍ୱିତୀୟ ବର୍ଷର ମାସର ପ୍ରଥମ ଦିନରେ ପବିତ୍ର ତମ୍ବୁ ସ୍ଥାପିତ ହୋଇଥିଲା।


“ପ୍ରଥମ ମାସର ପ୍ରଥମ ଦିନରେ ସମାଗମ-ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର।


ଇସ୍ରାଏଲୀୟମାନେ ମିଶର ପରିତ୍ୟାଗ କରିବା ପରେ ଶଲୋମନଙ୍କର ଇସ୍ରାଏଲ ଉପରେ ରାଜତ୍ୱର ଚତୁର୍ଥ ବର୍ଷରେ ଓ ସିବ୍ ନାମକ ବର୍ଷର ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ 480 ବର୍ଷ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗିଲା।


ମୋଶା ଓ ହାରୋଣ ଦ୍ୱିତୀୟ ମାସର ପ୍ରଥମ ଦିନରେ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏକତ୍ରିତ କଲେ ଏବଂ ସେମାନଙ୍କର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଲେଖିଲେ।


ସେମାନେ ରଫୀଦୀମଠାରୁ ଯାଇ ସୀନୟ ମରୁଭୂମିରେ ପହଞ୍ଚିଲେ ଓ ସେମାନେ ପର୍ବତ ନିକଟସ୍ଥ ମରୁଭୂମିରେ ଛାଉଣି ସ୍ଥାପନ କଲେ।


ହଠାତ୍ ସଦାପ୍ରଭୁ ମୋଶାଙ୍କୁ, ହାରୋଣଙ୍କୁ, ମରିୟମଙ୍କୁ କହିଲେ, “ତୁମ୍ଭେ ତିନି ଜଣ ବାହାର ହୋଇ ସମାଗମ-ତମ୍ବୁ ନିକଟକୁ ଆସ।” ତହୁଁ ସେ ତିନି ଜଣ ବାହାର ହୋଇ ଆସିଲେ।


କିନ୍ତୁ ଏହାଥିଲା ଗ୍ଭଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ମୋଶା ଇସ୍ରାଏଲୀୟମାନଙ୍କୁ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ସଦାପ୍ରଭୁଙ୍କର ବାକ୍ୟମାନ କହିଥିଲେ।


ମନେରଖ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଯିବାର ସେ ମଧ୍ୟ ଜାଣନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଦୀର୍ଘ ଗ୍ଭଳିଶ୍ ବର୍ଷ ଧରି ତୁମ୍ଭର ସହାୟ ହୋଇ ଆସିଛନ୍ତି। ତୁମ୍ଭର କୌଣସି ଅଭାବ ସେ କରି ନାହାନ୍ତି।’


କାଦେଶ ବର୍ଣ୍ଣେୟଠାରୁ ସେରଦ ଉପତ୍ୟକା ପାରହେବା ପର୍ଯ୍ୟନ୍ତ ଆମ୍ଭକୁ ଅଠତିରିଶ୍ ବର୍ଷ ଲାଗିଥିଲା। ଆମ୍ଭ ଛାଉଣି ମଧ୍ୟରୁ ସେହି ପୁରୁଷର ସମସ୍ତ ଯୋଦ୍ଧା ମରିଗଲେ ସେହି ସମୟ ମଧ୍ୟରେ। ଏହା ସଦାପ୍ରଭୁଙ୍କର ପ୍ରତିଜ୍ଞା ଥିଲା।


Swiv nou:

Piblisite


Piblisite