Biblia Todo Logo
Bib sou entènèt

- Piblisite -




ନିହିମୀୟା 9:4 - ପବିତ୍ର ବାଇବଲ

4 ଏହା ପରେ, ଯେଶୂୟ, ବାନି, କ‌‌‌‌‌ଦ୍‌‌‌‌‌ମୀୟେଲ୍, ଶବନିୟ, ବୁନ୍ନି, ଶେରେବିୟ, ବାନି ଓ କନାନି ଲେବୀୟମାନଙ୍କ ପଛରେ ଛିଡ଼ା ହୋଇ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କଠାରେ ଉଚ୍ଚସ୍ୱରରେ କ୍ରନ୍ଦନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆଉ, ଯେଶୂୟ ଓ ବାନି, କଦ୍ମୀୟେଲ, ଶବନୀୟ, ବୁନ୍ନି, ଶେରେବୀୟ, ବାନି ଓ କନାନି ଲେବୀୟମାନଙ୍କ ପାବଚ୍ଛରେ ଠିଆ ହୋଇ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ନିକଟରେ ଉଚ୍ଚୈଃସ୍ଵରରେ କ୍ରନ୍ଦନ କଲେ।

Gade chapit la Kopi

ଓଡିଆ ବାଇବେଲ

4 ଆଉ, ଲେବୀୟମାନେ, ଯେଶୂୟ ଓ ବାନି, କଦ୍‍ମୀୟେଲ, ଶବନୀୟ, ବୁନ୍ନି, ଶେରେବୀୟ, ବାନି ଓ କନାନି ପାବଚ୍ଛରେ ଠିଆ ହୋଇ ସଦାପ୍ରଭୁ ପରମେଶ୍ୱରଙ୍କୁ ଉଚ୍ଚସ୍ୱରରେ ଡାକିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆଉ, ଲେବୀୟମାନେ, ଯେଶୂୟ ଓ ବାନି, କଦ୍‍ମୀୟେଲ, ଶବନୀୟ, ବୁନ୍ନି, ଶେରେବୀୟ, ବାନି ଓ କନାନି ପାବଚ୍ଛରେ ଠିଆ ହୋଇ ସଦାପ୍ରଭୁ ପରମେଶ୍ୱରଙ୍କୁ ଉଚ୍ଚସ୍ୱରରେ ଡାକିଲେ।

Gade chapit la Kopi




ନିହିମୀୟା 9:4
13 Referans Kwoze  

ଯେଶୂୟ, ବାନି, ଶେରେବିୟ, ଯାମୀନ୍, ଅ‌କ୍‌କୂବ, ଶବ୍ବଥୟ, ହୋଦୀୟ, ମାସେୟ, କଲିଟ୍, ଅସରିୟ, ଯୋଷାବଦ୍, ହାନନ୍, ପଲାୟ ଏହି ଲୋକମାନେ ଲେବୀୟ ଗୋଷ୍ଠୀର ଥିଲେ। ସେମାନେ ଲୋକମାନଙ୍କୁ ବ୍ୟବସ୍ଥା ବୁଝାଇ ଦେଲେ ଏବଂ ଲୋକମାନେ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ରହିଲେ।


ଲେବୀୟମାନେ ଯଥା: ଯେଶୂୟ, ବିନ୍ନୁୟି, କ‌‌‌‌‌ଦ୍‌‌‌‌‌ମୀୟେଲ, ଶେରେବିୟ, ଯିହୁଦା ଓ ମତ୍ତନିୟ। ଏହି ମତ୍ତନିୟ ଓ ତାହାର ଭାତୃଗଣ ପ୍ରଶଂସାର୍ଥକ ଗୀତର ମୁଖ୍ୟ ଥିଲେ।


ଏହା ପରେ ଲେବୀୟମାନେ: ଯେଶୂୟ, କ‍ଦ୍‍ମୀୟେଲ, ବାନି, ହଶବନିୟ, ଶେରେବିୟ, ହୋଦିୟ, ଶବନିୟ, ଓ ପାଥାଦିୟ କହିଲେ, “ଉଠ ଅନାଦିକାଳରୁ ଅନନ୍ତ କାଳସ୍ଥାୟୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଧନ୍ୟବାଦ କର। “ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ।


କହାତୀୟ ପରିବାରବର୍ଗର ଲେବୀୟମାନେ ଓ କୋରହ ଠିଆ ହୋଇ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବାକୁ ଲାଗିଲେ। ସେମାନେ ଅତି ଉଚ୍ଚସ୍ୱରରେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରୁଥିଲେ।


ତା'ପରେ ସେ ଆଣ୍ଠୁମାଡ଼ି ପଡ଼ି ଜୋ‌ର୍‌‌ରେ କହିଲେ, “ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କର ନାହିଁ।” ଏହା କହି ସେ ମୃତ୍ୟୁବରଣ କଲେ।


ଏହା ପରେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।”


ଏପରି କି ମୁଁ ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର କଲେ ବି ସଦାପ୍ରଭୁ ମୋ’ ପ୍ରାର୍ଥନା ଶୁଣି ନାହାନ୍ତି।


ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି। ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।


ମୁଁ, ସ୍ୱର ସହିତ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନ କରିବି। ମୁଁ ପରମେଶ୍ୱରଙ୍କଠାରେ କ୍ରନ୍ଦନ କରିବି ଯେ, ସେ ମୋ’ ଗୁହାରି ପ୍ରତି କର୍ଣ୍ଣପାତ କରିବେ।


ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଏବଂ ସେ ତାହାଙ୍କର ପବିତ୍ର ପର୍ବତରୁ ମୋତେ ଉତ୍ତର ଦେବେ। ସେଲା


ତାର ନିକଟକୁ ଲେବୀୟ ପରିବାରବର୍ଗର, ବାନିର ପୁତ୍ର ରହୂମ୍ ଭଗ୍ନ ଅଂଶ ମରାମତି କଲା। ତା'ପରେ ଅର୍ଦ୍ଧ କିୟୀଲା ପ୍ରଦେଶର ଅଧ୍ୟକ୍ଷ ହଶବିୟ ମରାମତି କଲେ। ତାଙ୍କ ପ୍ରଦେଶ ତରଫରୁ ସେ ମରାମତି କଲେ।


ଏଜ୍ରା ଯାଜକ ସେହି କାର୍ଯ୍ୟ ନିମନ୍ତେ ନିର୍ମିତ କାଠମୟ ମଞ୍ଚା ଉପରେ ଠିଆ ହେଲେ। ଆଉ ଦକ୍ଷିଣ ପାର୍ଶ୍ୱରେ ତାଙ୍କ ନିକଟରେ ମତ୍ତଥିୟ, ଶେମା, ଅନାୟ, ଊରିୟ, ହି‌ଲ୍‌‌‌କିୟ, ମାସେୟ ଠିଆ ହେଲେ, ଏବଂ ତାଙ୍କ ବାମ ପାର୍ଶ୍ୱରେ ପଦାୟ ଓ ମୀଶାୟେଲ, ମ‌‌‌‌ଲ୍‌‌‌‌‌‌‌କିୟ, ହଶୁମ ଓ ହ‌ଶ୍‌ବଦ୍ଦାନା, ଜିଖରିୟ ଓ ମଶୁଲ୍ଲମ ଠିଆ ହେଲେ।


Swiv nou:

Piblisite


Piblisite