Biblia Todo Logo
Bib sou entènèt

- Piblisite -




ନିହିମୀୟା 9:10 - ପବିତ୍ର ବାଇବଲ

10 ତୁମ୍ଭେ ଫାରୋ ଓ ତାହାର ସମସ୍ତ ଦାସ ଓ ତା'ର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇଲ। କାରଣ ମିଶରୀୟମାନେ ସେମାନଙ୍କ ବିରୁଦ୍ଧରେ ରୁକ୍ଷ ବ୍ୟବହାର କଲେ। ଏଣୁ ତୁମ୍ଭେ ଆଜିର ନ୍ୟାୟ ଆପଣା ନାମ ପ୍ରସିଦ୍ଧ କରିଅଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପୁଣି, ଫାରୋ ଓ ତାହାର ସମସ୍ତ ଦାସ ଓ ତାହାର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ପ୍ରକାଶ କଲ; କାରଣ ମିସ୍ରୀୟମାନେ ସେମାନଙ୍କ ବିରୁଦ୍ଧରେ ଗର୍ବାଚରଣ କରିବାର ତୁମ୍ଭେ ଜାଣିଲ; ଏଣୁ ତୁମ୍ଭେ ଆଜିର ନ୍ୟାୟ ଆପଣା ନାମ ପ୍ରସିଦ୍ଧ କରିଅଛ।

Gade chapit la Kopi

ଓଡିଆ ବାଇବେଲ

10 ପୁଣି, ଫାରୋ ଓ ତାହାର ସମସ୍ତ ଦାସ ଓ ତାହାର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ପ୍ରକାଶ କଲ; କାରଣ ମିସ୍ରୀୟମାନେ ସେମାନଙ୍କ ବିରୁଦ୍ଧରେ ଗର୍ବାଚରଣ କରିବାର ତୁମ୍ଭେ ଜାଣିଲ; ଏଣୁ ତୁମ୍ଭେ ଆଜି ପର୍ଯ୍ୟନ୍ତ ଆପଣା ନାମ ପ୍ରସିଦ୍ଧ କରିଅଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି, ଫାରୋ ଓ ତାହାର ସମସ୍ତ ଦାସ ଓ ତାହାର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ପ୍ରକାଶ କଲ; କାରଣ ମିସରୀୟମାନେ ସେମାନଙ୍କ ବିରୁଦ୍ଧରେ ଗର୍ବାଚରଣ କରିବାର ତୁମ୍ଭେ ଜାଣିଲ; ଏଣୁ ତୁମ୍ଭେ ଆଜି ପର୍ଯ୍ୟନ୍ତ ଆପଣା ନାମ ପ୍ରସିଦ୍ଧ କରିଅଛ।

Gade chapit la Kopi




ନିହିମୀୟା 9:10
32 Referans Kwoze  

“ଏଣୁ ହେ ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁ, ତୁମ୍ଭେ ତୁମ୍ଭର ବଳବାନ ହସ୍ତଦ୍ୱାରା ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଛ। ଏବେ ମଧ୍ୟ ତୁମ୍ଭେ ପ୍ରସିଦ୍ଧି ଲାଭ କରିଅଛ। ହେ ପ୍ରଭୁ, ଆମ୍ଭେମାନେ ପାପ କରିଅଛୁ ଓ ଆମ୍ଭେମାନେ ଦୁଷ୍କର୍ମ କରିଅଛୁ।


ହେ ସଦାପ୍ରଭୁ, ତୁମ୍ଭେ ମିଶରରେ ନାନା ଅ‌‌ଦ୍‌‌ଭୂତ ଓ ଅଲୌକିକ କାର୍ଯ୍ୟ ସମ୍ପାଦନ କରିଅଛ। ଆଜି ପର୍ଯ୍ୟନ୍ତ ଇସ୍ରାଏଲ ଓ ଅନ୍ୟାନ୍ୟ ଲୋକମାନଙ୍କ ମଧ୍ୟରେ ସେହି ଅ‌‌ଦ୍‌‌ଭୂତ ଲକ୍ଷଣ ଦେଖାଉଛ। ପୁଣି ଏହିସବୁ କାର୍ଯ୍ୟ ଯୋଗୁଁ ତୁମ୍ଭେ ପ୍ରସିଦ୍ଧ ହୋଇଅଛ।


ଯେପରି ପଶୁପଲ ଉପତ୍ୟକାକୁ ଓହ୍ଲାଇ ଯାଆନ୍ତି ସେହିପରି ସଦାପ୍ରଭୁଙ୍କ ଆତ୍ମା ସେମାନଙ୍କୁ ବିଶ୍ରାମ କରାଇଲେ। ଏହିପରି ତୁମ୍ଭେ ନିଜ ନାମକୁ ଗୌରବାନ୍ୱିତ କରିବାକୁ ନିଜ ଲୋକମାନଙ୍କୁ ଗ୍ଭଳିତ କର।


ଯେ ନିଜର ଅ‌‌ଦ୍‌‌ଭୂତ ଶକ୍ତି ବଳରେ ନିଜର ଦକ୍ଷିଣ ହସ୍ତ ସାହାଯ୍ୟରେ ମୋଶାଙ୍କୁ ପରିଗ୍ଭଳିତ କଲେ ଓ ନିଜ ପାଇଁ ଅନନ୍ତକାଳସ୍ଥାୟୀ ନାମ ସ୍ଥାପନ ଉଦ୍ଦେଶ୍ୟରେ ସେମାନଙ୍କ ସମ୍ମୁଖରେ ଜଳକୁ ଦୁଇଭାଗ କଲେ, ସେ କାହାନ୍ତି?


ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେ ସକଳ କର୍ମ କରିଅଛନ୍ତି, ସେହିପରି ପରୀକ୍ଷାସିଦ୍ଧ ପ୍ରମାଣଦ୍ୱାରା ଓ ଚିହ୍ନଦ୍ୱାରା ଓ ଆଶ୍ଚର୍ଯ୍ୟ କର୍ମଦ୍ୱାରା, ଯୁଦ୍ଧଦ୍ୱାରା, ପରାକ୍ରାନ୍ତ ହସ୍ତଦ୍ୱାରା, ବିସ୍ତାରିତ ବାହୁଦ୍ୱାରା ଓ ଭୟଙ୍କର ଆଶ୍ଚର୍ଯ୍ୟ କର୍ମଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।


ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦେବତାଗଣଠାରୁ ମହାନ୍। ସେମାନେ ଯେଉଁ ବିଷୟରେ ସେମାନଙ୍କ ବିରୁଦ୍ଧରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ୱର କ’ଣ କଲେ!”


କିନ୍ତୁ ଫାରୋ କହିଲେ, “ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି ନାହିଁ।”


ଯୁବକଗଣ, ତୁମ୍ଭମାନଙ୍କୁ ମୋର କିଛି କଥା ମଧ୍ୟ କହିବାକୁ ଅଛି। ତୁମ୍ଭେ ବୟୋଜ୍ୟେଷ୍ଠମାନଙ୍କ କଥା ମାନିବା ଉଚିତ୍। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ୍। “ପରମେଶ୍ୱର ଗର୍ବୀ ଲୋକଙ୍କ ବିରୁଦ୍ଧରେ ଉଠନ୍ତି, କିନ୍ତୁ ବିନମ୍ର ଲୋକଙ୍କୁ ଅନୁଗ୍ରହ କରନ୍ତି।”


ଧର୍ମଶାସ୍ତ୍ରରେ ଯେପରି ପରମେଶ୍ୱର ଫାରୋକୁ କହନ୍ତି: “ତୁମ୍ଭକୁ ଆମ୍ଭେ ଏହି ଏକ ମାତ୍ର ଉଦ୍ଧେଶ୍ୟ ପାଇଁ ତୁମ୍ଭକୁ ରାଜା କରିଛୁ, ଯଦ୍ଦ୍ୱାରା ତୁମ୍ଭ ମାଧ୍ୟମରେ ଆମ୍ଭେ ଆପଣା ଶକ୍ତି ଦେଖାଇ ପାରିବା ଓ ଅତଏବ ଆମ୍ଭ ନାମ ସମଗ୍ର ବିଶ୍ୱରେ ଘୋଷିତ ହେଉ ବୋଲି ଆମ୍ଭ ଇଚ୍ଛା।”


ତେଣୁ ମୋଶା ମିଶର ଦେଶରେ ଓ ସୂଫ ସମୁଦ୍ରରେ ତଥା ମରୂଭୂମିରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ ପୂର୍ଣ୍ଣ ଚିହ୍ନ ଓ କାର୍ଯ୍ୟମାନ କରି ସେମାନଙ୍କୁ ବାହାରକୁ ଆଣିଲେ।


ଆପଣ ନମ୍ର ହେବା ପରିବର୍ତ୍ତେ ସ୍ୱର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରୌପ୍ୟ ପାତ୍ରରେ ଆପଣ, ଆପଣଙ୍କ ଅମାତ୍ୟଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମାରେ ଦେବଗଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସେମାନଙ୍କର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରି ନାହାନ୍ତି।


ଏଣୁ ମୁଁ ନବୂଖ‌ଦ୍‌ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିୟା ସତ୍ୟ ଓ ତାଙ୍କର ପଥ ସବୁ ନ୍ୟାର୍ଯ୍ୟ। ଆଉ ସେ ଗର୍ବୀମାନଙ୍କୁ ନମ୍ର କରନ୍ତି।


କିନ୍ତୁ ମୁଁ ସେମାନଙ୍କୁ ଧ୍ୱଂସ କଲି ନାହିଁ। କାରଣ ସେମାନଙ୍କ ସହିତ ଥିବା ଲୋକମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କରିବା ପାଇଁ ମୋତେ ଭଲ ଲାଗିଲା ନାହିଁ, କାରଣ ଯେତେବେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସେମାନଙ୍କୁ ମିଶରରୁ ବାହାର କରି ଆଣିବା ଦ୍ୱାରା ମୁଁ ଇସ୍ରାଏଲୀୟମାନଙ୍କଠାରେ ପରିଚିତ ହେଲି।


ଏହା ପରେ ସେମାନେ ଜାଣିବେ ଯେ, ଯାହାର ନାମ ଯିହୋବାଃ, ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ପରମେଶ୍ୱର ଅଟ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ତୁମ୍ଭଙ୍କୁ ଫାରୋଙ୍କ ନିକଟରେ ପରମେଶ୍ୱର ତୁଲ୍ୟ କରିଅଛି। ଏବଂ ତୁମ୍ଭର ଭାଇ ହାରୋଣ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତା ହେବ।


ତେଣୁ ଆମ୍ଭେ ଆପଣା ମହାନ ଶକ୍ତି ମିଶର ବିରୁଦ୍ଧରେ କାର୍ଯ୍ୟ କରାଇବା। ଆମ୍ଭେ ମିଶରରେ ଆଶ୍ଚର୍ଯ୍ୟ କର୍ମମାନ ଘଟାଇବା, ଏହା ଆମ୍ଭେ କରିବା ପରେ ସେ ତୁମ୍ଭମାନଙ୍କୁ ଯିବାକୁ ଦେବ।


କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମୋର ପରାକ୍ରମ ଜାଣିବ। ସମଗ୍ର ପୃଥିବୀରେ ମୋର ନାମ ବିଖ୍ୟାତ କରିବ।


ମାତ୍ର ସେମାନେ, ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବ ଆଚରଣ କଲେ। ସେମାନେ ଜି‌‌‌‌‌ଦ୍‌‌‌‌‌ଖୋର ଥିଲେ ଓ ତୁମ୍ଭ ଆଜ୍ଞା ସେମାନେ ପାଳନ କଲେ ନାହିଁ।


ପୁନର୍ବାର ତୁମ୍ଭେ ସେମାନଙ୍କୁ ସତର୍କ କଲ। ତୁମ୍ଭେ ସେମାନଙ୍କୁ, ତୁମ୍ଭ ବ୍ୟବସ୍ଥା ନିକଟକୁ ଫେରିବା ପାଇଁ କହିଲ। କିନ୍ତୁ ସେମାନେ ବହୁତ ଗର୍ବୀ ଥିଲେ। ସେମାନେ ତୁମ୍ଭର ଆଜ୍ଞା ଶୁଣିଲେ ନାହିଁ। ଯଦି ଲୋକମାନେ ତୁମ୍ଭର ବ୍ୟବସ୍ଥା ମାନନ୍ତି, ତେବେ ସେମାନେ ବାସ୍ତବରେ ବଞ୍ଚି ପାରିବେ। କିନ୍ତୁ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭର ବ୍ୟବସ୍ଥା ଭଙ୍ଗ କଲେ। ସେମାନେ ବହୁତ ଜି‌‌‌‌‌ଦ୍‌‌‌‌‌ଖୋର ଥିଲେ ଏବଂ ତୁମ୍ଭକୁ ପ୍ରତ୍ୟାଖାନ କଲେ। ସେମାନେ ତୁମ୍ଭର ଆଜ୍ଞା ମାନିଲେ ନାହିଁ।


ତୁମ୍ଭେମାନେ ଦେଖିଛ ଯେ ସଦାପ୍ରଭୁ ସେମାନଙ୍କ ପାଇଁ କି ଭୟଙ୍କର କାର୍ଯ୍ୟମାନ କରିଛନ୍ତି। ସେ କି ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି। ସେ ତାଙ୍କର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବହାର କରି ଆଣିଛନ୍ତି। ତୁମ୍ଭକୁ ଯେଉଁମାନେ ଭୟ ପ୍ରଦର୍ଶନ କରିବେ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ସେହିପରି କାର୍ଯ୍ୟମାନ ସେମାନଙ୍କ ପ୍ରତି କରିବେ।


ମୋର ଦାସ ଯଦିଓ ସବୁ ଦେଖୁଅଛି, ତଥାପି ସେ ମନୋଯୋଗ କରୁ ନାହିଁ। ତା'ର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ।”


Swiv nou:

Piblisite


Piblisite