ନିହିମୀୟା 8:9 - ପବିତ୍ର ବାଇବଲ9 ଦେଶାଧ୍ୟକ୍ଷ ନିହିମିୟା, ଲିପିକାର ଓ ଯାଜକ ଏଜ୍ରା ଓ ଲେବୀୟମାନେ, ଯେଉଁମାନେ ବୁଝିବାରେ ଲୋକମାନଙ୍କୁ ସାହାଯ୍ୟ କଲେ, “ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ଶୋକ କର ନାହିଁ କି ରୋଦନ କର ନାହିଁ।” ସେମାନେ ଏହା କହିଲେ, କାରଣ ବ୍ୟବସ୍ଥା ବାକ୍ୟ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ। Gade chapit laପବିତ୍ର ବାଇବଲ (Re-edited) - (BSI)9 ପୁଣି, ଶାସନକର୍ତ୍ତା ନିହିମୀୟା ଓ ଅଧ୍ୟାପକ ଏଜ୍ରା ଯାଜକ ଓ ଲୋକମାନଙ୍କର ଶିକ୍ଷକ ଲେବୀୟମାନେ ସମସ୍ତ ଲୋକଙ୍କୁ କହିଲେ, ଆଜିଦିନ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ; ଶୋକ ନ କର କି ରୋଦନ ନ କର। କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ସମସ୍ତ ଲୋକ ରୋଦନ କଲେ। Gade chapit laଓଡିଆ ବାଇବେଲ9 ପୁଣି, ଶାସନକର୍ତ୍ତା ନିହିମୀୟା ଓ ଅଧ୍ୟାପକ ଓ ଯାଜକ ଏଜ୍ରା ଓ ଲୋକମାନଙ୍କର ଶିକ୍ଷକ ଲେବୀୟମାନେ ସମସ୍ତ ଲୋକଙ୍କୁ କହିଲେ, “ଆଜିଦିନ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ; ଶୋକ ନ କର କି ରୋଦନ ନ କର।” କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ସମସ୍ତ ଲୋକ ରୋଦନ କଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ପୁଣି, ଶାସନକର୍ତ୍ତା ନିହିମୀୟା ଓ ଅଧ୍ୟାପକ ଓ ଯାଜକ ଏଜ୍ରା ଓ ଲୋକମାନଙ୍କର ଶିକ୍ଷକ ଲେବୀୟମାନେ ସମସ୍ତ ଲୋକଙ୍କୁ କହିଲେ, “ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ; ଶୋକ ନ କର କି ରୋଦନ ନ କର।” କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ସମସ୍ତ ଲୋକ ରୋଦନ କଲେ। Gade chapit la |
ଇସ୍ରାଏଲର ଲୋକମାନଙ୍କୁ ଶିକ୍ଷା ଦେଉଥିବା ଓ ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ପବିତ୍ରୀକୃତ ହୋଇଥିବା ଲୋକମାନଙ୍କ ସହିତ ମଧ୍ୟ ଯୋଶିୟ କଥା ହେଲେ। ସେ ସେହି ଲେବୀୟମାନଙ୍କୁ କହିଲେ: “ଶଲୋମନ ଯେଉଁ ମନ୍ଦିର ନିର୍ମାଣ କରିଛନ୍ତି, ତା’ ମଧ୍ୟରେ ପବିତ୍ର ସିନ୍ଦୁକକୁ ରଖ। ଶଲୋମନ ଦାଉଦଙ୍କ ପୁତ୍ର ଥିଲେ। ଦାଉଦ ଇସ୍ରାଏଲର ରାଜା ଥିଲେ। ପୁନର୍ବାର ତୁମ୍ଭମାନଙ୍କ କାନ୍ଧରେ ବୋହି ପବିତ୍ର ସିନ୍ଦୁକକୁ ସ୍ଥାନକୁ ସ୍ଥାନ ନିଅ ନାହିଁ। ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ଲୋକ, ଇସ୍ରାଏଲର ଲୋକମାନଙ୍କର ସେବା କର।
ରାଜା କହିଲେ, “ଯାଅ, ମୋ’ ତରଫରୁ ଓ ଯିହୁଦା ଏବଂ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କ ତରଫରୁ ସଦାପ୍ରଭୁଙ୍କୁ ପଗ୍ଭର। ଯେଉଁ ପୁସ୍ତକ ମିଳିଅଛି, ସେଥିରେ ଥିବା ବାକ୍ୟ ସମ୍ବନ୍ଧରେ ସଦାପ୍ରଭୁଙ୍କୁ ପଗ୍ଭର। ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଅଛନ୍ତି, କାରଣ ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ୟ ମାନିଲେ ନାହିଁ। ଏହି ପୁସ୍ତକରେ ଯେଉଁସବୁ ବିଷୟ ଉଲ୍ଲେଖ ହୋଇଅଛି, ତାହା ସେମାନେ କଲେ ନାହିଁ।”