Biblia Todo Logo
Bib sou entènèt

- Piblisite -




ନିହିମୀୟା 8:16 - ପବିତ୍ର ବାଇବଲ

16 ତହିଁରେ ଲୋକମାନେ ବାହାରେ ଯାଇ ତାହା ସବୁ ଆଣି ଆପଣା ପାଇଁ ପତ୍ରକୁଟୀର ନିର୍ମାଣ କଲେ। ପ୍ରତ୍ୟେକ ନିଜ ନିଜ ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ପରମେଶ୍ୱରଙ୍କ ଗୃହର ସବୁ ପ୍ରାଙ୍ଗଣରେ ଓ ଜଳ ଦ୍ୱାର ଛକରେ ଓ ଇଫ୍ରୟିମ ଦ୍ୱାର ଛକରେ ଅସ୍ଥାୟୀ କୁଟୀର ନିର୍ମାଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ତହିଁରେ ଲୋକମାନେ ବାହାରକୁ ଯାଇ ତାହାସବୁ ଆଣି ଆପଣା ପାଇଁ ପତ୍ରକୁଟୀର ନିର୍ମାଣ କଲେ, ପ୍ରତ୍ୟେକେ ଆପଣା ଆପଣା ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ଓ ପରମେଶ୍ଵରଙ୍କ ଗୃହର ସକଳ ପ୍ରାଙ୍ଗଣରେ ଓ ଜଳଦ୍ଵାରର ଛକରେ ଓ ଇଫ୍ରୟିମ-ଦ୍ଵାରର ଛକରେ ନିର୍ମାଣ କଲେ।

Gade chapit la Kopi

ଓଡିଆ ବାଇବେଲ

16 ତହିଁରେ ଲୋକମାନେ ବାହାରକୁ ଯାଇ ତାହାସବୁ ଆଣି ଆପଣା ପାଇଁ ପତ୍ରକୁଟୀର ନିର୍ମାଣ କଲେ, ପ୍ରତ୍ୟେକେ ଆପଣା ଆପଣା ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ଓ ପରମେଶ୍ୱରଙ୍କ ଗୃହର ସକଳ ପ୍ରାଙ୍ଗଣରେ ଓ ଜଳଦ୍ୱାରର ଛକରେ ଓ ଇଫ୍ରୟିମ-ଦ୍ୱାରର ଛକରେ ନିର୍ମାଣ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତହିଁରେ ଲୋକମାନେ ବାହାରକୁ ଯାଇ ତାହାସବୁ ଆଣି ଆପଣା ପାଇଁ ପତ୍ରକୁଟୀର ନିର୍ମାଣ କଲେ, ପ୍ରତ୍ୟେକେ ଆପଣା ଆପଣା ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ଓ ପରମେଶ୍ୱରଙ୍କ ଗୃହର ସକଳ ପ୍ରାଙ୍ଗଣରେ ଓ ଜଳଦ୍ୱାରର ଛକରେ ଓ ଇଫ୍ରୟିମ-ଦ୍ୱାରର ଛକରେ ନିର୍ମାଣ କଲେ।

Gade chapit la Kopi




ନିହିମୀୟା 8:16
12 Referans Kwoze  

ଆଉ ଇଫ୍ରୟିମ ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ। ଆଉ ସେମାନେ ପ୍ରହରୀ ଦ୍ୱାରରେ ଠିଆ ହୋଇ ରହିଲେ।


ଇସ୍ରାଏଲ ରାଜା ଯୋୟାଶର ପୁତ୍ର ଯିହୁଦାର ରାଜା ଓ ଅହସିୟଙ୍କର ପୌତ୍ର ବୈ‌‌‌ଥ୍‌‌‌ଶେମଶକୁ ଅଧିକାର କଲେ। ପ୍ରାୟ 600 ଫୁଟ୍ ଇଫ୍ରୟିମର ଦ୍ୱାରଠାରୁ କୋଣର ଦ୍ୱାର ପର୍ଯ୍ୟନ୍ତ ନଗର ପାଚେରୀ ଯୋୟାଶୟ ଭାଙ୍ଗି ଦେଇଥିଲେ।


ସେମାନେ ଝର ଫାଟକ ନିକଟରେ ହେଲା ପରେ ନିଜ ନିଜ ସମ୍ମୁଖସ୍ଥ ସଳଖ ପଥରେ ଦାଉଦ ନଗରର ପାହଚ ଉଠିବା ପରେ, ଦାଉଦଙ୍କର ଗୃହ ଉପରେ ଦେଇ ପୂର୍ବ ଆଡ଼େ ଜଳଦ୍ୱାର ଆଡ଼େ ଗଲେ।


ଏହି ସମୟରେ ନଥୀନୀୟମାନେ ଜଳଦ୍ୱାରର ପୂର୍ବଦିଗର ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ଓଫଲରେ ବାସ କରୁଥିଲେ।


ଆଉ କ‌‌ଲ୍‌‌ଦୀୟମାନେ ଏହି ନଗର ବିରୁଦ୍ଧରେ ସେମାନଙ୍କର ଆକ୍ରମଣ ଆରମ୍ଭ କରିଦେଇଛନ୍ତି, ସେମାନେ ଖୁବଶୀଘ୍ର ଏହି ନଗରରେ ପ୍ରବେଶ କରି ଅଗ୍ନି ଲଗାଇବେ। ଯେଉଁସବୁ ଗୃହଗୁଡ଼ିକରେ ‌ବା‌ଲ୍‌ଦେବ ପାଇଁ ନୈବେଦ୍ୟ ଉତ୍ସର୍ଗ କରିଥିଲେ ଓ ଆମ୍ଭଙ୍କୁ କ୍ରୋଧିତ କରିବା ପାଇଁ ଅନ୍ୟ ଦେବତାମାନଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କଲ, ସେମାନେ ସେହିସବୁ ଗୃହଗୁଡ଼ିକୁ ଦ‌ଗ୍‌ଧ କରିବେ।


ସେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ଆଗରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ବ୍ୟବସ୍ଥା ପୁସ୍ତକରୁ ପାଠ କଲେ। ଆଉ ସମସ୍ତ ଲୋକେ ତାହା ଶ୍ରବଣ କଲେ।


ଯିରୁଶାଲମର ସମସ୍ତ ଗୃହ ଓ ସମସ୍ତ ରାଜପ୍ରାସାଦଗୁଡ଼ିକ ତୋଫତ୍ ତୁଲ୍ୟ “ଅଶୁଚି” ସ୍ଥାନ ହେବ। କାରଣ ସେମାନେ ଆକାଶମଣ୍ଡଳସ୍ଥ ଅତିଥି ଉଦ୍ଦେଶ୍ୟରେ ଧୂପ ଜଳାଇ ଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରିଅଛନ୍ତି।’”


ସଦାପ୍ରଭୁଙ୍କ ମନ୍ଦିରର ଦୁଇଟି ପ୍ରାଙ୍ଗଣରେ ମନଃଶି ସମସ୍ତ ଦଳର ତାରାଗଣଙ୍କ ନିମନ୍ତେ ଯଜ୍ଞବେଦି ସବୁ ନିର୍ମାଣ କଲେ।


ସଦାପ୍ରଭୁଙ୍କ ମନ୍ଦିରର ନୂତନ ପ୍ରାଙ୍ଗଣ ସମ୍ମୁଖରେ ଯିହୋଶାଫଟ୍ ଉପସ୍ଥିତ ଥିଲେ। ସେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ମଧ୍ୟରୁ ଉଠି ଠିଆ ହେଲେ।


ଥରେ ସନ୍ଧ୍ୟା ସମୟରେ ଦାଉଦ ବିଛଣାରୁ ଉଠି ଛାତ ଉପରେ ବୁଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସେହି ସ୍ତ୍ରୀ ଜଣକ ଅତି ସୁନ୍ଦରୀ ଥିଲା।


“ଯେତେବେଳେ ତୁମ୍ଭେମାନେ ଏକ ନୂତନ ଗୃହ ନିର୍ମାଣ କର, ତୁମ୍ଭେମାନେ ସେହି ଛାତର ଚତୁର୍ପାର୍ଶ୍ୱରେ ପାଚେରୀ ଉଠାଇବ। ତେବେ ତୁମ୍ଭେମାନେ କୌଣସି ଲୋକ ଛାତ ଉପରୁ ପଡ଼ି ମରିବା ପାଇଁ ଦୋଷୀ ହେବ ନାହିଁ।


ତେଣୁ ସମସ୍ତ ଲୋକମାନେ ଜଳଦ୍ୱାର ନିକଟରେ ଥିବା ଛକରେ ଏକ ମନରେ ଏକତ୍ରିତ ହେଲେ। ସଦାପ୍ରଭୁ ଇସ୍ରାଏଲକୁ ମୋଶାଙ୍କର ଯେଉଁ ବ୍ୟବସ୍ଥା ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସେମାନେ ଏଜ୍ରା ଲିପିକାରଙ୍କୁ କହିଲେ।


Swiv nou:

Piblisite


Piblisite