Biblia Todo Logo
Bib sou entènèt

- Piblisite -




ନିହିମୀୟା 8:15 - ପବିତ୍ର ବାଇବଲ

15 ସେମାନେ ଯେତେବେଳେ ଏହା ଶୁଣିଲେ, ସେମାନେ ଏହି ବାର୍ତ୍ତା ଯିରୁଶାଲମକୁ ଓ ସେମାନଙ୍କ ସମସ୍ତ ନଗରକୁ ପଠାଇଲେ। “ପର୍ବତମୟ ଦେଶକୁ ଯାଅ ଏବଂ ଅଲିଭ ବୃକ୍ଷରୁ ଡାଳ, ଜଙ୍ଗଲି ଅଲିଭି ତୁଲ୍ୟ, ମେହେନ୍ଦି ବୃକ୍ଷର ଶାଖା, ଖଜୁରୀ ଶାଖା ଓ ଗହଳିଆ ଶାଖା ସଂଗ୍ରହ କର। ଏହି ଶାଖାଗୁଡ଼ିର କ୍ଷଣସ୍ଥାୟୀ ପତ୍ରକୂଟୀର ତିଆରି କରିବାରେ ବ୍ୟବହାର କର। ଏହିପରି କର କାରଣ ତାହା ବ୍ୟବସ୍ଥା ପୁସ୍ତକରେ ଲିଖିତ ଅଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ପୁଣି, ସେମାନେ ଆପଣାମାନଙ୍କ ସମସ୍ତ ନଗରରେ ଓ ଯିରୂଶାଲମରେ ଏହି କଥା ଘୋଷଣା ଓ ପ୍ରଚାର କରିବେ, ଯଥା, ତୁମ୍ଭେମାନେ ଲିଖନାନୁସାରେ ପତ୍ରକୁଟୀର ନିର୍ମାଣ କରିବା ପାଇଁ ପର୍ବତକୁ ଯାଇ ଜୀତଶାଖା ଓ ବନ୍ୟ ଜୀତଶାଖା ଓ ମେହେନ୍ଦିଶାଖା ଓ ଖର୍ଜ୍ଜୁରଶାଖା ଓ ଗହଳିଆ ବୃକ୍ଷର ଶାଖା ଆଣ।

Gade chapit la Kopi

ଓଡିଆ ବାଇବେଲ

15 ପୁଣି, ସେମାନେ ଆପଣାମାନଙ୍କ ସମସ୍ତ ନଗରରେ ଓ ଯିରୂଶାଲମରେ ଏହି କଥା ଘୋଷଣା ଓ ପ୍ରଚାର କରିବେ, ଯଥା, “ତୁମ୍ଭେମାନେ ଲିଖନାନୁସାରେ ପତ୍ରକୁଟୀର ନିର୍ମାଣ କରିବା ପାଇଁ ପର୍ବତକୁ ଯାଇ ଜୀତଶାଖା ଓ ବନ୍ୟ ଜୀତଶାଖା ଓ ମେହେନ୍ଦି ଶାଖା ଓ ଖର୍ଜ୍ଜୁର ଶାଖା ଓ ଗହଳିଆ ବୃକ୍ଷର ଶାଖା ଆଣ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ପୁଣି, ସେମାନେ ଆପଣାମାନଙ୍କ ସମସ୍ତ ନଗରରେ ଓ ଯିରୂଶାଲମରେ ଏହି କଥା ଘୋଷଣା ଓ ପ୍ରଚାର କରିବେ, ଯଥା, “ତୁମ୍ଭେମାନେ ଲିଖନାନୁସାରେ ପତ୍ରକୁଟୀର ନିର୍ମାଣ କରିବା ପାଇଁ ପର୍ବତକୁ ଯାଇ ଜୀତଶାଖା ଓ ବନ୍ୟ ଜୀତଶାଖା ଓ ମେହେନ୍ଦି ଶାଖା ଓ ଖର୍ଜ୍ଜୁର ଶାଖା ଓ ଗହଳିଆ ବୃକ୍ଷର ଶାଖା ଆଣ।”

Gade chapit la Kopi




ନିହିମୀୟା 8:15
9 Referans Kwoze  

ଆଉ ତୁମ୍ଭେମାନେ ପ୍ରଥମ ଦିନରେ ଉତ୍ତମ ବୃକ୍ଷର ଫଳ, ବାତାପି ଗଛର ଗୋଟିଏ ପ୍ରକାର ଖର୍ଜ୍ଜୁର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀ ତୀରସ୍ଥ ବାଇସୀ ବୃକ୍ଷ ଘେନି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ସମ୍ମୁଖରେ ସାତ ଦିନ ଯାଏ ଆନନ୍ଦ କରିବ।


“ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାରପର୍ବ ଓ ସପ୍ତାହ ସମୂହର ପର୍ବ ସମୟରେ ଓ କୁଟୀର ପର୍ବ ସମୟରେ ମାତ୍ର ସେମାନେ ତୁଚ୍ଛା ହାତରେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବା ଉଚିତ୍ ନୁହଁ।


“ଏଗୁଡ଼ିକ ସଦାପ୍ରଭୁଙ୍କ ନିରୂପିତ ପର୍ବ। ତୁମ୍ଭେମାନେ ସେହି ନିରୂପିତ ଦିନରେ ପବିତ୍ର ସଭା ଘୋଷଣା କରିବ।


ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠାରେ ଏତେଲୋକ ଥିଲେ ଯେ, କେହି ସେମାନଙ୍କୁ ଗଣି ପାରିବ ନାହିଁ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସେହି ଲୋକମାନେ ସିଂହାସନ ଓ ମେଷଶାବକଙ୍କ ସାମନାରେ ଠିଆ ହୋଇଥିଲେ। ସେମାନେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସେମାନଙ୍କର ହାତରେ ଖଜୁରି ବାହୁଙ୍ଗା ଥିଲା।


ସେମାନେ ଖଜୁରୀ ବାହୂଙ୍ଗା ଧରି ଯୀଶୁଙ୍କୁ ଦେଖା କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜୋ‌ର୍‌ରେ କହିଲେ, “ତାହାଙ୍କୁ ପ୍ରଶଂସା କର, ସ୍ୱାଗତ କର, ଯିଏ ପ୍ରଭୁଙ୍କ ନାମରେ ଆସନ୍ତି। ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କର। ପରମେଶ୍ୱର ଇସ୍ରାଏଲର ରାଜାଙ୍କୁ ଆଶୀର୍ବାଦ କରନ୍ତି।”


ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମ ପାଖାପାଖି ଆସି ଯାଇଥିଲେ। ସେମାନେ ପ୍ରଥମେ ଜୀତପର୍ବତ ପାଖ ବୈ‌‌‌‌‌‌ଥ୍‌‌‌‌‌‌ଫାଗୀଠାରେ ଅଟକିଲେ।


ସେହି ଦିନ ସନ୍ଧ୍ୟା ସମୟରେ ସେହି କପୋତଟି ତା'ର ଥଣ୍ଟରେ ଏକ ତାଜା ଜୀତ ଅଲିଭ୍ ଗଛର ପତ୍ର ଧରି ଆସିଥିଲା। ନୋହ ଏଥିରୁ ଜାଣିଲେ ଯେ ପୃଥିବୀ ଉପରୁ ଜଳ କ୍ରମଶଃ ଛାଡ଼ି ଯାଇଅଛି।


ରାତିରେ ମୁଁ ଲା‌‌ଲ୍‌‌ଅଶ୍ୱ ଉପରେ ଏକ ବ୍ୟକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେହେନ୍ଦି ବୁଦା ମଝିରେ ଛିଡ଼ା ହୋଇଥିଲା। ତାଙ୍କ ପଛରେ ଲାଲ୍, ଧୂସର ଏବଂ ଧଳା ଅଶ୍ୱଗୁଡ଼ିକ ଥିଲେ।


Swiv nou:

Piblisite


Piblisite