ନିହିମୀୟା 6:11 - ପବିତ୍ର ବାଇବଲ11 କିନ୍ତୁ ମୁଁ ଶମୟିୟଙ୍କୁ କହିଲି, “ମୋ’ ପରି ଲୋକ କ’ଣ ଦୌଡ଼ି ପଳାଇବ? ମୋ’ ପରି ଲୋକ ପ୍ରାଣ ବଞ୍ଚାଇବା ପାଇଁ ମନ୍ଦିର ଭିତରକୁ ଯିବା ଉଚିତ୍ କି? ତେଣୁ ମୁଁ ପବିତ୍ର ମନ୍ଦିର ଭିତରକୁ ଯିବି ନାହିଁ।” Gade chapit laପବିତ୍ର ବାଇବଲ (Re-edited) - (BSI)11 ତହିଁରେ ମୁଁ କହିଲି, ମୋʼ ପରି ଲୋକ କʼଣ ପଳାଇବ? ମୋʼ ପରି ହୋଇ ପ୍ରାଣ ବଞ୍ଚାଇବା ପାଇଁ ଯେ ମନ୍ଦିର ଭିତରକୁ ଯିବ, ଏପରି କିଏ ଅଛି? ମୁଁ ଭିତରକୁ ଯିବି ନାହିଁ। Gade chapit laଓଡିଆ ବାଇବେଲ11 ତହିଁରେ ମୁଁ କହିଲି, “ମୋ’ ପରି ଲୋକ କ’ଣ ପଳାଇବ ? ମୋ’ ପରି ହୋଇ ପ୍ରାଣ ବଞ୍ଚାଇବା ପାଇଁ ଯେ ମନ୍ଦିର ଭିତରକୁ ଯିବ, ଏପରି କିଏ ଅଛି ? ମୁଁ ଭିତରକୁ ଯିବି ନାହିଁ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ତହିଁରେ ମୁଁ କହିଲି, “ମୋʼ ପରି ଲୋକ କʼଣ ପଳାଇବ? ମୋʼ ପରି ହୋଇ ପ୍ରାଣ ବଞ୍ଚାଇବା ପାଇଁ ଯେ ମନ୍ଦିର ଭିତରକୁ ଯିବ, ଏପରି କିଏ ଅଛି? ମୁଁ ଭିତରକୁ ଯିବି ନାହିଁ।” Gade chapit la |
ସ୍ତିଫାନଙ୍କ ମୃତ୍ୟୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ। କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ସେହି ଦିନ ଯିରୁଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ।