Biblia Todo Logo
Bib sou entènèt

- Piblisite -




ନିହିମୀୟା 5:18 - ପବିତ୍ର ବାଇବଲ

18 ସେ ସମୟରେ ପ୍ରତିଦିନ ଏକ ବଳଦ ଓ ଛଅଟି ବଛା ମେଷ ରୋଷେଇ କରାଗଲା। ମୋ’ ପାଇଁ କେତେକ ପକ୍ଷୀପାକ କରାଗଲା ଓ ଦଶ ଦିନରେ ଥରେ ସବୁ ପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା। ତଥାପି ମୁଁ ଏହିସବୁ ଲାଗି ଦେଶାଧ୍ୟକ୍ଷର ବୃତ୍ତି ମାଗିଲି ନାହିଁ। ଲୋକମାନଙ୍କ ଉପରେ ଭାର ଗୁରୁତର ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ସେସମୟରେ ପ୍ରତି ଦିନ ଏକ ବଳଦ ଓ ଛଅଟି ବଛା ମେଷ ପାକ କରାଗଲା; ମଧ୍ୟ ମୋʼ ପାଇଁ କେତେକ ପକ୍ଷୀ ପାକ କରାଗଲା ଓ ଦଶ ଦିନରେ ଥରେ ସର୍ବପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା; ତଥାପି ମୁଁ ଏସବୁ ଲାଗି ଦେଶାଧ୍ୟକ୍ଷର ବୃତ୍ତି ଚାହିଁଲି ନାହିଁ, କାରଣ ଏହି ଲୋକଙ୍କ ଉପରେ ଦାସତ୍ଵର ଭାର ଗୁରୁତର ହୋଇଥିଲା।

Gade chapit la Kopi

ଓଡିଆ ବାଇବେଲ

18 ସେସମୟରେ ପ୍ରତି ଦିନ ଏକ ବଳଦ ଓ ଛଅଟି ବଛା ମେଷ ପ୍ରସ୍ତୁତ କରାଗଲା; ମଧ୍ୟ ମୋ’ ପାଇଁ କେତେକ ପକ୍ଷୀ ପ୍ରସ୍ତୁତ କରାଗଲା ଓ ଦଶ ଦିନରେ ଥରେ ସର୍ବପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା; ତଥାପି ମୁଁ ଏସବୁ ଲାଗି ଦେଶାଧ୍ୟକ୍ଷର ଖାଦ୍ୟ ଚାହିଁଲି ନାହିଁ, କାରଣ ଏହି ଲୋକଙ୍କ ଉପରେ ଦାସତ୍ୱର ଭାର ଭୟଙ୍କର ହୋଇଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ସେସମୟରେ ପ୍ରତିଦିନ ଏକ ବଳଦ ଓ ଛଅଗୋଟି ବଛା ମେଷ ପ୍ରସ୍ତୁତ କରାଗଲା; ମଧ୍ୟ ମୋʼ ପାଇଁ କେତେକ ପକ୍ଷୀ ପ୍ରସ୍ତୁତ କରାଗଲା ଓ ଦଶ ଦିନରେ ଥରେ ସର୍ବପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା; ତଥାପି ମୁଁ ଏସବୁ ଲାଗି ଦେଶାଧ୍ୟକ୍ଷର ଖାଦ୍ୟ ଚାହିଁଲି ନାହିଁ, କାରଣ ଏହି ଲୋକଙ୍କ ଉପରେ ଦାସତ୍ୱର ଭାର ଭୟଙ୍କର ହୋଇଥିଲା।

Gade chapit la Kopi




ନିହିମୀୟା 5:18
6 Referans Kwoze  

ଧାର୍ମିକ ବ୍ୟକ୍ତି ସବୁକିଛି ଅନ୍ୟମାନଙ୍କୁ ଦେଇଦିଏ। ତେଣୁ ତା'ର ପିଲାମାନେ ଏକ ଆଶୀର୍ବାଦସୂଚକ।


ଦୁଷ୍ଟ ଲୋକ ଖୁବ୍ ଶୀଘ୍ର ଟଙ୍କା ଋଣ କରେ ଓ କେବେ ତାକୁ ପରିଶୋଧ କରେ ନାହିଁ। କିନ୍ତୁ ଧାର୍ମିକ ବ୍ୟକ୍ତି ତାକୁ ଅନ୍ୟମାନଙ୍କୁ ବାଣ୍ଟି ଦିଏ।


ମୂଲ୍ୟ ନ ଦେଇ ଆମ୍ଭେ କାହାରି ଘରେ ଭୋଜନ ଗ୍ରହଣ କରି ନାହୁଁ। ଆମ୍ଭେମାନେ କାହାରି ଉପରେ ଭାର ସ୍ୱରୂପ ନ ହେବୁ ବୋଲି ସର୍ବଦା କର୍ମରତ ରହୁଥିଲୁ।


“ଆପଣ ଜାଣନ୍ତି ମୋର ପିତା ଦାଉଦ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରି ପାରିଲେ ନାହିଁ। ସେ କରିବାକୁ ଅସମର୍ଥ ହେଲେ, କାରଣ ତାଙ୍କ ଚତୁର୍ଦ୍ଦିଗରେ ଘେରି ରହିଥିବା ଶତ୍ରୁମାନଙ୍କ ସହିତ ସେ ସର୍ବଦା ଯୁଦ୍ଧରେ ବ୍ୟସ୍ତ ଥିଲେ ଓ ସଦାପ୍ରଭୁ ଶତ୍ରୁଗଣଙ୍କୁ ତାଙ୍କ ହସ୍ତରେ ପରାସ୍ତ କରାଇବେ ବୋଲି ଅପେକ୍ଷା କରି ରହିଥିଲେ।


Swiv nou:

Piblisite


Piblisite