Biblia Todo Logo
Bib sou entènèt

- Piblisite -




ନିହିମୀୟା 5:13 - ପବିତ୍ର ବାଇବଲ

13 ମୁଁ ମୋର ବସ୍ତ୍ରର ଭାଙ୍ଗକୁ ଝାଡ଼ିଲି ଏବଂ କହିଲି, “ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ୱର ତା'ର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡ଼ି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ୟ ହେଉ।” ତା'ପରେ ସବୁ ଲୋକ ଏକତ୍ରିତ ହେଲେ ଏବଂ କହିଲେ “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏହା ପରେ ଲୋକମାନେ ଏହି ପ୍ରତିଜ୍ଞା ଅନୁସାରେ କର୍ମ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ି ଦେଇ କହିଲି, ଯେକେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ, ପରମେଶ୍ଵର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ; ସେ ଏହିରୂପେ ଝଡ଼ା ଯାଉ ଓ ଶୂନ୍ୟ ହେଉ। ତହିଁରେ ସମସ୍ତ ସମାଜ ଆମେନ୍ କହିଲେ ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥି ଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ।

Gade chapit la Kopi

ଓଡିଆ ବାଇବେଲ

13 ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ି ଦେଇ କହିଲି, “ଯେକେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ, ପରମେଶ୍ୱର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ; ସେ ଏହିରୂପେ ଝଡ଼ା ଯାଉ ଓ ଶୂନ୍ୟ ହେଉ।” ତହିଁରେ ସମସ୍ତ ସମାଜ କହିଲେ “ଆମେନ୍‍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥିଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ି ଦେଇ କହିଲି, “ଯେକେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ, ପରମେଶ୍ୱର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ; ସେ ଏହିରୂପେ ଝଡ଼ା ଯାଉ ଓ ଶୂନ୍ୟ ହେଉ।” ତହିଁରେ ସମସ୍ତ ସମାଜ କହିଲେ “ଆମେନ୍‍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥିଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ।

Gade chapit la Kopi




ନିହିମୀୟା 5:13
17 Referans Kwoze  

କିନ୍ତୁ ସେମାନେ ଯେତେବେଳେ ତାହାଙ୍କୁ ବାଧା ଦେଲେ ଓ ନାନା ଖରାପ କଥା କହିଲେ, ପାଉଲ ଏହାର ବିରୁଦ୍ଧରେ ନିଜର ଲୁଗାପଟାର ଧୂଳି ଝାଡ଼ି ଦେଲେ। ସେ କହିଲେ, “ଯଦି ତୁମ୍ଭେମାନେ ଉଦ୍ଧାର ପାଉ ନାହଁ ତାହାହେଲେ ଏହା ମୋର ଦୋଷ ନୁହେଁ। ମୁଁ ସମସ୍ତ ଚେଷ୍ଟା କରି ସାରିଛି। ମୁଁ ଏବେଠାରୁ ଅଣଯିହୂଦୀମାନଙ୍କ ପାଖକୁ ଯିବି।”


ଯଦି କେହିହେଲେ ତୁମ୍ଭର ସ୍ୱାଗତ କରୁ ନାହାନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାନ୍ତି, ତେବେ ସେ ଘର ବା ନଗର ଛାଡ଼ିଦିଅ। ତୁମ୍ଭ ପାଦରେ ଲାଗିଥିବା ଧୂଳି ମଧ୍ୟ ସେହିଠାରେ ଝାଡ଼ିଦିଅ।


ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଯୁଗେ ଯୁଗେ ପ୍ରଶଂସା କର। ତା'ପରେ ସମସ୍ତ ଲୋକ କହିଲେ, “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ।


ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ବିରୁଦ୍ଧରେ ଆପଣା ଆପଣା ପାଦତଳ ଧୂଳି ଝାଡ଼ିଦେଇ ଇକନିୟ ନଗରକୁ ଗ୍ଭଲିଗଲେ।


ପ୍ରତିଜ୍ଞା କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭେ ପ୍ରତିଜ୍ଞା ନ କରିବା ଭଲ।


ତୁମ୍ଭର ବିଗ୍ଭର ଉତ୍ତମ ଏବଂ ମୁଁ ତାହା ସବୁ ମାନିବା ପାଇଁ ଶପଥ କରେ।


ଲୋକମାନେ ପରମେଶ୍ୱରଙ୍କଠାରେ ମାନସିକ କରନ୍ତି, ଏବଂ ସେସବୁକୁ ପରମେଶ୍ୱରଙ୍କଠାରେ ଅର୍ପଣ କରନ୍ତି। ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ୱରଙ୍କ ନିକଟକୁ ଉପହାର ଆଣିବା ଉଚିତ୍, ଯେଉଁମାନେ କି ସମ୍ମାନ ପାଇଁ ଉପଯୁକ୍ତ ଅଟନ୍ତି।


ସର୍ବୋପରିସ୍ଥ ପରମେଶ୍ୱରଙ୍କଠାରେ ତୁମ୍ଭେ ଯାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ। ତୁମ୍ଭର ବଳି ଉତ୍ସର୍ଗ କର।


ତେଣୁ ଏଜ୍ରା ସଦାପ୍ରଭୁ ମହାନ ପରମେଶ୍ୱରଙ୍କର ପ୍ରଶଂସା କଲା। ଏବଂ ସମସ୍ତ ଲୋକ ନିଜ ନିଜର ହସ୍ତ ଉଠାଇ କହିଲେ, “ଆମେନ୍! ଆମେନ୍!”


ଏଥିରେ ରାଜା ସ୍ତମ୍ଭ ସମ୍ମୁଖରେ ଠିଆ ହେଲେ ଓ ସଦାପ୍ରଭୁଙ୍କ ସହିତ ଗୋଟିଏ ଯୁକ୍ତି କଲେ ଏବଂ ସଦାପ୍ରଭୁଙ୍କୁ ଅନୁକରଣ କରିବାକୁ ତାଙ୍କର ଆଜ୍ଞାମାନ, ସାକ୍ଷକଥା ଓ ନିୟମମାନ ତାଙ୍କ ସମସ୍ତ ହୃଦୟ ଓ ମନ ସହିତ ପ୍ରତିଜ୍ଞା କଲେ ଏବଂ ପ୍ରତ୍ୟେକ ଲୋକ ଏହା କରିବାକୁ ରାଜି ହେଲେ।


ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ଇସ୍ରାଏଲର ରାଜତ୍ୱ ତୁମ୍ଭଠାରୁ ନେଇଗଲେ ଓ ତୁମ୍ଭଠାରୁ ଜଣେ ଉତ୍ତମ ବ୍ୟକ୍ତିକୁ ଦେଲେ, ଯିଏ କି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ।


ତହିଁରେ ‘ଏହି ଶାପଜନକ ଜଳ ତୁମ୍ଭ ଉଦର ଭିତରକୁ ଯିବ ଏବଂ ତୁମ୍ଭର ପ୍ରଜନନ ଅଙ୍ଗକୁ ଫୁଲାଇ ପଡ଼ିଯିବାର କାରଣ ହେବ’ ଏବଂ ସେହି ସ୍ତ୍ରୀ କହିବ ‘ଆମେନ୍! ଆମେନ୍!’


ତୁମ୍ଭେମାନେ ଯଦି ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଶଂସା କର, ତେବେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ “ଆମେନ୍” କହିବେ?


ବ୍ୟବସ୍ଥା ତ୍ୟାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି। ମାତ୍ର ଆଜ୍ଞାପାଳିକା ଲୋକମାନେ ସେମାନଙ୍କୁ ବିରୋଧ କରନ୍ତି।


Swiv nou:

Piblisite


Piblisite